-
ଭାଗନେଲେ ଦେଶର ବିଭିନ୍ନ ପ୍ରାନ୍ତରୁ ୫୦ ରୁ ଉର୍ଦ୍ଧ୍ବ ଚିତ୍ରଶିଳ୍ପୀ
ବାଲେଶ୍ଵର,(କୃଷ୍ଣ କୁମାର ମହାନ୍ତିଙ୍କ ଠାରୁ) ରେମୁଣା ଗୋଲେଇ ସ୍ଥିତ ଅଗ୍ରଣୀ କଳା ଅନୁଷ୍ଠାନ ‘ଦ ଫରଗ୍ରାଉଣ୍ଡ୍’ ତରଫରୁ ‘କଳାରେ କରୋନାବଦ’ ଶୀର୍ଷକରେ ଏକ ଅନଲାଇନ ଆଲୋଚନାଚକ୍ର ଆଜି ଅପରାହ୍ନ ୪ ଟାରୁ ୬ ଟା ମଧ୍ୟରେ ଅନୁଷ୍ଠିତ ହୋଇଛି।
ଏଥିରେ ଇଷ୍ଟର୍ଣ୍ଣ ଆର୍ଟ ଫାଉଣ୍ଡେସନର ମୁଖ୍ୟ ପ୍ରଦୀପ୍ତ କିଶୋର ଦାସ ( ଯୋଧପୁର ) ଭୁବନେଶ୍ୱର ଆର୍ଟ ସମ୍ମିଟର ପ୍ରତିଷ୍ଠାତା ରାକେଶ ରତନ ନାଥ (ନୂଆଦିଲ୍ଲୀ) ଓ ବିଶିଷ୍ଟ ଚିତ୍ରଶିଳ୍ପୀ ଓ ଭାସ୍କର୍ଯ୍ୟ ଶିଳ୍ପୀ ନିତ୍ୟାନନ୍ଦ ସାହୁ (ଭୁବନେଶ୍ୱର) ମୁଖ୍ୟ ଆଲୋଚକ ଭାବେ ଯୋଗ ଦେଇଥିଲେ। ଏହାବ୍ୟତୀତ ଦିଲ୍ଲୀରୁ ଅନାମିକା, ଅଭିଷେକ ଗୁପ୍ତା, ନିହାରିକା ମନ୍ଥନ, କଲିକତାରୁ କାଜଲ ମାଝି, ଜୟନ୍ତୀ ମୋନୀ, ସୌରଦୀପ ବାନାର୍ଜୀ, ବାଙ୍ଗାଲୋରରୁ ଶଭିନୟା, କୌସ୍ତଭ, ରଘୁ ପୂଜାର, ଯୋଗେଶ ମିର୍ଚୀ, ଗୋଆରୁ ସର୍ବେଶ ଭେର୍ନେକର, ଜାର୍କା ସେଇକ୍, ଓଡ଼ିଶାରୁ ଆର୍ଯ୍ୟ ପ୍ରଜ୍ଞା, ଗୌତମ ସାହୁ, ମନୋଜ ଷଣ୍ଢ, ସୁକୃତୀ କର , ଅପରାଜିତା ସାହୁ, ପୂଜା ରାଉଳ ପ୍ରମୁଖ ୫୦ ରୁ ଊର୍ଦ୍ଧ୍ଵ ଚିତ୍ରଶିଳ୍ପୀ ଅଂଶ ଗ୍ରହଣ କରି କରୋନା ମହାମାରୀର ଅନ୍ତ ପରେ ଭାରତୀୟ କଳା ଓ କଳାକାର ମାନଙ୍କର ଆଗାମୀ ସ୍ଥିତି ଓ ଅବସ୍ଥିତି ଉପରେ ସାରଗର୍ଭକ ଆଲୋଚନା କରିଥିଲେ।
ଏହି ଆଲୋଚନା ଚକ୍ରକୁ ‘ଦ ଫରଗ୍ରାଉଣ୍ଡ୍’ର ମୁଖ୍ୟ ଯୁବ ଚିତ୍ରଶିଳ୍ପୀ ପ୍ରୀତମ ନାୟକ ସଂଚାଳନା କରିଥିବା ବେଳେ ପବିତ୍ର ଦତ୍ତ ସହାୟତା କରିଥିଲେ।