-
୨ ସୋସାଇଟି ସମ୍ପାଦକ ନିଲମ୍ବିତ
ବ୍ରହ୍ମପୁର: କରୋନା ପାଇଁ ଲକ୍ ଡାଉନ୍ ଜାରି ରହିଛି । ଏଥିରୁ କୃଷି, ଶିଳ୍ପ, ବାଣିଜ୍ୟ ସବୁକ୍ଷେତ୍ର ପ୍ରଭାବିତ ହୋଇଛି । କୃଷି କ୍ଷେତ୍ରକୁ ପ୍ରାଧାନ୍ୟ ଦେଇ କୃଷି, ଋଣ, ବିହନ ଓ ସାର ଠିକଣା ସମୟରେ ଯୋଗାଇବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ି । ଜିଲ୍ଲାରେ କିଛି ସୋସାଇଟିରେ ଏ ଯାଏଁ ସାର ଓ ବିହନ ପହଞ୍ôଚ ନଥିବା ବେଳେ କିଛି କାର୍ଯ୍ୟରେ ଅବହେଳା କରି ଚାଷୀଙ୍କୁ ସହଯୋଗ କରୁନଥିବା ଅଭିଯୋଗ ହେଉଛି । ଜେଏଲ୍ଜି ଋଣ ପ୍ରଦାନରେ ଅବହେଳା ଏବଂ ବିହନ ଓ ସାର ଯୋଗାଣ ସହଯୋଗ କରୁନଥିବା ଅଭିଯୋଗରେ ୨ ସୋସାଇଟି ସମ୍ପାଦକଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଥିବା ବେଳେ ୮ଜଣଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିବା ସୂଚନା ମିଳିଛି । କାଣ୍ଡସର ସମବାୟ ସମିତିର ସମ୍ପାଦକ ଏସ୍.ରାଜା ରାଓ ଏବଂ ବଡଡୁମ୍ବୁଳା ସମବାୟ ସମିତିର ସମ୍ପାଦକ ଶେଷକାନ୍ତ ଜାନୀଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି । ଟି.ଗୋବିନ୍ଦପୁର, ପୁରୁଣାଗଡ, କୁଶପଡା, କୁମାରଗଡ, ଗୁରୁଣ୍ଠି ଓ ମହୁରୀକାଳୁଆ ସୋସାଇଟି ସମ୍ପାଦକଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି ହୋଇଛି । ସେମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ କାହିଁକି ଗ୍ରହଣ କରାନଯିବ, ୭ଦିନ ମଧ୍ୟରେ ଏହାର ଉତ୍ତର ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିବା ବ୍ରହ୍ମପୁର ସର୍କଲ୍ ସମବାୟ ସମିତି ସମୂହର ଉପନିବନ୍ଧକ ଶିବପ୍ରସାଦ ସ୍ୱାଇଁ ସୂଚନା ଦେଇଛନ୍ତି ।