-
ଜୁନ୍ ମାସ ହେଉଛି ଗଞ୍ଜାମବାସୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ମାସ
-
ପ୍ରତି ପଞ୍ଚାୟତରେ “ଆମ ସ୍ୱାସ୍ଥ୍ୟ ଆମ ଦାୟୀତ୍ୱ’’ କାର୍ଯ୍ୟକ୍ରମ ଆରମ୍ଭ: ଜିଲ୍ଲାପାଳ
ବ୍ରହ୍ମପୁର: ଜିଲ୍ଲାକୁ ପ୍ରବାସୀ ଓଡ଼ିଆମାନଙ୍କ ସୁଅ ଛୁଟୁଛି । ସେମାନଙ୍କୁ ପ୍ରାୟ ୩ହଜାରରୁ ଊର୍ଦ୍ଧ୍ୱ ସଙ୍ଗରୋଧ ଗୃହରେ ରଖାଯାଇଥିଲା । ସେଥିରୁ କରୋନା ପଜେଟିଭ କେଶ୍ ହିଁ ବର୍ତ୍ତମାନ ପର୍ଯ୍ୟନ୍ତ ବାହାରିଛି । ଭୟ କରିବାର ନାହିଁ । ଜିଲ୍ଲାରେ ସଙ୍ଗରୋଧ କେନ୍ଦ୍ରଗୁଡିକରେ ହିଁ ପଜେଟିଭ । ଆଜି ସୁଦ୍ଧା ଜିଲ୍ଲାରେ ଗୋଷ୍ଠୀ ସଂକ୍ରମଣର ଆଶଙ୍କା ନାହିଁ । ଜିଲ୍ଲାରେ ବହୁ କରୋନା ପଜେଟିଭ ମାନେ ସୁସ୍ଥ ହୋଇ ଘରକୁ ଫେରି ନିଜ ନିଜ ଅଞ୍ଚଳରେ କରୋନା ମୁକାବିଲା କରିବା ଓ ଏହା ଠାରୁ କିପରି ଦୂରରେ ରହିବା ତାର ସଚେତନ ମଧ୍ୟ କଲେଣି । ବର୍ତ୍ତମାନ ଜିଲ୍ଲାରେ କରୋନା ରୋଗୀଙ୍କ ସଂଖ୍ୟା ୧୦୦ରୁ କମ୍ ରହିଛି । ଜିଲ୍ଲାରେ ପୂର୍ବରୁ ଘରକୁ ଘର ଯାଇ ସ୍ୱାସ୍ଥ୍ୟ ଯାଞ୍ଚ ସରିଛି । ଏଯାଏଁ ଏହି କାର୍ଯ୍ୟକ୍ରମ ଚାଲୁ ରହିଛି । ବର୍ତ୍ତମାନ ଜିଲ୍ଲାର ୫୦୬ ପଞ୍ଚାୟତରେ ଆମ ସ୍ୱାସ୍ଥ୍ୟ ଆମ ଦାୟୀତ୍ୱ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଜିଲ୍ଳା ଓ ବ୍ଳକ୍ସ୍ତରରେ ତାଲିମ ଶେଷ ହୋଇଛି । ଏବେ ଗ୍ରାମାଞ୍ଚଳରେ ଆରମ୍ଭ ହେବ । ଏମାନେ ତାଲିମ ପାଇଲେ ଲୋକଙ୍କୁ ସଚେତନତା କରିବେ । ଜିଲ୍ଲାରେ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ୪୦ହଜାର ଜଣ ତାଲିମ ନେବେ । କରୋନା ସଂକ୍ରମଣକୁ ସମ୍ପୂର୍ଣ୍ଣ ପ୍ରତିହତ କରିବା ପାଇଁ ପ୍ରଶାସନିକସ୍ତରରେ ଗୁରୁତ୍ୱ ଦିଆଯାଉଛି । ଆମ ଜିଲ୍ଲା ପାଇଁ ଜୁନ୍ ମାସଟି ଅତି ଗୁରୁତ୍ୱପୂର୍ଣ୍ଣ । ଏଥିପାଇଁ ଜିଲ୍ଲାରେ କଟକଣା ବଳବତ୍ତର ରହିବା ସହ ବିନା ମାସ୍କରେ ବୁଲିଲେ କାର୍ଯ୍ୟାନୁଷ୍ଠାନ ସହ ସବୁ ଦୋକାନୀ ଗ୍ରାହକଙ୍କ ବିବରଣୀ ଲିପିବନ୍ଧ କରିବେ, ଦୋକାନରେ ସାମାଜିକ ଦୂରତ୍ୱ ସହ ଦୋକାନ ଆଗରେ ଗ୍ରାହକଙ୍କ ପାଇଁ ଗୋଲାଇ ଚିହ୍ନ, ହେଣ୍ଡ ୱାସ୍, ସାନିଟାଇଜର ରଖିବେ । ଅବମାନନାକଲେ ଜୁନ୍ ମାସ ସୁଦ୍ଧା ଦୋକାନକୁ ତାଲା ପକାଇ ଦିଆଯିବ ବୋଲି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ସନ୍ଧ୍ୟା ୭ରୁ ସକାଳ ୭ଟା ପର୍ଯ୍ୟନ୍ତ ବାହାରକୁ ବାହାରିବା ନିଶେଷ । ଶନିବାର ଓ ରବିବାର ଜରୁରୀ ସ୍ୱାସ୍ଥ୍ୟସେବା ବ୍ୟତୀତ କେହିବି ବାହାରକୁ ବାହାରିବେ ନାହିଁ । ବାହାରିଲେ ବନ୍ଧା ହେବେ । ଗାଡିମୋଟର ରାସ୍ତାରେ ଗଡିବ ନାହିଁ । ପୂର୍ବରୁ ସମସ୍ତ ଆବଶ୍ୟକୀୟ ସାମଗ୍ରୀ ସଂଗ୍ରହକରି ରଖିବାକୁ ଜିଲ୍ଲାପାଳ ଜିଲ୍ଲାବାସୀଙ୍କୁ ଅନୁରୋଧ କରିଛନ୍ତି । ଲୋକମାନେ ସଫଳତାର ସହିତ କ୍ୱାରାଣ୍ଟାଇନ୍କଲେ ତାଙ୍କୁ ନିର୍ଦ୍ଦାରିତ ଅର୍ଥ ପ୍ରଦାନ ସହିତ ସାବାସୀ ପ୍ରଦାନ କରାଯିବ । ଅମାନ୍ୟକଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ । ବର୍ତ୍ତମାନ ଜିଲ୍ଲାରେ ପ୍ରାୟ ୭୦ହଜାର ଜଣ ହୋମ୍ କ୍ୱାରାଣ୍ଟାଇନ୍ରେ ରହିଛନ୍ତି । ଯେଉଁମାନେ ଅବହେଳାକଲେ ନଜରକୁ ଆସିଲେ ଅଞ୍ଚଳବାସୀମାନେ ଅଞ୍ଚଳର ସରପଞ୍ଚ ଓ ବିଡିଓଙ୍କୁ ତୁରନ୍ତ ଜଣାଇଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ । ଆଗାମୀଦିନରେ ଜିଲ୍ଳାରେ ୧ଲକ୍ଷରୁ ଅଧିକ ଲୋକ ହୋମ୍ କ୍ୱାରଣ୍ଟାଇନ୍ରେ ରହିବାକୁ ଥିବାରୁ ସେଥିପ୍ରତି କର୍ମଚାରୀମାନେ ଅଧିକ ସଜାଗ ରହିବାକୁ ଜିଲ୍ଲାପାଳ କହିଛନ୍ତି । ଯେଉଁ ଅଞ୍ଚଳରେ ଅଧିକ ଲୋକ କ୍ୱରାଣ୍ଟାଇନ୍ରେ ଥିବେ ସେମାନଙ୍କ ସହିତ କୌଣସି ବାହାର ଲୋକ ମିଶିପାରିବେ ନାହିଁ । ସେହି ଅଞ୍ଚଳର ସ୍ଥିତି ଲୋକଙ୍କୁ ସଚେତନ କରିବା ପାଇଁ ଡାକବାଜୀ ଯନ୍ତ୍ର ଜରିଆରେ ପ୍ରଚାର କରାଯିବ । ୬୦ବର୍ଷରୁ ଊର୍ଦ୍ଧ୍ୱ ଲୋକଙ୍କୁ ବାହାରେ ବୁଲିବା ନିଷେଦ କରାଯାଇଛି । ଅମାନିଆ ହେଲେ କ୍ୱାରାଣ୍ଟାଇନ୍ରେ ରଖାଯିବ । କରୋନା ହଟ୍ସ୍ପଟ୍ରୁ କେହିବି ଆସିଲେ ତାଙ୍କୁ ଅବିଳମ୍ବେ କ୍ୱାରାଣ୍ଟାଇନ୍ କରାଯିବ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଗାଇଡ୍ ଲାଇନ୍ ଅନୁସାରେ ଜିଲ୍ଲାରେ କାର୍ଯ୍ୟ କରାଯାଉଛି । ଯେଉଁଠାରେ ଅଧିକ ଜନଗହଳି ହୋଇଥିବ ସେଠାରୁ ସନ୍ଦେହ ହୋଇଥିବା ଲୋକଙ୍କ ସ୍ୱାବ୍ ପରୀକ୍ଷା ପାଇଁ ପଠାଯିବ । ସମସ୍ତ କଟକଣାରୁ କୃଷି କାର୍ଯ୍ୟକୁ ବାଦ୍ ଦିଆଯାଇଛି । ସାମାଜିକ ଦୂରତା ରକ୍ଷାକରି ଜୀବନ ଜୀବୀକା ଉତ୍ପାଦନ କାର୍ଯ୍ୟ କରିପାରିବେ । ମଙ୍ଗଳବାର ସୁଦ୍ଧା ଜିଲ୍ଲାରେ ଗୋଷ୍ଠୀ ସଂକ୍ରମଣ ହୋଇନାହିଁ । ଯାହାସବୁ କରୋନା ପଜେଟିଭ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ବାହାରିଛି । ପ୍ରବାସୀ ଓଡ଼ିଆମାନେ ଜିଲ୍ଲାକୁ ଆସିଲାପରେ ହିଁ ପଜେଟିଭ ବାହାରିଥିଲା । ଜିଲ୍ଲାରେ ଥିବା ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରଗୁଡିକରେ ସରପଞ୍ଚ ଓ ବିଡିଓମାନେ ସୁଚାରୁ ରୁୂପେ ତୁଲାଇଛନ୍ତି । ଉଭୟ ଟିମ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଶଂସା କରାଯାଇଛି । ଏହାସହ ଗଣମାଧ୍ୟମ ବ୍ୟକ୍ତିମାନଙ୍କୁ ମଧ୍ୟ ଧନ୍ୟବାଦ ଦେଇଛନ୍ତି ଜିଲ୍ଲାପାଳ । ଏବେ ଆମେମାନେ ସାମାଜିକ ଦୂରତା ରକ୍ଷାକରି କରୋନା ଚେନ୍କୁ ଭାଙ୍ଗିବାକୁ ପଡିବ । ଆବଶ୍ୟକ ନଥିଲେ ଘରୁ ବାହାରନ୍ତୁ ନାହିଁ । ସମସ୍ତେ ମାସ୍କ ବ୍ୟବହାର କରନ୍ତୁ ଏହାସହ କରୋନା ଚେନ୍ ଭାଙ୍ଗିବାରେ ସାମିଲ୍ ହୁଅନ୍ତୁ ବୋଲି ଜିଲ୍ଲାପାଳ ସମସ୍ତଙ୍କୁ ଅନୁରୋଧ କରିଛନ୍ତି । ସେପଟେ ଜିଲ୍ଲା ପ୍ରଶାସନ ପକ୍ଷରୁ ମାସ୍କ ପିନ୍ଧିବା ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଛି । ମାସ୍କ ପିନ୍ଧିବା ଓ ବାହାରେ ଛେପ ପକାଇବା ଉପରେ ଗୁରୁତ୍ୱ ଦିଆଯାଇଛି । ଯେଉଁମାନେ ଏଥିରେ ଅବମାନନା କରିବେ ସେମାନଙ୍କୁ ୨୦୦ଟଙ୍କା ଲେଖାଏଁ ଜୋରିମାନା ଦେବାକୁ ହେବ ବୋଲି ଗତ ୧ତାରିଖ ଦିନ ଜିଲ୍ଲାପାଳ ନିର୍ଦ୍ଦେଶନାମା ଜାରି କରିଥିଲେ । ସେଥିରେ ମଙ୍ଗଳବାର ସାମାନ୍ୟ ପରିବର୍ତ୍ତନକରି ମାସ୍କ ନପିନ୍ଧିଲେ ୫୦୦, ବାହାରେ ଛେପ ପକାଇଲେ ୧ହଜାର ଟଙ୍କା ଦେବାକୁ ପଡିବ ବୋଲି ନିର୍ଦ୍ଦେଶନାମା ଜାରି କରାଯାଇଥିବା ଜଣାପଡିଛି ।