-
ସିମନ୍ ଦାସ ମହାପାତ୍ରଙ୍କ ତତ୍ତ୍ଵାବଧାନରେ ସଂଗ୍ରହ ହେଲା ୪୩ ୟୁନିଟ୍ ରକ୍ତ
କୃଷ୍ଣ କୁମାର ମହାନ୍ତିଙ୍କ ଠାରୁ, ବାଲେଶ୍ବର – କରୋନା ମହାମାରୀ ସମୟରେ ରକ୍ତର ଅଭାବ ଯେପରି ନହୁଏ ଏହାକୁ ଆଖି ଆଗରେ ରଖି ବିଜୁ ଛାତ୍ର ଜନତା ଦଳ, ବାଲେଶ୍ବର ତରଫରୁ ଲକ୍ ଡାଉନ୍ ସମୟରେ ବାରମ୍ବାର ରକ୍ତସଂଗ୍ରହ ଅଭିଯାନ କରାଯାଇଥିବା ବେଳେ ଆଜି ରସାଳପୁର ଠାରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି।
ବାଲେଶ୍ବରର ପୂର୍ବତନ ସାଂସଦ ତଥା ବିଜେଡ଼ି ଜିଲ୍ଲା ସଭାପତି ଇଂ. ରବୀନ୍ଦ୍ର କୁମାର ଜେନାଙ୍କ ନେତୃତ୍ବରେ ବିଜୁ ଛାତ୍ର ଜନତାଦଳର ଜିଲ୍ଲା ସଭାପତି ସିମନ ଦାସ ମହାପାତ୍ରଙ୍କ ତତ୍ବାବଧାନରେ ଏହି ଶିବିର ଜିଲ୍ଲା ସାଧାରଣ ସମ୍ପାଦକ ସଞ୍ଜୀବ କୁମାର ବିଶ୍ବାଳ ଆୟୋଜନ କରିଥିଲେ। ଏହି ଶିବିରରେ ସମୁଦାୟ ୪୩ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା। ଏହି ସଂକଟ ସମୟରେ ଲୋକେ ଘରୁ ବାହାରକୁ ବାହାରିବାକୁ ଭୟଭୀତ ହେଉଥିବା ବେଳେ ଛାତ୍ର ଜନତାଦଳର ଯୁବ କାର୍ଯ୍ୟକର୍ତ୍ତାମାନେ ଉତ୍ସାହିତ ହୋଇ ରକ୍ତଦାନ କରୁଥିବାରୁ ସାଧାରଣରେ ପ୍ରଶଂସା କରାଯାଇଛି।
ଏହି ଶିବିରକୁ ଅଜିତ ଜୀ, ବିଜୟ କୁମାର ଦାସ, ଅଂକିତ ନାୟକ, ମଳୟ ନାୟକ, କାତ୍ତିର୍କ ମହାରଣା, ଆକାଶ ଜୀ, ଆଦିତ୍ୟ ନାୟକ, ଶିବ ଶଙ୍କର ବାରିକ, ହିମାଂଶୁ ମହାରଣା, ଶରତ ଦାଶ, ସୌରଭ ପାତ୍ର, ସମ୍ବିତ ନାୟକ, ଦିଲ୍ଲୀପ ବେହେରା ପ୍ରମୁଖ ସହଯୋଗ କରିଥିବା ବେଳେ ଆଗାମୀ ୯ ତାରିଖରେ ଆଉ ଏକ ରକ୍ତଦାନ ଶିବିର ଆୟୋଜନ କରାଯିବ ବୋଲି ଜିଲ୍ଲା ଛାତ୍ର ସଭାପତି ସିମନ ଦାସ ମହାପାତ୍ର କହିଛନ୍ତି।