ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ସ୍ଥିତ ସରବତୀ ମହିଳା ମହାବିଦ୍ୟାଳୟରେ ଆଦିବାସୀ ମହିଳା କର୍ମଚାରୀ କୁ ମାନସିକ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଛି। ଏନେଇ ସୁନ୍ଦରଗଡ ଏସ ପି କଂ ନିକଟରେ ଅଭିଯୋଗ ହୋଇଛି। ଏସ ପି ତଦନ୍ତ ପାଇଁ କୁତ୍ରା ଥାନା ଅଧିକାରିକୁ ନିର୍ଦେସ ଦେଇଥିଲେ କିନ୍ତୁ କିଛି ସୁଫଳ ନ ମିଳିବାରୁ ମହିଳା ଜଣକ ଗତ 22 ତାରିଖ ଦିନ ବି ଯେ ପି ର ମହିଳା ମୋର୍ଚ୍ଚା କୁ ନେଇ ଅଭିଯୋଗ ପତ୍ର ଦାଖଲ କରିଥିଲେ।ଏହି ମାମଲା ଉପରେ କଲେଜର କାର୍ଯ୍ୟକାରିଣୀ କମିଟି ପକ୍ଷ କଲେଜରେ ପହଁଚି କମିଟିରେ 16 ଜଣ ଥିବା ସ୍ଥଳରେ 5 ଜଣ କମିଟି ସଦସ୍ୟ ବସି କେସିୟର ପାନୁ ଚରଣ ପାଇକରାୟ କୁ ନିଲମ୍ବିତ କରି, ଅଧ୍ୟକ୍ଷ କୁ ବଦଳି କରାଯାଇ ,ଅନ୍ୟ ଅଧ୍ୟକ୍ଷ ଆସିବା ପର୍ଯ୍ୟନ୍ତ କାର୍ଯ୍ୟ ଭାର ରଖିବା ଏବଂ ଅଧ୍ୟାପକ କୁ କ୍ଲିନଚିଟ ଦେଇ ତାଙ୍କ ପାଖରେ ଥିବା କାର୍ଯ୍ୟ ଭାରକୁ ଉଛେଦ କରିଛନ୍ତି।16 ଜଣ ସଦସ୍ୟ କଂ ଅନୁପସ୍ତିରେ 5 ଜଣ କିପରି ଆଦେଶ ଦେଇପାରିଲେ ଏହା ସମ୍ବିଧାନ ବିରୋଧୀ ବୋଲି ଚର୍ଚ୍ଚା ହେଉଛି।ଲିଖିତ ଅଭିଯୋଗ ଦେବାର 24 ଘଣ୍ଟା ବିତିଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟନୁଷ୍ଠାନ ନ ହେବାରୁ ଆଜି କଂଗ୍ରେସ ର ଟାଣୁଆ ନେତା ଜର୍ଜ ତିର୍କୀ କଲେଜ ସମୂଖ ରେ ଧାରଣା ଦେଇଥିଲେ ଓ ସେ କହିଛନ୍ତି ଆଗୁକୁ ଯଦି କୌଣସି ଆଖିଦୃଷ୍ଟିଆ ପଦକ୍ଷେପ ନ ନିଆଯାଏ ।ଆହୁରି ଜୋରଦାର ଆନ୍ଦୋଳନ ହେବ।
Related Stories
November 22, 2024