

Related Stories
October 16, 2025
ବ୍ରହ୍ମପୁର: ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଓଡ଼ିଶା ମୋ ପରିବାର ତରଫରୁ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରବାସୀ ଓଡ଼ିଆ ମାନଙ୍କ ପାଇଁ ସମସ୍ତ ଓଡ଼ିଶା ମାଟିରେ ଭାରତର ଯେକୌଣସି ପ୍ରବାସୀ ନ ଚାଲିକରି ଯିବେ ନା ଭୋକିଲା ରହିବେ ଏହି କାର୍ଯ୍ୟକ୍ରମକୁ ସାରା ଓଡ଼ିଶାରେ ଲାଗୁ କରାଯାଇି । ସେହିପରି ବ୍ରହ୍ମପୁର ନିର୍ବାଚନ ମଣ୍ଡଳୀରେ ମଧ୍ୟ ପ୍ରବାସୀ ଓଡ଼ିଆମାନଙ୍କ ନିମନ୍ତେ ଖାଦ୍ୟର ଆୟୋଜନ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡାଙ୍କ ଦ୍ୱାରା କରାଯାଇଥିଲା । ସ୍ଥାନୀୟ ହଳଦୀଆପଦର ବସ୍ଷ୍ଟାଣ୍ଡ ନିକଟରେ ଆୟୋଜିତ କାର୍ଯ୍ୟକ୍ରମରେ ସୋମବାର ପ୍ରାୟ ୩୦୦ରୁ ଊର୍ଦ୍ଧ୍ୱ ପ୍ରବାସୀ ଓଡ଼ିଆ ଯେଉଁମାନେ ବସ୍ ଓ ଟ୍ରକ୍ରେ ଯାଉଛନ୍ତି ସେମାନଙ୍କ ଗାଡିକୁ ଅଟକାଇ ଦିଆଯାଇଥିଲା । ମହିଳା ସଭାନେତ୍ରୀ ସଂଘମିତ୍ରା ଦଳାଇ, ଏନ୍.ଆପ୍ପା ରାଓ, ଦୁର୍ଗା ପଣ୍ଡା, ଅଜିତ ପଣ୍ଡା, ଗିରିଜା ଶଙ୍କର ଶତପଥୀ, ତାପସ ସାହୁ, ଯୁବ ବିଜେଡି ସଭାପତି ଏନ୍.ଧନଞ୍ଜୟ ରାଓ, ନେତାଜୀ କୁମାର ପାତ୍ର, ତେଜେଶ୍ୱର ସ୍ୱାମୀ ସମେତ ବହୁ ଦଳୀୟ କର୍ମୀ ଉପସ୍ଥିତ ଥିଲେ ।