ସାନଖେମୁଣ୍ଡି: ରାଜ୍ୟ ସରକାରଙ୍କ ପରିବର୍ତ୍ତିତ ଯୋଜନ କ୍ରମରେ ମହିଳା ଓ ଶିଶୁବିକାଶ ବିଭାପ ଦ୍ଵାରା ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଅନ୍ତର୍ଗତରେ ଅଙ୍ଗନବାଡି କେନ୍ଦ୍ର ମାଧ୍ୟମରେ ବଣ୍ଟନ କରାଯାଉଥିବା ପୁଷ୍ଟିକର ସୁଷମ ଶୁଖିଲା ବଣ୍ଟନ ବ୍ୟବସ୍ଥାରେ ହେଉଥିବା ଅନିୟମିତତାକୁ ନିୟନ୍ତ୍ରଣ ପାଇଁ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳ ମାନଙ୍କୁ ଦାୟିତ୍ୱ ପ୍ରଦାନ କରିଛନ୍ତି। ସମ୍ପୃକ୍ତ ଜିଲ୍ଲାପାଳ ଜିଲ୍ଲା ପ୍ରଶାସନର ମିଳିତ ବୈଠକରେ ପ୍ରକଳ୍ପ ସ୍ତରରେ କାର୍ଯ୍ୟ କରୁଥିବା ଛତୁଆ ଉତ୍ପାଦନ କେନ୍ଦ୍ରର କାର୍ଯ୍ୟବଳୀ ତଥା ଉତ୍ପାଦନ ମିଶ୍ରଣ ପ୍ରକ୍ରିୟା ମିଶ୍ରଣ ଅନୁପାତ, ପ୍ୟାକିଂ ଜନିତ ସୁରକ୍ଷା ଓ ପରିସନ୍ନତା ସହି ଉତ୍ପାଦନ ମାନ ଜନିତ ଯାଞ୍ଚ ପ୍ରକ୍ରିୟାରେ ତହସିଲଦାରଙ୍କୁ ଦାୟିତ୍ୱ ଦେଇଛନ୍ତି। ଧାର୍ଯ୍ୟ ଆଦେଶ ପ୍ରକାରେ ଉତ୍ପାଦନ ସଂସ୍ଥାର ମିଶ୍ରଣ ପ୍ରକ୍ରିୟାକୁ ଯାଞ୍ଚପାଇଁ ପ୍ରତି ମାସର ୨୩ ତାରିଖକୁ ସ୍ଥିର କରିଛନ୍ତି। ଏହି ଅବସରରେ ସାନଖେମୁଣ୍ଡି ଆଇସିଡିଏସ(ICDS) ଅନ୍ତର୍ଗତରେ ଥିବା ୨୪୭ କେନ୍ଦ୍ର ପାଇଁ ଛତୁଆ ଉତ୍ପାଦନ ସହ କେନ୍ଦ୍ରଭାରୀ ବଣ୍ଟନ କରିବା ଦାୟିତ୍ବରେ ଥିବା କଙ୍କୋରଡା ସ୍ଥିତ ଶ୍ରୀ ଗୋପୀନାଥ ସ୍ଵାଇଁ ସହାୟିତ ଗୋଷ୍ଠୀ ଦ୍ୱାରା ପରାଧିଳତ ଛତୁଆ ଉତ୍ପାଦନ କେନ୍ଦ୍ରକୁ ଗତକାଲି ସାନଖେମୁଣ୍ଡି ତହସିଲଦାର ଶ୍ରୀ ଅମିତ କୁମାର ନାୟକ ପରିଚାଳନା କରିବା ସହିତ ପ୍ରକ୍ରିୟା ଗତ ମିଶ୍ରଣ ପ୍ରଣାଳୀକୁ ତନଖୀ କରିଛନ୍ତି। ୫ଟି ପ୍ରକ୍ରିୟାରେ କରାଯାଉଥିବା କାର୍ଯ୍ୟବଳୀକୁ ତନଖୀ କରିବା ସହିତ ମିଶ୍ରଣ ପ୍ରକ୍ରିୟା, ଉତ୍ପାଦନ ସହ ଅନୁପାତ ଯାଞ୍ଚ କରିଛନ୍ତି। ସୁରକ୍ଷିତ ପ୍ୟାକିଂ ସହିତ ଉତ୍ପାଦନ ତାରିଖକୁ ଗୁରୁତ୍ୱ ଦେଇଥିଲା ବେଳେ ପୃଷ୍ଟିକର ଛତୁଆ, ବାଦାମ ଲଡୁ, ସୁଜି ହାଲୁଆ ଦାନା ଓ ତେଲ ପ୍ୟାକିଂ ୟୁନିୟନକୁ ତନଖୀ କରିଛନ୍ତି। ସାନଖେମୁଣ୍ଡି ସିଡିପିଓ, ସୁପର ଭାଇଜର, ବ୍ଲକ ପ୍ରଯୋଜକ ଅଡିନେଟର ପ୍ରମୁଖଙ୍କ ସହ ମିଳିତ ଭାବେ ତନଖୀ କରିବା ସହିତ କେନ୍ଦ୍ର ଭାରି ବଣ୍ଟନ ପ୍ରକ୍ରିୟାରେ ଥିବା ଅସମତା ସମ୍ପର୍କରେ ଗୋଷ୍ଠୀ ସଦସ୍ୟଙ୍କ ସହ ଆଲୋଚନା କରିଛନ୍ତି। ରିପୋର୍ଟ:ପ୍ରଫୁଲ୍ଲ ସାବତ।
Related Stories
October 25, 2024