
ଭଦ୍ରକ – ବିଭିନ୍ନ ନାମୀଦାମୀ କଂପାନୀର ନକଲି ଜଦ୍ର୍ଧା କାରଖାନାର ପେଣ୍ଠସ୍ଥଳୀ କୁହାଯାଉଥିବା ଭଦ୍ରକ ପୁରୁଣାବଜାର ଅଂଚଳରେ ୩ଟି ସ୍ଥାନରେ ଚଢାଉ କରାଯାଇ ପୁଣି ଆଉ ୩ଟି କାରଖାନାର ଠାବ କରାଯାଇଛି। ଏଠାରେ ସୂଚନାେଯାଗ୍ୟ ନିକଟରେ ବଦଳି ହୋଇଥିବା ପୁରୁଣାବଜାର ଥାନାଧିକାରିଣୀ ପ୍ରଜ୍ଞା ମହାନ୍ତିଙ୍କ କାର୍ଯ୍ୟକାଳ ମଧ୍ଯରେ ସେ ଏହି ଅଂଚଳର ବିଭିନ୍ନ ସ୍ଥାନ ଉପରେ ଚଢାଉ କରି ବର୍ଷ ବର୍ଷ ଧରି ଚାଲିଆସୁଥିବା ବିଭିନ୍ନ ନାମୀଦାମୀ କଂପାନୀର ନକଲି ଜଦ୍ର୍ଧା କାରଖାନା ଜବତ କରି ଚଚ୍ର୍ଚାକୁ ଆସିଥିଲେ। ସେ ଯିବାପରେ ପୁଣିଥରେ ଏହି ଜଦ୍ର୍ଧା ମାଫିଆଙ୍କ ପ୍ରାର୍ଦୁଭାବ ଦେଖାଦେଇଛି। କୌଣସି ସୂତ୍ରରୁ ଖବର ପାଇ ଆଜି ଜିଲା ଆରକ୍ଷୀ ଅଧିକ୍ଷକ ରାଜେଶ ପଣ୍ଡିତଙ୍କ ନିଦ୍ର୍ଧେଶ କ୍ରମେ ଏସ୍ଡିପିଓ ଜଳନ୍ଧର ଜାଲିଙ୍କ ନେତୃତ୍ବରେ ଉଭୟ ସହରାଳ ଥାନାଧିକାରିଣୀ ସରୋଜିନୀ ସିଂ, ଏସ୍ଆଇ ଦୀପକ ରଂଜନ ଜେନା ଓ ପୁରୁଣାବଜାର ଥାନାର ଏସ୍.ଆଇ. ପ୍ରିୟଦର୍ଶନ ସେଠୀ, ପି.ଏଲ୍. ବେହେରାଙ୍କ ମିଳିତ ସହେଯାଗରେ ପୁଣିଥରେ ପୁରୁଣାବଜାର ଥାନା ଅଧୀନସ୍ଥ ମିର୍ଜାପୁର ଅଂଚଳରେ ଦୀର୍ଘଦିନ ଧରି ଚାଲୁଥିବା ନକଲି ଜଦ୍ର୍ଧା କାରଖାନା ଉପରେ ଚଢାଉ କରାଯାଇଥିଲା। ଏହି ଚଢାଉ କାଳରେ ବିଭିନ୍ନ ପ୍ରତିଷ୍ଠିତ କଂପାନୀର ଲୋଗୋ ଥିବା ଡବା, ରାସାୟନିକ ପଦାର୍ଥ, ଜରି ପ୍ୟାକେଟ୍ ଓ ପ୍ରସ୍ତୁତ ସାମଗ୍ରୀ ସହ ପେକିଂ ମେସିନ୍କୁ ପୁଲିସ୍ ଜବତ କରିଛି। ଯାହାର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଜଣାପଡିଛି। ଏହି ଚଢାଉ କାଳରେ ଏଥିରେ ସଂପୃକ୍ତ ଥିବା ୨ ଜଣ ଯୁବକ ଓ ଜଣେ ନାବାଳକକୁ ପୁଲିସ୍ ଅଟକ ରଖô ତଦନ୍ତ ଚଳାଇଥିବାର ଜଣାପଡିଛି। ତେବେ ଏହି ଜଦ୍ର୍ଧା କାରବାର ପଛରେ ଥିବା ମାଷ୍ଟରମାଇଣ୍ଡର ଠିକଣା ନେଇ ପୁଲିସ୍ ଖୋଳତାଡ ଆରମ୍ଭ କରିଛି।