ବ୍ରହ୍ମପୁର: ନିଗମର ୧୬ନମ୍ବର ୱାର୍ଡର ଯୁବ ସମାଜସେବୀ ଏସ୍.ଏ ଖଲିଲ୍ଙ୍କ ତରଫରୁ ବ୍ରହ୍ମପୁର ସହର ତଥା ଆଖପାଖ ଅଞ୍ଚଳର ବିଭିନ୍ନ ଅସହାୟ ଏବଂ ଭିନ୍ନକ୍ଷମ ମାନଙ୍କୁ ରନ୍ଧା ଖାଦ୍ୟ ଓ ସୁଖିଲା ରାସନ ସାମଗ୍ରୀ ସୋମବାର ପ୍ରଦାନ କରାଯାଇଛି । ସ୍ଥାନୀୟ ବିଜୟା ସିନେମା ହଲ୍ ପରିସରରେ ସାମାଜିକ ଦୂରତା ରକ୍ଷାକରି ପ୍ରାୟ ୫୦ରୁ ଊର୍ଦ୍ଧ୍ୱ ଅସହାୟ ଓ ଭିନ୍ନକ୍ଷମମାନଙ୍କୁ ରନ୍ଧା ଖାଦ୍ୟ ବା ରାସନ ସାମଗ୍ରୀ ପ୍ରଦାନ କରାଯାଇଥିଲା । ଯୁବ ସମାଜସେବୀଙ୍କ ଏଭଳି କାର୍ଯ୍ୟକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି । ତାଙ୍କ ସହ ସୟାଦ ଇମତିଆଜ, ଇମ୍ରାନ ଖାନ୍, ଶିବରଞ୍ଜନ ଶତପଥୀ, ସୟାଦ ରଜକ, ଏସ୍.କେ ବାବୁ, ବିବୁତି ଦାସ, କାହ୍ନୁ ରାଉତ, ସତ୍ୟ ପାତ୍ର ପ୍ରମୁଖ ସହଯୋଗ କରିଥିଲେ ।
Related Stories
November 26, 2024