ଭୁବନେଶ୍ୱର – ଶାରୀରିକ ଶିକ୍ଷା ମହାବିଦ୍ୟାଳୟର ସମସ୍ୟା ଗୁଡିକୁ ତୁରନ୍ତ ସମାଧାନ କରି ଶିକ୍ଷାଦାନ ପ୍ରକ୍ରିୟା ଆରମ୍ଭ କରିବାକୁ ଇଲେକ୍ଟ୍ରୋନିକସ୍, ସୂଚନା ଓ ପ୍ରଯୁକ୍ତିବିଦ୍ୟା, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା କ୍ରୀଡ଼ା ନିଦେ୍ର୍ଧଶକଙ୍କୁ ନିଦେ୍ର୍ଧଶ ଦେଇଛନ୍ତି ।
ଅନ୍ୟପକ୍ଷରେ ଆସନ୍ତା ସାତ ଦିନ ମଧ୍ୟରେ ଛାତ୍ରଛାତ୍ରୀଙ୍କ ସମସ୍ତ ଅଭିଯୋଗର ସମାଧାନ କରାଯିବ ବୋଲି କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ କୁହାଯିବା ପରେ ଆନେ୍ଦାଳନକାରୀ ଛାତ୍ରଛାତ୍ରୀମାନେ ଆନେ୍ଦାଳନ ପ୍ରତ୍ୟାହାର କରିଥିଲେ ।
ସେପ୍ଟେମ୍ବର ୨୦ରେ ମନ୍ତ୍ରୀ ଶ୍ରୀ ବେହେରା ଛାତ୍ରଛାତ୍ରୀଙ୍କ ଏହି ସମସ୍ୟା ସଂପର୍କରେ ସୂଚନା ପାଇ କଳିଙ୍ଗ ଷ୍ଟାଡିୟମ୍ରେ ଥିବା ସରକାରୀ ଶାରୀରିକ ଶିକ୍ଷା ମହାବିଦ୍ୟାଳୟ ଅଧ୍ୟକ୍ଷ ଦେବେନ୍ଦ୍ର ନାଥ ବେହେରାଙ୍କ ସହ ବିଶଦ ଅ ।ଲୋଚନା କରିଥିଲେ । କଳିଙ୍ଗ ଷ୍ଟାଡିୟମ୍ର ହାଇ ପରଫର୍ମାନ୍ସ ସେଂଟର ପାଇଁ ଶାରୀରିକ ଶିକ୍ଷା ମହାବିଦ୍ୟାଳୟକୁ ସାମୟିକ ଭାବେ ଆପେr କଲେଜରେ ଶିକ୍ଷାଦାନ ପାଇଁ ନିଷ୍ପତି ନିଆଯାଇଥିଲା । ତେବେ ସଂପୃକ୍ତ କଲେଜ ସହ ଚୁକ୍ତିନାମା ହୋଇ ନଥିବାରୁ ସେଠାରେ ଶିକ୍ଷାଦାନ ଅ ।ରମ୍ଭ ହୋଇପାରି ନାହିଁ । ଏଥି ସହିତ କଲେଜର ନୂଆ ବିଲଡିଂ ପାଇଁ ତମାଣ୍ଡୋ ମଉଜାରେ ଜମି ଚିହ୍ନଟ ହୋଇସାରିଛି ବୋଲି କଲେଜ ଅଧ୍ୟକ୍ଷା ମନ୍ତ୍ରୀ ଶ୍ରୀ ବେହେରାଙ୍କୁ ସୂଚନା ଦେଇଥିଲେ ।
କଲେଜର ନୂଆ ବିଲଡିଂ କାର୍ଯ୍ୟ ପ୍ରକ୍ରିୟା ସହ ଛାତ୍ରଛାତ୍ରୀଙ୍କ ପାଠପଢ଼ା ତୁରନ୍ତ ଆରମ୍ଭ କରିବା ପାଇଁ ମନ୍ତ୍ରୀ ବିଭାଗୀୟ ଅଧିକାରୀଙ୍କୁ ନିଦେ୍ର୍ଧଶ ଦେଇଛନ୍ତି । ଏଥି ସହ ସ୍ଥାୟୀ ବ୍ୟବସ୍ଥା ହେବା ପର୍ଯ୍ୟନ୍ତ କଳିଙ୍ଗ ଷ୍ଟାଡିୟମ୍ ପରିସରରେ ତୁରନ୍ତ ଶିକ୍ଷାଦାନ ଆରମ୍ଭ କରିବା ସହ କୌଣସି ପରିସ୍ଥିତିରେ ଯେପରି ଛାତ୍ରଛାତ୍ରୀଙ୍କ ଶିକ୍ଷାଦାନ ବ୍ୟାହତ ନହୁଏ ସେଥିପ୍ରତି ଦୃଷ୍ଟି ଦେବା ପାଇଁ ମନ୍ତ୍ରୀ ଶ୍ରୀ ବେହେରା କଲେଜ୍ ଅଧ୍ୟକ୍ଷଙ୍କୁ ନିଦେ୍ର୍ଧଶ ଦେଇଛନ୍ତି ।