
ବ୍ରହ୍ମପୁର: ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଓଡ଼ିଶା ମୋ ପରିବାର ତରଫରୁ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରବାସୀ ଓଡ଼ିଆ ମାନଙ୍କ ପାଇଁ ସମସ୍ତ ଓଡ଼ିଶା ମାଟିରେ ଭାରତର ଯେକୌଣସି ପ୍ରବାସୀ ନ ଚାଲିକରି ଯିବେ ନା ଭୋକିଲା ରହିବେ ଏହି କାର୍ଯ୍ୟକ୍ରମକୁ ସାରା ଓଡ଼ିଶାରେ ଲାଗୁ କରାଯାଇି । ସେହିପରି ବ୍ରହ୍ମପୁର ନିର୍ବାଚନ ମଣ୍ଡଳୀରେ ମଧ୍ୟ ପ୍ରବାସୀ ଓଡ଼ିଆମାନଙ୍କ ନିମନ୍ତେ ଖାଦ୍ୟର ଆୟୋଜନ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡାଙ୍କ ଦ୍ୱାରା କରାଯାଇଥିଲା । ସ୍ଥାନୀୟ ହଳଦୀଆପଦର ବସ୍ଷ୍ଟାଣ୍ଡ ନିକଟରେ ଆୟୋଜିତ କାର୍ଯ୍ୟକ୍ରମରେ ଓଡ଼ିଶା ମୋ ପରିବାରର ଚେୟାରମ୍ୟାନ୍ ଅରୁପ ପଟ୍ଟନାୟକ ଏବଂ ତାଙ୍କ ସହଯୋଗୀ ଅବନୀ କୁମାର ସାହୁ, ବ୍ରହ୍ମପୁର ସାଂସଦ ଏବଂ ଓଡ଼ିଶା ମୋ ପରିବାରର ଉପସଭାପତି, ରାଜ୍ୟ ବିଜେଡି ଉପସଭାପତି ଚନ୍ଦ୍ରଶେଖର ସାହୁ, କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ, ରାଜ୍ୟ ଯୁବ ସାଧାରଣ ସମ୍ପାଦକ ରଜନୀଶ ମିଶ୍ର, ଜିଲ୍ଳା ମହିଳା ସଭାନେତ୍ରୀ ସଂଘମିତ୍ରା ଦଳେଇ ଏବଂ ମହାନଗର ସଭାପତି ବିଜୟ ସାମଲ, ଜିଲ୍ଲା ଉପସଭାପତି ସଞ୍ଜିତ ପାଣିଗ୍ରାହୀ, ଦୁର୍ଗାପ୍ରସାଦ ପଣ୍ଡା, ମଦନମୋହନ ଦଳେଇ, ତୁମ୍ବନାଥ ପଣ୍ଡା ସହ ବହୁ ଯୁବନେତା ବୃନ୍ଦ ଏକତ୍ରିତ ହୋଇ କାର୍ଯ୍ୟକ୍ରମକୁ ସାଫଲ୍ୟ କରିଥିଲେ । ଓଡ଼ିଶାର ବିଭିନ୍ନ ପ୍ରାନ୍ତରେ ଏଭଳି କାର୍ଯ୍ୟକ୍ରମ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଆରମ୍ଭ ହୋଇଛି । ସମସ୍ତଙ୍କୁ ସୁଖିଲା ଖାଦ୍ୟ ପକେଟ୍ ଓ ପାଣି ଦେଇ ଭୋକିଲା ପେଟରେ ଖାଦ୍ୟ ପ୍ରଦାନକୁ ଗୁରୁତ୍ୱଦେଇ ମୁଖ୍ୟମନ୍ତ୍ରୀଙ୍କ ଏଭଳି ନିଷ୍ପତ୍ତି ପ୍ରବାସୀଙ୍କ ମନରେ ଉତ୍ସାହିତ କରିବ ବୋଲି ବିଧାୟକ ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO