ବ୍ରହ୍ମପୁର : କିଛିଦିନ ତଳେ କର୍କଟ ରୋଗରେ ଓଡ଼ିଶାର ଜଣେ ସୁଖ୍ୟାତ ଭିଡିଓ ଜନାଲିଷ୍ଟ ସୁକାନ୍ତ ପାଣିଗ୍ରାହୀଙ୍କ ମୃତ୍ୟୁ ହୋଇଥିଲା । ତାଙ୍କର ଏକମାତ୍ର ଝିଅ ସହ ତାଙ୍କ ଧର୍ମପତ୍ନୀ ଅଛନ୍ତି । ସୁକାନ୍ତଙ୍କ ମୃତ୍ୟୁପରେ ସେମାନେ ଅସହାୟ ହୋଇ ପଡିଥିଲେ । ବିଭିନ୍ନ ମହଲରେ ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହ ସହରର କିଛି ସହୃଦୟ ବ୍ୟକ୍ତିବିଶେଷ ଆର୍ଥିକ ସହାୟତା ମଧ୍ୟ ଦେଇଥିଲେ । ତାଙ୍କ ଝିଅର ଉଚ୍ଚଶିକ୍ଷା ପାଇଁ ବ୍ରହ୍ମପୁର ସହରର ଜଣେ କାର୍ଯ୍ୟରତ ସାମ୍ବାଦିକ ଓ ତାଙ୍କ ଧର୍ମପତ୍ନୀ ମିଶି ୫୧ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ଏହା ଅନ୍ୟମାନଙ୍କ ପାଇଁ ସାମ୍ବାଦିକ ଓ ତାଙ୍କ ପତ୍ନୀ ଉଦାହରଣ ସାଜିବେ ବୋଲି ବହୁ ବରିଷ୍ଠ ସାମ୍ବାଦିକ ଓ ବୃଦ୍ଧିଜୀବୀ ମତ ପ୍ରକାଶ କରିଛନ୍ତି ।
ସୁକାନ୍ତଙ୍କ ମୃତ୍ୟୁଦିନ ହିଁ ତାଙ୍କ ବାସଭବନରେ ସାମ୍ବାଦିକ ଚିରଞ୍ଜିତ ରାଜଗୁରୁ ତାଙ୍କ ଝିଅକୁ ଦେଖି ଦୁଃଖ ପ୍ରକଟ କରିବା ସହ ତାଙ୍କ ଉଚ୍ଚଶିକ୍ଷା ପାଇଁ ମୋ ପରିବାର ପକ୍ଷରୁ ତାଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ପଦକ୍ଷେପ ନେବେ ବୋଲି ସର୍ବସମ୍ମୁଖରେ ଘୋଷଣା କରିଥିଲେ । ତାହା ଆଜି ପାଳନକରି ନିଜକୁ ଗର୍ବିତ ଅନୁଭବ କରିଥିବା କହିଛନ୍ତି । ମଙ୍ଗଳବାର ସାମ୍ବାଦିକ ଚିରଞ୍ଜିତଙ୍କ ସହ ତାଙ୍କ ଧର୍ମପତ୍ନି ଅମ୍ରିତା ପ୍ରିୟଦର୍ଶନୀ ଯିଏକି ଉତ୍କଳ ଗ୍ରାମୀଣ ବ୍ୟାଙ୍କରେ କାର୍ଯ୍ୟରତ ଅଛନ୍ତି । ଦୁହେଁ ମିଶି ତାଙ୍କ ଘରକୁ ଯାଇ ୫୧ହଜାର ଟଙ୍କାର ଏକ ଫିକ୍ସ ଡିପୋଜିଟ୍ ପ୍ରଦାନ କରିଥିଲେ । ଏହି ବଣ୍ଡଟି ପାଇ ତାଙ୍କ ଧର୍ମପତ୍ନୀ ସାମ୍ବାଦିକମାନଙ୍କ ଅସଲ ଚେହେରା ଓ ଏଭଳି କାର୍ଯ୍ୟକୁ ପ୍ରଶଂସା କରିଥିଲେ । ବଣ୍ଡ ପ୍ରଦାନ ବେଳେ ବରିଷ୍ଠ ସାମ୍ବାଦିକ ଜଗନମୋହନ ମହାପାତ୍ର, ଗୋପାଳ ରେଡ୍ଡୀ, ସୁଦୀପ ସାହୁ, ପ୍ରହଲ୍ଲାଦ ସାହୁ, ଅମର ଦାସ, ଦିନେଶ ପଟ୍ଟନାୟକ, ସୀମାଞ୍ଚଳ ସାହୁଙ୍କ ସମେତ ବହୁ ସାମ୍ବାଦିକ ଉପସ୍ଥିତ ଥିଲେ ।