ବ୍ରହ୍ମପୁର: ବିଶ୍ୱ ମହାମାରୀ କରୋନା ସମୟରେ ଯେଭଳି ସ୍ୱାସ୍ଥ୍ୟ ବିଭାଗ, ପୋଲିସ ବିଭାଗ, ଅଙ୍ଗନୱାଡ଼ିକୁ କରୋନା ଯୋଦ୍ଧାର ମାନ୍ୟତା ପ୍ରଦାନ କରିବା ସହ କୋଭିଡ-୧୯ର ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କରାଯାଇଛି ତାହା ଅତ୍ୟନ୍ତ ସ୍ୱାଗତଯୋଗ୍ୟ ପଦକ୍ଷେପ । କିନ୍ତୁ ଦୁଃଖ ଓ ପରିତାପର ବିଷୟ ପୂର୍ତ୍ତ ବିଭାଗରେ କାର୍ଯ୍ୟରତ ବିଦ୍ୟୁତ୍, ଜଳଯୋଗାଣ, ପରିମଳ ବ୍ୟବସ୍ଥାରେ ନିୟୋଜିତ ଯନ୍ତ୍ରୀ ଓ କର୍ମଚାରୀଙ୍କୁ ସମ୍ପୂର୍ଣ୍ଣ ଭାବେ ଅଣଦେଖା କରାଯାଇଛି । ଉକ୍ତ ବିଭାଗ ଦ୍ୱାରା ପରିଚାଳିତ ସମସ୍ତ କର୍ମଚାରୀମାନେ ପ୍ରାରମ୍ଭରୁ ସମସ୍ତ ପ୍ରକାର ସରକାରୀ କୋଠା ମରାମତି, ନିର୍ମାଣ କାର୍ଯ୍ୟରେ ଜଡିତ ଅଛନ୍ତି । କିନ୍ତୁ ରାଜ୍ୟ ସରକାର ଉକ୍ତ ବିଭାଗ ପ୍ରତି ବୈମାତୃକ ମନୋଭାବ ପ୍ରଦର୍ଶନ କରିଛନ୍ତି । ବିଭାଗ ଦ୍ୱାରା ଜଡିତ ସମସ୍ତ କର୍ମଚାରୀମାନେ ଶହ ଶହ ଶ୍ରମିକମାନଙ୍କୁ ନେଇ ଜନସାଧାରଣଙ୍କୁ ଉତ୍ତମ ସେବା ଯୋଗାଇବା ପାଇଁ ସରକାରଙ୍କ ସମସ୍ତ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିବା ସତ୍ତ୍ୱେ ଏମାନଙ୍କୁ ଅଣଦେଖା କରିବା ଅତ୍ୟନ୍ତ ନିନ୍ଦନୀୟ ଘଟଣା ବୋଲି ବିଭାଗରେ କାର୍ଯ୍ୟରତ କର୍ମଚାରୀମାନେ ମତବ୍ୟକ୍ତ କରିଛନ୍ତି । ଏଭଳି ପରିସ୍ଥିତିରେ ରାଜ୍ୟ ସରକାର ତୁରନ୍ତ ଉକ୍ତ ବିଭାଗ ଦ୍ୱାରା କାର୍ଯ୍ୟରତ କର୍ମଚାରୀଙ୍କୁ କୋଭିଡ-୧୯ ସ୍ୱତନ୍ତ ପ୍ୟାକେଜରେ ସାମିଲ କରିବା ପାଇଁ ଗଞ୍ଜାମ ଜିଲ୍ଲାରେ କାର୍ଯ୍ୟରତ କର୍ମଚାରୀମାନେ ଦାବି କରିଛନ୍ତି ।
Related Stories
November 23, 2024