ଭୁବନେଶ୍ୱର-କୋବିଡ -୧୯ କାରଣରୁ ଲକଡାଉନ ପରିପ୍ରେକ୍ଷୀରେ ଆଗାମୀ ୧୭ ଜୁନରେ ସ୍କୁଲ ଖୋଲିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ ।
ସେ କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ଦ୍ୱାରା ଗତକାଲି ଜାରୀ କରା ଯାଇଥିବା ଗାଇଡଲାଇନ ଆଧାରରେ ଏହି ନିଷ୍ପତି ଗ୍ରହଣ କରା ଯାଇଛି ।
ଉଲ୍ଲେଖନୀୟ ଯେ ଜୁନ ମାସ ୧୭ ତାରିଖ ଦିନ ରାଜ୍ୟରେ ସ୍କୁଲ ଖୋଲା ଯିବାର ଥିଲା ।