ବ୍ରହ୍ମପୁର : ବିଶ୍ୱରେ କରୋନା ଭୁତାଣୁ ସମସ୍ତଙ୍କୁ ଆତଙ୍କିତ କରିଛି । କରୋନା ସଂକ୍ରମଣ ଓ ମୃତ୍ୟୁ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଗଞ୍ଜାମ ଜିଲ୍ଳାରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ି ବଢ଼ି ଚାଲିଛି । ଗୋଟିଏ ପଟେ ଲୋକେ କରୋନାରେ ଭୟଭୀତ ହୋଇଥିବା ବେଳେ ଅନ୍ୟପଟେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହର ଭୟକୁ ବେଖାତିର କରି ଧନି ଗରିବ ଭେଦ ଭାବକୁ ଆଡେଇ ଦେଇ ଲୋକମାନଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ୱାର୍ଡର ୩୧ନମ୍ବରର ପୂର୍ବତନ କର୍ପୋରେଟର ସୁରେନ୍ଦ୍ର ମହାରଣା ବହୁତ ବୁଲା ବିକାଳୀ ଏବଂ ଭିକାରୀ ମାନଙ୍କୁ ମାସ୍କ ବଣ୍ଟନ କରିବା ସହ ପ୍ରଚଣ୍ଡ ଖରା ଲାଗି ସେମାନଙ୍କୁ ନିଜ ହାତରେ ଥଣ୍ଡା ପାନୀୟ ପିଆଇ ଦେଉଥିବା ଦେଖିବାକୁ ମିଳିଥିଲା ।