
ଏହି ବଂଟନ ସମୟରେ ‘ଡ. କାଲାମ’ ସଂଗଠନର ସଭାପତି ସାହିଲ୍ ଖାନ୍ ଏବଂ ‘ଯୁବବିକାଶ’ ସଂଗଠନର ସଭାପତି ଗୋବିନ୍ଦ ବଲ୍ଲଭ ଦଳାଇଙ୍କ ସମେତ ସଂଗଠନର ସମସ୍ତ କର୍ମକର୍ତାମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସକ୍ରିୟ ସହଯୋଗ କରିଥିଲେ। ସମସ୍ତ ପ୍ରବାସୀ ଚେନ୍ନାଇ,
ଗୁଜୁରାଟ, ଆନ୍ଧପ୍ରଦେଶ, କର୍ଣ୍ଣାଟକ ଆଦି ରାଜ୍ୟରୁ ବସ୍ ଯୋଗେ ମୟୂରଭଞ୍ଜ, ପଶ୍ଚିମବଙ୍ଗ ଆଦି ସ୍ଥାନକୁ ଫେରୁଥିଲେ। ପ୍ରାୟ ୭୦୦ରୁ ଉର୍ଦ୍ଧ୍ବ ପ୍ରବାସୀଙ୍କୁ ସାମାଜିକ ଦୂରତ୍ବ ବଜାୟ ରଖି ରନ୍ଧା ଖାଦ୍ୟ ବଂଟନ କରାଯାଇଥିବା ବେଳେ ସମସ୍ତଙ୍କୁ ମାସ୍କ ମଧ୍ୟ ପ୍ରଦାନ ଯାଇଥିଲା। ସମସ୍ତ ପ୍ରବାସୀ ଭୋଜନ କରିସାରି ବସ୍ ଯୋଗେ ନିଜ ନିଜର ଗନ୍ତବ୍ୟ ସ୍ଥଳକୁ ଫେରିଥିଲେ। ଆଗାମୀ ଦିନରେ ଏହିପରି କାର୍ଯ୍ୟକ୍ରମ ଜାରି ରହିବ ବୋଲି ‘ଡ. କାଲାମ’ ସଂଗଠନର ସଭାପତି ସାହିଲ ଖାନ୍ ପ୍ରକାଶ କରିଛନ୍ତି।