ଭୁବନେଶ୍ୱର – ନିଶା କାରବାର, ସଂଗଠିତ ଏବଂ ସାଇବର ଅପରାଧ ମାମଲା ଉପରେ ତଦନ୍ତ କରିବା ପାଇଁ ଦେଶର ବିଭିନ୍ନ ପୋଲିସ କମିଶନରେଟ ଭଳି ଭୁବନେଶ୍ୱର କମିଶନରେଟରେ ସ୍ୱତନ୍ତ୍ର ଅପରାଧ ୟୁନିଟ୍ ଗଠନ ହେବ । ଡିଆଇଜିଙ୍କ ଅଧିନରେ ଏହି ସଂସ୍ଥା ରହିବ । ତାଙ୍କୁ ସାହାଯ୍ୟ କରିବା ପାଇଁ ୨୫ରୁ ୩୦ ଜଣ ଏକ୍ସପୋର୍ଟମାନଙ୍କୁ ରଖାଯିବବୋଲି ପୋଲିସ କମିଶନ ଶ୍ରୀ ସୁଧାଂଶୁ ଷଡ଼ଙ୍ଗୀ ପ୍ରକାଶ କରିଛନ୍ତି ।
ସେ କହିଛନ୍ତି ଯେ, ଏହା କ୍ରାଇମବ୍ରାଂଚ ଭଳି ସ୍ୱତନ୍ତ୍ର ତଦନ୍ତକାରୀ ସ୍କ୍ୱାର୍ଡ଼ ହେବ । ଭୁବନେଶ୍ୱରରେ ଆଉ ଅଧିକ ଚାରୋଟି ନୂତନ ଥାନା କରିବା ପାଇଁ ପ୍ରସ୍ତାବ ରହିଛି । ଆସନ୍ତା ସପ୍ତାହକ ମଧ୍ୟରେ ସ୍ପେଶାଲ କ୍ରାଇମ ୟୁନିଟ୍ ଗଠନ ନେଇ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯିବ ।