
ବ୍ରହ୍ମପୁର: କରୋନା ମହାମାରୀ ଯୋଗୁ ଦେଖା ଦେଇଥିବା ଦେଶ ଓ ରାଜ୍ୟରେ ଜଟିଳ ପରିସ୍ଥିତିକୁ ଦୃଷ୍ଟିରେ ରଖି ପରସ୍ପରକୁ ସାହାଯ୍ୟ ଓ ସହଯୋଗର ହାତ ବଢ଼ାଇବାକୁ ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ୱାନ ଦେଇଥିଲେ । ଏହି ପରିପ୍ରେକ୍ଷୀରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଓ ବିଧାୟକ ବିକ୍ରମ ପଣ୍ଡାଙ୍କ ସହ ରାଜ୍ୟ ଯୁବ ବିଜେଡି ସଭାପତି ଅମ୍ରେଶ ପତ୍ରିଙ୍କ ନିର୍ଦ୍ଦେଶକ୍ରମେ ମହାନଗର ବିଜୁ ଯୁବ ବିଜେଡି ପକ୍ଷରୁ ବ୍ରହ୍ମପୁର ସହରର ପ୍ରାୟ ୧୦୦ରୁ ଊର୍ଦ୍ଧ୍ୱ ଖବରକାଗଜ ବିତରକମାନଙ୍କୁ କରୋନା ଯୋଦ୍ଧା ଭାବେ ସମ୍ମାନୀତ କରାଯାଇଛି । ତାହାସହ ସେମାନଙ୍କୁ ୧ମାସର ରାସନ ସାମଗ୍ରୀ ଦିଆଯାଇଛି । ୨୫କେଜି ଚାଉଳ ସହ ତେଲ, ହଳଦୀଗୁଣ୍ଡ, ଡାଲି, ଆଳୁ, ପିଆଜ, ବିସ୍କୁଟ ବଣ୍ଟନ କରାଯାଇଛି । ମହାନଗର ଯୁବ ବିଜେଡି ସଭାପତି ମୁକୁନ୍ଦ ଗୌଡ, ଉପସଭାପତି ଆର୍.ମୂରଲୀମୋହନଙ୍କ ନେତୃତ୍ୱରେ ସ୍ଥାନୀୟ ତୁଳସୀ ନଗର ଠାରେ ରବିବାର ସନ୍ଧ୍ୟାରେ ଏହା ପ୍ରଦାନ କରାଯାଇଛି । ଏଥିରେ ଜିଲ୍ଲା ଯୁବ ବିଜେଡି ସଭାପତି ଡା. ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ସୁବାଷ ମହାରଣା, ମହିଳା ସଭାନେତ୍ରୀ ସଂଘମିତ୍ରା ଦଳାଇ, ଯୁବ ବିଜେଡି ସଭାପତି ଧନଞ୍ଜୟ ରାଓ, ସୁରେନ୍ଦ୍ର ମହାରଣା, ତେଜେସ୍ୱର ସ୍ୱାମୀ, ରାଜେଶ୍ୱର ବେହେରା, ଅନୀଲ ନାୟକ, ଅଭୀନ ସୁନ୍ଦର ବେହେରା, ରଜନୀଶ ମିଶ୍ର, ପାଇକାରା ଭଣ୍ଡାର ସଭାପତି ସୁଧିର ରାଉତ, ସଞ୍ଜୟ ଜେନା, ପ୍ରଶନ୍ନ ଗନ୍ତାୟତ, ବିଜୟ ଭାସ୍କର ସିଂସାମନ୍ତ, କୁନା ମହାରଣା, କେ.ରବି, ଆର୍.କ୍ରିଷ୍ଣା ରେଡ୍ଡୀ, ଏସ୍.ଏ ଖଲିଲ, ଅରୁଣ ଗରୁଡ, ଏସ୍.କେ ଇକ୍ବାଲ, ଦିଲ୍ଳୀପ ପାତ୍ର, କେ.ମୁନ୍ନା ରେଡ୍ଡୀ, ସୀମାଞ୍ଚଳ ସାହୁ, ମନୋଜ ସାହୁ, ବାପୁଜୀ ସାହୁଙ୍କ ସମେତ ମହାନଗର ବିଜୁ ଜନତା ଦଳର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO