ଭଦ୍ରକ – ଭଦ୍ରକ ବ୍ଳକ ଦଇସିଂ ପୟତରେ ନିର୍ମାଣାଧିନ କଲ୍ୟାଣମଣ୍ଡପର ନିମ୍ନମାନର କାର୍ଯ୍ୟକୁ ନେଇ ପାୟତବାସୀଙ୍କ ଅଭିେଯାଗ ପରେ ଜିଲାପାଳଙ୍କ ତଦନ୍ତ ନିଦ୍ର୍ଧେଶକୁ ଜିଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିଦ୍ର୍ଧେଶକ ବେଖାତିର କରିବା ଘଟଣା ଚଚ୍ର୍ଚାର ବିଷୟ ହୋଇଛି। ଏହି ଅଭିେଯାଗକୁ ନେଇ ପାୟତବାସୀଙ୍କ ପକ୍ଷରୁ ଗତ ୫ ତାରିଖରେ ଜିଲାପାଳଙ୍କୁ ଏ ସଂପର୍କରେ ଟ୍ବିଟ୍ ମାଧ୍ଯମରେ ଜଣାଇବା ପରେ ସେ ରି-ଟ୍ବିଟ୍ କରି ଏହାର ତଦନ୍ତ ଭାର ଜିଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିଦ୍ର୍ଧେଶକଙ୍କୁ ପ୍ରଦାନ କରିଥିବାର ସୂଚାଇଥିଲେ। କିନ୍ତୁ ବାସ୍ତବରେ କୌଣସି ପଦାଧିକାରୀଙ୍କ ପକ୍ଷରୁ ଏହି ଦୁର୍ନୀତିକୁ ନେଇ ତଦନ୍ତ କାର୍ଯ୍ୟ କରାଯିବା ତ ଦୂରର କଥା ପରନ୍ତୁ ଏହାକୁ ଲୁଚାଇବାକୁ ଯାଇ କନିଷ୍ଠ ଯନ୍ରୀ ଓ ସହକାରୀ ଯନ୍ରୀ ଠିକାଦାରଙ୍କୁ ପ୍ରୋସôାହନ ଦେଇ କାର୍ଯ୍ୟ ଚାଲୁରଖôଛନ୍ତି। ବିଶେଷକରି ବିଭାଗୀୟ ଏଷ୍ଟିମେଟ ଅନୁଯାୟୀ କାର୍ଯ୍ୟ କରାନଯାଇ ବିଭାଗୀୟ ଯନ୍ରୀ ଓ କାର୍ଯ୍ୟାଦେଶ ପାଇଥିବା ଠିକାଦାର ନିଜ ଇଚ୍ଛା ମୁତାବକ ନିର୍ମାଣ କାର୍ଯ୍ୟ ଚଳାଇବା ସହ ସରକାରୀ ଅର୍ଥକୁ ଲୁଟ କରୁଛନ୍ତି। ତଥ୍ୟ ଅନୁଯାୟୀ ଗ୍ରାମାଳରେ ବସବାସ କରୁଥିବା ଜନସାଧାରଣଙ୍କ ସାମାଜିକ ଓ ଅର୍ଥନୈତିକ ବିକାଶ ପାଇଁ ପାଇଁ ଚର୍ତୁଦଶ ଅର୍ଥ କମିଶନ ବିଭିନ୍ନ ପ୍ରକଳ୍ପ ପାଇଁ ଅର୍ଥେଯାଗାଇ ଦେଇଛନ୍ତି। ବିଶେଷକରି ଗ୍ରାମ୍ୟ ଭିିଭୂମୀର ବିକାଶ ପାଇଁ ପ୍ରତ୍ୟେକ ସ୍ଥାନରେ କଲ୍ୟାଣମଣ୍ଡପ ଓ ଗୋଷ୍ଠୀ କେନ୍ଦ୍ର ନିର୍ମାଣ କରାଯାଉଛି। ଏହି କ୍ରମରେ ଦଇସିଂ ପାୟତରେ ଏକ କଲ୍ୟାଣମଣ୍ଡପ ନିର୍ମାଣ ପାଇଁ ୩୮ଲକ୍ଷ ୮୦ହଜାର ଟଙ୍କାର ବ୍ୟୟବରାଦ କରାଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ୨୦ଲକ୍ଷ ଟଙ୍କାର ଅନୁଦାନ ପାୟତ ଫଣ୍ଡକୁ ଆସିବା ପରେ ମଣ୍ଡପ ନିର୍ମାଣ ପାଇଁ ଏଷ୍ଟିମେଟ କରାଯାଇ ଜନୈକ ବ୍ୟକ୍ତିଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା। ତେବେ ନିର୍ମାଣ ସମୟରେ ସ୍ବଛତା ରକ୍ଷା ପାଇଁ ଜନସାଧାରଣଙ୍କ ଅବଗତି ନିମନ୍ତେ ସୂଚନା ଫଳକ ଲଗାଯିବାର ନିୟମ ରହିଥିଲେ ମଧ୍ଯ ବିଭାଗୀୟ କନିଷ୍ଠ ଯନ୍ରୀ ଓ ଠିକାଦାର ଏହାକୁ ଅଣଦେଖା କରି କାର୍ଯ୍ୟ ଆରମ୍ଭ କରିଥିଲେ। ବାରମ୍ବାର ଅନୁରୋଧ ସେ ସେମାନେ ସୂଚନା ଫଳକ ଲଗାଇ ନଥିଲେ। କନିଷ୍ଠ ଯନ୍ରୀ ଠିକାଦାର କରୁଥିବା ନିମ୍ନମାନର କାର୍ଯ୍ୟ ପ୍ରତି ସµୂର୍ଣ୍ଣ ଆଖô ବୁଜି ଦେବା ସହ ତାଙ୍କୁ ପରୋକ୍ଷ ପ୍ରୋସôାହନ ଦେଉଛନ୍ତି ବୋଲି ଗ୍ରାମବାସୀମାନେ ଅଭିେଯାଗ କରିଛନ୍ତି। ବିଶେଷକରି ମଣ୍ଡପର ମୂଳଦୂଆ ନିର୍ମାଣ ସମୟରେ ପ୍ରସ୍ତୁତ କରାଯାଇଥିବା ଏଷ୍ଟିମେଟକୁ ଅଣଦେଖା କରାଯାଉଥିବାରୁ ଉକ୍ତ ଗୃହର ସ୍ଥାୟୀତ୍ବକୁ ନେଇ ଆଶଙ୍କା ପ୍ରକାଶପାଇଛି। ଯାହା ଜନ ମାନସରେ ଜିଲା ପ୍ରଶାସନ ଓ ସରକାରଙ୍କ କାର୍ଯ୍ୟ କଳାପ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏଠାରେ ସୂଚନାେଯାଗ୍ୟ ଏହି ପାୟତର ଅଜୟ କୁମାର ମହାନ୍ତି, ଶୁକଦେବ ମଲ୍ଲିକ, କ୍ଷୀରୋଦ କୁମାର ମଲିକ, ଅଭୟ ଜେନା, ବିସ୍ମୟ ଜେନା, ମନୋଜ ଜେନା ପ୍ରମୁଖ ବହୁ ଗ୍ରାମବାସୀ ଜିଲାପାଳଙ୍କ ସମେତ ବିଡିଓ, ପିଡି, ଡିପିଓ ଓ ପଂଚାୟତ ରାଜ ମନ୍ରୀଙ୍କ ନିକଟକୁ ପଠାଇଥିବା ଅଭିେଯାଗ ମୂଳେ ଏହି ପଂଚାୟତରେ ନିର୍ମାଣାଧୀନ କଲ୍ୟାଣ ମଣ୍ଡପ କାର୍ଯ୍ୟରେ କନିଷ୍ଠ ଯନ୍ରୀ ରୂପାଲି ଘଡେଇ ଓ ସହକାରୀ ଯନ୍ରୀ ସିଦ୍ଧାର୍ଥ ରଂଜନ ଦାଶ ସଂପୃକ୍ତ ଠିକାଦାରଙ୍କ ମଧୁଚନ୍ଦ୍ରିକାରେ ଅତ୍ୟନ୍ତ ନିମ୍ନମାନର କାର୍ଯ୍ୟ କରୁଛନ୍ତି। ଯାହା ବହୁ ଗଣମାଧ୍ଯମରେ ପ୍ରକାଶିତ ହେବା ସହ ଜିଲାପାଳଙ୍କୁ ଟ୍ବିଟ୍ ମାଧ୍ଯମରେ ଅବଗତ କରାଯାଇଥିଲା। ଫଳରେ ଜିଲାପାଳ ଜ୍ଞାନ ଦାସ ଏହି ଘଟଣାରେ ପିଡିଙ୍କୁ ତଦନ୍ତ ଦାୟିତ୍ବ ଦେଇଥିବା ନେଇ ରି-ଟ୍ବିଟ୍ ମାଧ୍ଯମରେ ଅବଗତ କରାଇଥିଲେ। ମାତ୍ର ବାସ୍ତବରେ କୌଣସି ପଦାଧିକାରୀ ତଦନ୍ତ କରିନଥିଲେ। ଏହି ବିଷୟକୁ ନେଇ ଗତ ୧୬ ତାରିଖ ଦିନ ଜିଲାପାଳଙ୍କ ଅଭିେଯାଗ ପ୍ରକୋଷ୍ଠର ଦୃଷ୍ଟିକୁ ମଧ୍ଯ ଅଣାଯାଇଥିଲା। ଏବେ ସଂପୃକ୍ତ ଦୁଇ ପଦାଧିକାରୀ ଠିକାଦାରଙ୍କ ମାଧ୍ଯମରେ ଉକ୍ତ ନିମ୍ନମାନର କାର୍ଯ୍ୟକୁ ଚାଲୁ ରଖôଥିବାରୁ ଏଷ୍ଟିମେଟ୍ରେ ଫାଉଣ୍ଡେସନ ସ୍କୋୟାର ଫୁଟିଂ ଥିବାବେଳେ ବୋରିଂ ପାଇଲ୍ କରାଯାଉଥିବାରୁ ତାକୁ ବନ୍ଦ କରିବା, ତଦନ୍ତ ରିପୋର୍ଟ ନଆସିବା ପର୍ଯ୍ୟନ୍ତ କାର୍ଯ୍ୟ ବନ୍ଦ ରଖାଯିବା, ସଂପୃକ୍ତ ଦୁଇ ଅଧିକାରୀଙ୍କ ବେଆଇନ୍ କାର୍ଯ୍ୟ ପାଇଁ ସେମାନଙ୍କୁ ବହିଷ୍କାର କରିବା, ସମସ୍ତ କାର୍ଯ୍ୟ ସରକାରୀ ଏଷ୍ଟିମେଟ୍ ହିସାବରେ କରାଯିବା, ତଦନ୍ତ ଅଭିେଯାଗକାରୀମାନଙ୍କ ଉପସ୍ଥିତିରେ ତଦନ୍ତ କାର୍ଯ୍ୟ କରାଯିବା ନେଇ ଜିଲାପାଳଙ୍କ ସମେତ ସମସ୍ତ ଉଚ୍ଚ ପଦାଧିକାରୀଙ୍କ ନିକଟରେ ଅଭିେଯାଗ ପତ୍ର ଦିଆଯାଇଛି। ଏବଂ ଏହା କରାନଗଲେ ଆଗାମୀ ଦିନରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯିବାର ଚେତାବନୀ ଦିଆଯାଇଛି।