
କେନ୍ଦ୍ରାପଡ଼ା – କେନ୍ଦ୍ରାପଡା ସଡକ ସୁରକ୍ଷା ସମିତିର ଜିଲ୍ଲା ସ୍ତରୀୟ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ରାଉତ, ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ମହାପାତ୍ର, ସଡକ ପରିବହନ ଅଧିକାରୀ ନିଖିଲ କୁମାର ପଟ୍ଟନାୟକ, ଅତିରିକ୍ତ ପରିବହନ ଅଧିକାରୀ ବିଜୟ ମହାପାତ୍ର, ପ୍ରିୟବ୍ରତ ମହାନ୍ତି, ଶିକ୍ଷା ଅଧିକାରୀଙ୍କ ପ୍ରତିନିଧି ପୀତବାସ ପଣ୍ଡା, ଆରଆଣ୍ଡବିର ନିର୍ବାହୀ ଯନ୍ତ୍ରୀ ପ୍ରଦିପ ମହାନ୍ତି ପ୍ରମୁଖ ବୈଠକରେ ଯୋଗ ଦେଇଥିଲେ । ତିନିମୁହାଣୀ ଠାରେ ଏକ ଟ୍ରାଫିକ ପୋଷ୍ଟ ନିର୍ମାଣ କରିବା,ଦୁହୁରିଆ ଠାରୁ ତିନିମୁହାଣୀ ପର୍ଯ୍ୟନ୍ତ ସଡକର ଉଭୟ ପାଶ୍ୱର୍କୁ ଆଲୋକୀ କରଣ କରିବା, ୫ନଂ କ ଜାତୀୟ ରାଜପଥରେ ଥିବା ଖାଲ ଖମାକୁ ୧୫ ଦିନ ମଧ୍ୟରେ ମରାମତି କରିବା ପ୍ରଭୃତି ବିଷୟରେ ଆଲୋଚନା କରାଯାଇ ଦୂର୍ଘଟଣା ଶୂନ୍ୟ ଯାତାୟତ ଉପରେ ଗୁରୁତ୍ୱ ଦିଆଯାଇଥିଲା । ଏହି ବୈଠକରେ ସମିତିର ସମସ୍ତ ସଭ୍ୟ ଉପସ୍ଥିତ ଥିଲେ ।