ପୁରୀ. ଗତ ଦୁଇ ମାସରେ ଦିଲ୍ଲୀ ପୋଲିସ ଜାମିଆ ମିଲିଆ ବିଶ୍ୱବିଦ୍ୟାଳୟର ସଫୂରା ଜାର୍ଗର, ମୀରାଣ ହାଇଦର, ଆସିଫ ଇକବାଲ, ଜେ. ଏନ. ୟୁ.ର ନତାଶା ନାରୱାଲ, ଦେବାଙ୍ଗନା କଳିତା, ଓ ତାଙ୍କ ସହିତ ଇଶ୍ରାତ ଜାହାଆଁ, ଖାଲିଦ ସୈଫି, ଗୁଲଫିଶା ଫାତିମା, ଶରଜୀଲ ଇସ୍ଲାମ ଓ ଶହ ଶହ ମୁସଲମାନ ଛାତ୍ରଛାତ୍ରୀଙ୍କୁ ଗିରଫ କରିଛି। ତାହା ମଧ୍ୟରୁ ଅନେକଙ୍କ ଉପରେ ୟୁଏପିଏ ଭଳି ମାରାତ୍ମକ ଆଇନକୁ ବ୍ୟବହାର କରଯାଇଛି। ଏହି ସମସ୍ତ ଗିରଫଦାରୀ ଗତ ବର୍ଷ ଡିସେମ୍ବରରୁ ଚାଲିଥିବା ଦେଶ ବ୍ୟାପି NRC ଓ CAA ବିରୋଧୀ ପ୍ରଦର୍ଶନକୁ ନେଇ କରାଯାଇଛି। ଆହୁରି, କିଛି ଦିନ ଆଗରୁ ଫରହାଁ ଜୁବେରୀ ଓ ରବିଷ ଅଲିଙ୍କୁ ଉତ୍ତର ପ୍ରଦେଶ ପୋଲିସ ଗିରଫ କରିଛି। ଏହା ଦର୍ଶେଇ ଦେଉଛି ଯେ ଆମର ଗଣତାନ୍ତ୍ରିକ ମୂଲ୍ୟବୋଧକୁ ବିକୃତ କରି ଚାଲିଛି ଆମର ସରକାର, ଏବଂ ଏହି ବେଆଇନ ଗିରଫଦାରୀ ହେଉଛି ତାହାର ଜ୍ୱଳନ୍ତ ଉଦାହରଣ। ଏହି ଠାରେ ସୂଚନା ଥାଉ ଯେ, ଆଇନ କିନ୍ତୁ ନିଜର ସଠିକ ଦୋଷୀ ମାନଙ୍କୁ ଜାଣି ଶୁଣି ଘଣ୍ଟ ଘୋଡାଇ ରଖୁଛି। କପିଳ ମିଶ୍ର , ପରବେଷ ବର୍ମା ଓ ଅନୁରାଗ ଠାକୁରଙ୍କ ଭଳି ଆସାମୀ, ଯେଉଁ ମାନେ ଖୋଲା ଖୋଲି ହିଂସ୍ର ବଚନରେ ସଂଲିପ୍ତ ରହିଥିଲେ, ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆ ଯାଇ ନାହିଁ।ଏହାର ପ୍ରତିବାଦ ରେ ପୁରୀ ଜିଲ୍ଲା ପାଳ ଅଫିସ ସମୁଖ ରେ ଆମେ ଭାରତ ବାସୀ ତରଫରୁ ସଭା ଓ ଶୋଭାଯାତ୍ରା କରା ଯାଇଥିଲା. ଏଥିରେ ଆଡ଼ଭୋକେଟ ଶରତ କୁମାର ରାୟଗୁରୁ, ଚାଷୀ ନେତା ଶ୍ରୀକାନ୍ତ ମହାନ୍ତି, ଶ୍ରମିକ ନେତା ଜଗନ୍ନାଥ ଦେଓ, ମୋହନ ନାଇଡୁ, କୃଷକ ନେତା ବଟ କୃଷ୍ଣ ସ୍ୱାଇଁ, ଲୋକ ନାଥ ନାୟକ ଭାଷଣ ଦେଇ
ଏହି ସମସ୍ତ ସକ୍ରିୟ ପ୍ରତିବାଦର ସ୍ବରମାନ ଦେଶର ଆଦିବାସୀ, ଦଳିତ, ମହିଳା ଓ ଲଘୁ ସମ୍ପ୍ରଦାୟର ହିତରେ ନିଜର ମତାମତ ରଖିଥିଲେ। ସେମାନଙ୍କର ସ୍ୱରକୁ ଦମନ କରିବା ଦ୍ୱାରା ସରକାର ସମ୍ପୂର୍ଣ CAA-NRC ବିରୋଧୀ ସଂଗ୍ରାମକୁ ଦମନ କରିଛନ୍ତି। ଏହା କୌଣସି ନୂଆ କଥା ମଧ୍ୟ ନୁହେଁ। ଏହି ସରକାର ମୂଳରୁ ନିଜର ସମାଜ ବିରୋଧୀ ଏବଂ ସାମ୍ପ୍ରଦୟିକ ଭାବନା ପ୍ରଦର୍ଶନ କରିଆସିଛି, ଯାହା ପ୍ରତିଟି ସାମ୍ବିଧାନିକ ସ୍ୱରକୁ ଚାପିବାର ପ୍ରଚେଷ୍ଟା ସବୁ ସମୟରେ କରିଥାଏ। ଏଥି ସହିତ, ଶ୍ରମିକ ଆଇନରେ ଧ୍ବଂସକାରୀ ପରିବର୍ତ୍ତନ, ଶିକ୍ଷାନୁଷ୍ଠାନ ମାନଙ୍କର ପତନ, ବେରୋଜଗାରୀ, ଏବଂ ସମାଜରେ ତଲୀୟ ସ୍ତରର ଲୋକମାନଙ୍କ ସହିତ ବଢୁଥିବା ହିଂସା, ମହିଳା, ଛାତ୍ର, ଓ ଲଘୁ ସମ୍ପ୍ରଦାୟର ନାଗରିକମାନଙ୍କ ପ୍ବିରୋଧୀତ୍ୱ ଏହି ସରକାରର ମୁଖ୍ୟ କାର୍ଯ୍ୟସୂଚୀ। ଭାରତର ସମସ୍ତ ନାଗରିକ ଏହି ଦମନଲୀଳାର କରି, ଏକ ସ୍ୱରରେ ଏହାର ପ୍ରତିବାଦ କରିବା ଉଚିତ!
Related Stories
November 22, 2024