-
ଘରୁ ନବାହାରିବା ପାଇଁ ମାଇକ ଦ୍ୱାରା ପ୍ରଚାର

ବ୍ରହ୍ମପୁର: କୋଭିଡ-୧୯ ପରିପ୍ରେକ୍ଷୀରେ ସାମାଜିକ ଦୂରତ୍ୱ ବଜାୟ ରଖିବା ଏବଂ ମାସ୍କ ପରିଧାନ କରିବା ନେଇ ପ୍ରଶାସନ ତୀକ୍ଷ୍ଣ ନଜର ରଖିଥିବା ବେଳେ ଗୁରୁବାର ଦିଗପହଣ୍ଡି ବ୍ଲକ୍ ଚୌଧୁରୀ ଟିକରପଡା ପଞ୍ଚାୟତ ସରପଞ୍ଚ ସଞ୍ଜୁକ୍ତା ଚଣ୍ଡଙ୍କ ଅନୁରୋଧକ୍ରମେ ସମଗ୍ର ପଞ୍ଚାୟତକୁ ସନ୍ଧ୍ୟାରେ ପ୍ରଶାସନ ପକ୍ଷରୁ ପାର୍ସିଆଲ ଲକ୍ ଡାଉନ୍ ଘୋଷଣା କରାଯାଇଥିବା ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଧେ ଦତାତ୍ରୟ ଭାଉସାହେବ ସୂଚନା ଦେଇଛନ୍ତି । ପଞ୍ଚାୟତ ଅଧିନ ବିଭିନ୍ନ ଗ୍ରାମର ସଙ୍ଗରୋଧ କେନ୍ଦ୍ରରେ ଥିବା କିଛି ମହାରାଷ୍ଟ୍ର ଫେରନ୍ତା ପ୍ରବାସୀ ଓଡ଼ିଆଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପରେ କରୋନା ପଜେଟିଭ ଚିହ୍ନଟ ହେବାପରେ ଏଭଳି ପଦକ୍ଷେପ ନିଆଯାଇଥିବା ଦିଗପହଣ୍ଡି ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟ ତଥା ତହସିଲଦାର ଅଦ୍ୱୈତ କୁମାର ସ୍ୱାଇଁ ସୂଚନା ଦେଇଛନ୍ତି । ଦିଗପହଣ୍ଡି ବିଡିଓ ହଳଧର ଶବର, କୋଭିଡ-୧୯ ନୋଡାଲ ଅଧିକାରୀ ରାଜ କିଶୋର ନାୟକ, ଚିକିଟି ଏସ୍ଡିପିଓ ସୁରେନ୍ଦ୍ରନାଥ ମୁର୍ମୁ, କେ.ନୂଆଗାଁ ଥାନାଧିକାରୀ ମାଧବାନନ୍ଦ ନାୟକ ପ୍ରମୁଖ ସମ୍ପୃକ୍ତ ଇଲାକାରେ ପହଞ୍ôଚ ସମଗ୍ର ପଞ୍ଚାୟତକୁ ଏକ ସପ୍ତାହ ବ୍ୟାପୀ ସଡ୍ ଡାଉନ୍ ଘୋଷଣା କରିଥିବା ଜଣାପଡିଛି । ପଞ୍ଚାୟତ ଅଧିନସ୍ଥ ୩ଗାଁ ବଜ୍ରଗୁମ୍ମା, ଢ଼େପାପେଣ୍ଠ ଓ ଚୌଧୁରୀ ଟିକରପଡାରେ ଘରୁ ନବାହାରିବା ପାଇଁ ମାଇକ୍ ଯୋଗେ ପ୍ରଚାର କରାଯାଇଛି । ସମ୍ପୃକ୍ତ ଇଲାକାକୁ ପାର୍ସିଆଲ କଣ୍ଟ୍ରୋଲ ଜୋନ୍ କରାଯାଇଛି । ଶୁକ୍ରବାର ଲକ୍ଷଣ ଥିବା ଲୋକଙ୍କୁ ଚିହ୍ନଟକରି ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଯାଞ୍ଚ ସହ ଗ୍ରାମକୁ ବିଶୋଧନ କରିବା ପାଇଁ ପ୍ରଶାସନିକ ସ୍ତରରେ ଚେଷ୍ଟା ଚାଲିଥିବା ଜଣାପଡିଛି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO