ବ୍ରହ୍ମପୁର : ବିଜୁ ଜନତା ଦଳର ଜଣେ ଆଗଧାଡିର ନେତା ତଥା ଦକ୍ଷିଣାଞ୍ଚଳରେ ସମବାୟକୁ ଜାତୟସ୍ତରରେ ପହଞ୍ଚାଇବା ପାଇଁ ନେତୃତ୍ୱ ନେଉଥିବା ଅଲେଖ ଚୌଧୁରୀ ଆମ ଗ୍ରହଣରେ ନାହାଁନ୍ତି ସତ କିନ୍ତୁ ତାଙ୍କର କାର୍ଯ୍ୟକଳାପ ଆମକୁ ସବୁଦିନେ ମନେ ପଡିବ । ଦଳମତ ନିର୍ବିଶେଷରେ ତାଙ୍କର ଅକାଳ ବିୟୋଗ ସମସ୍ତଙ୍କ ମନକୁ ଆଘାତ ଦେଇଛି । ଦୀର୍ଘ ୪୦ବର୍ଷଧରି ରାଜନୀତିରେ ରହି ଗରିବ ଗୁରୁବାମାନଙ୍କ ଦ୍ୱିତୀୟ ଭଗବାନ ସାଜିଥିବା ଅଲେଖଙ୍କ ମୃତ୍ୟୁରେ ରାଜ୍ୟସ୍ତରୀୟ ନେତାମାନେ ଶୋକ ପ୍ରକାଶ କରିଛନ୍ତି । ତେଣୁ ତାଙ୍କର ଅକାଳ ବିୟୋଗରେ ଜିଲ୍ଳା ବିଜେଡି ପକ୍ଷରୁ ତାଙ୍କର ଅମର ଆତ୍ମାର ସଦ୍ଗତି ନିମନ୍ତେ ନୀରବ ପ୍ରାର୍ଥନା ସହ ତାଙ୍କ ପରିବାରବର୍ଗଙ୍କୁ ପ୍ରଭୁ ଜଗନ୍ନାଥ ଶକ୍ତି ଦିଅନ୍ତୁ ବୋଲି କହି ଜିଲ୍ଲା ବିଜେଡି ସଭାପତି ଡା. ରାମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ଜିଲ୍ଲା ବିଜେଡି କାର୍ଯ୍ୟାଳୟରେ କହିଛନ୍ତି । ଏଥିରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଯୋଗଦେଇ ନିଜର ଜଣେ ସୁବନ୍ଧୁଙ୍କୁ ହରାଇ ମୁଁ ମର୍ମାହତ ବୋଲି କହିବା ସହ ଗୋପାଳପୁର ବିଧାୟକ ଡା. ପ୍ରଦୀପ କୁମାର ପାଣିଗ୍ରାହୀ ଯୋଗଦେଇ ଗଞ୍ଜାମ ଜିଲ୍ଲାରେ ତାଙ୍କର ଅନୁପସ୍ଥିତି ଆମକୁ ମନେ ପକାଇବା ସହ ତାଙ୍କର ସୁଚିନ୍ତା, ପର ଉପକାରୀ, ଦଳୀୟ ସଙ୍ଗଠନକୁ ଆଗକୁ ନେବାପାଇଁ ଯେଉଁ କାର୍ଯ୍ୟ କରିଥିଲେ ତାହା ଚିର ସ୍ମରଣୀୟ ବୋଲି କହିଥିଲେ । ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ଯୋଗଦେଇ କହିଥିଲେ ଯେ, ଅଲେଖ ବାବୁଙ୍କ ଭଳି ଜଣେ ନେତା ଆଉ ଆମକୁ କେବେ ମିଳିବେ ନାହିଁ । ତାଙ୍କର ପରାମର୍ଶ ମୋତେ ମୋ ରାଜନୀତି ଜୀବନରେ ବହୁ ସହାୟକ ହୋଇଛି । ତେଣୁ ତାଙ୍କର ଏହି ମୃତ୍ୟୁ ମୋ ପାଇଁ ବଡ ଦୁଃଖ ଆଣିଛି ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ସ୍ନେହଲତା ପଣ୍ଡା, ମହିଳା ସଭାନେତ୍ରୀ ସଂଘମିତ୍ରା ଦଳାଇ, ଭଗବାନ ଗନ୍ତାୟତ, ତୁମ୍ବନାଥ ପଣ୍ଡା, ସଞ୍ଜିତ ପାଣିଗ୍ରାହୀ, ଅଜୁ ମହାରଣା, ସୁଧିର ରାଉତ, ମୁକୁନ୍ଦ ଗୌଡ, ଆର୍.ମୂରଲୀମୋହନ, ଯୁବ ବିଜେଡି ସଭାପତି ଧନଞ୍ଜୟ ରାଓ, ସି.ଏଚ୍ ଦିଲେଶ୍ୱର ରେଡ୍ଡୀ, ରଜନୀଶ ମିଶ୍ର, ରୁପେଶ ମହାପାତ୍ର, ସୁବାଶ ମହାରଣା, ବିଜୟ ଭାସ୍କର ସିଂ ସାମନ୍ତ, ସୁରେନ୍ଦ୍ର ମହାରଣା, ଟୁନା ପାଣିଗ୍ରାହୀ, କୈଳାଶ ରଣାଙ୍କ ସମେତ ଜିଲ୍ଲା ବିଜେଡିର ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ ।
Related Stories
May 4, 2024