-
ଏସ୍ଏଚ୍ଜି ସଦସ୍ୟାଙ୍କୁ କରୋନା ଯୋଦ୍ଧା ସମ୍ମାନ ଦେଲେ ସୁରେନ୍ଦ୍ର

ବ୍ରହ୍ମପୁର: ବ୍ରହ୍ମପୁର ମହାନଗର ନିଗମ ୩୧ନମ୍ବର ୱାର୍ଡରୁ ଆରମ୍ଭ ହୋଇଛି ଆମ ସ୍ୱାସ୍ଥ୍ୟ ଆମ ଦାୟୀତ୍ୱ କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମ ଜରିଆରେ ସ୍ୱୟଂ ସହାୟିକା ଗୋଷ୍ଠୀ ସଦସ୍ୟମାନେ ନିଜ ଅଞ୍ଚଳରେ କରୋନା ସଚେତନ କରିବେ । ଗଞ୍ଜାମ ଜିଲ୍ଳାରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇସାରିଥିବା ବେଳେ ବ୍ରହ୍ମପୁରରେ ଗୁରୁବାର ଆରମ୍ଭ ହୋଇଥିଲା । ସମସ୍ତ ୱାର୍ଡରେ ଏସ୍ଏଚ୍ଜି ମାନଙ୍କୁ କରୋନା ସଚେତନ ତାଲିମ ଦିଆଯିବ ଏବଂ ସେମାନେ ଲୋକଙ୍କୁ ସଚେତନ କରିବେ । ୩୧ନମ୍ବର ୱାର୍ଡର ପୂର୍ବତନ କର୍ପୋରେଟର ସୁରେନ୍ଦ୍ର ମହାରଣାଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ହୋଇଥିଲା । ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ କଲ୍ୟାଣୀ ବେହେରା, ସିଡିପିଓ ପୁଷ୍ପାଞ୍ଜଳି ମିଶ୍ର ଏହି କାର୍ଯ୍ୟକ୍ରମରେ ଯୋଗଦେଇ ୨୦ଜଣ ଏସ୍ଏଚ୍ଜି ସଦସ୍ୟା, ଏଏନ୍ଏମ୍, ଅଙ୍ଗନୱାଡ଼ି କର୍ମୀ ଓ ହେଲ୍ପର ମାନଙ୍କୁ କରୋନା ମୁକାବିଲା କରିବାକୁ ଆମେ କିପରି ପ୍ରସ୍ତୁତ ରହିବା କହିଥିଲେ । ଆମ ସ୍ୱାସ୍ଥ୍ୟ ଆମ ଦାୟୀତ୍ୱ କାର୍ଯ୍ୟକ୍ରମରେ ଏସ୍ଏଚ୍ଜି ସଦସ୍ୟା ମାନଙ୍କ ଭୂମିକା ଗୁରୁ୍ତ୍ୱପୂର୍ଣ୍ଣ ରହିଛି । ସେମାନେ ନିଜେ ସଚେତନ ହେବା ସହ ଅଞ୍ଚଳବାସୀଙ୍କୁ ସଚେତନ କରିବେ ବୋଲି କହିଥିଲେ ପୂର୍ବତନ କର୍ପୋରେଟର ସୁରେନ୍ଦ୍ର ମହାରଣା । ଏହି ଅବସରରେ ସମସ୍ତ ଏସ୍ଏଚ୍ଜି ସଦସ୍ୟାଙ୍କୁ କରୋନା ଯୋଦ୍ଧା ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା । ସ୍ୱେଚ୍ଛାସେବୀ ଭାବେ କାମ କରୁଥିବା ଯୁବ ସଙ୍ଗଠକ ଏ.ସନ୍ତୋଷ ପାତ୍ର, ଏ.ଶିବରାମ ପାତ୍ର, ଲୋକନାଥ କର, ଜିଣ୍ଟୁ ରାଉଳ, ଅଭିମନ୍ୟୁ ନାୟକଙ୍କୁ ସମ୍ମାନିତ କରାଯାଇଥିଲା । ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରଖିବାକୁ କୁହାଯାଇଥିଲା । ଏହି ଅବସରରେ ସମ୍ପୃକ୍ତ ୱାର୍ଡର ସଫେଇ ଜମାଦାର ଅମୂଲ୍ୟ ପୂଜାରୀଙ୍କୁ କରୋନା ଯୋଦ୍ଧା ଭାବେ ସମ୍ମାନୀତ କରାଯାଇଥିଲା । ଏନ୍.ଧନଞ୍ଜୟ ରାଓ, କୁମାର ସୁରଜ ମହାରଣା, ସୁନୀଲ ପଣ୍ଡା, ଦୀପକ ପଟ୍ଟନାୟକ, ସଞ୍ଜୟ ଜେନା, ସୁବାସ ପାତ୍ର, ହରି ପଟ୍ଟନାୟକ, ବିଭୁ ଜେନା, ନୃସିଂହନାଥ ସାହୁ, ଗୋକୁଳ ରାଉତ, କୁନା ମହାରଣା ପ୍ରମୁଖ ଯୋଗଦେଇ ଏସ୍ଏଚ୍ଜି ସଦସ୍ୟାଙ୍କୁ ସଚେତନତା କାର୍ଯ୍ୟକ୍ରମରେ ସହଯୋଗ କରିବେ ଏବଂ ସେମାନେ ମଧ୍ୟ ସମସ୍ତଙ୍କୁ ସଚେତନ କରିବେ ବୋଲି କହିଥିଲେ ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO