ରାଉରକେଲା – ସି ସୋର ଅର୍ଥ ଠକେଇ ମାମଲାରେ ଏହାର ମୁଖ୍ୟ କୁହାଯାଉଥିବା ପ୍ରଶାନ୍ତ ଦାଶ ରାଉରକେଲାରେ ହୋଇଥିବା ଏକ ମାମଲାରେ ଆଜି ସ୍ଥାନୀୟ ଏସଡିଜେଏମଙ୍କ କୋର୍ଟରେ ହାଜର ହୋଇଥିଲେ । ରାଉରକେଲାର ରଘୁନାଥପାଲ୍ଲୀ ଥାନାରେ ୭୫ ଲକ୍ଷ ଟଙ୍କା ଠକେଇ ନେଇ ୨୦୧୨/୧୩ରେ ଏହି ମାମଲା କରାଯାଇଥିଲା । ତେବେ ଏହି ମାମଲାରେ ସେ ହାଇକୋର୍ଟରୁ ଜାମିନ ପାଇଥିଲେ ବି କୋର୍ଟଙ୍କ ଆଦେଶ ଯୋଗୁ ସେ ପୁଣି ରାଉରକେଲା କୋର୍ଟରେ ହାଜର ହୋଇଥିବା ଜଣାପଡିଛି । ଶ୍ରୀ ଦାସଙ୍କ ପକ୍ଷରୁ ଓକିଲ ସୁନୀଲ କୁମାର ବିଶି ଲଢୁଥିବା ବେଳେ ସରକାରୀ ଓକିଲ ଭାବେ ଜିମୁତ ସୁନାନୀ ମାମଲା ପରିଚାଳନା କରୁଥିବା ଜଣାପଡିଛି ।
Related Stories
November 25, 2024