
ବ୍ରହ୍ମପୁର: ଆମେ ପୂର୍ବରୁ ଏଡସ୍, ନିମୋନିଆ, ମ୍ୟାଲେରିଆ, କ୍ୟାନସର୍, ଟିବି, ମଧୁମେହ ବହୁ ଦୂରାରୋଗକୁ ନିୟନ୍ତ୍ରଣ କରି ଆସୁଛନ୍ତି । ଏବେ ସମସ୍ତେ ସଚେତନତା ହୋଇ କାର୍ଯ୍ୟକଲେ କରୋନାକୁ ମଧ୍ୟ ନିୟନ୍ତ୍ରଣ କରିପାରିବା, କରୋନା ଲଢେଇରେ ଜିତିବାକୁ ହେଲେ ସମାଜର ସମସ୍ତ ଜନସାଧାରଣ ଏନେଇ ସଚେତନ ହେବାକୁ ପଡିବ ବୋଲି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ କହିଛନ୍ତି । ରାଜ୍ୟ ମହିଳା, ଶିଶୁ କଲ୍ୟାଣ ବିଭାଗ ଓ ଗଞ୍ଜାମ ଜିଲ୍ଲା ପ୍ରଶାସନର ମିଳିତ ଉଦ୍ୟମରେ ମଙ୍ଗଳବାର ଏମ୍କେସିଜି ମେଡିକାଲ୍ କଲେଜର ପ୍ରଶାସନିକ କୋଠା୍ ପରିସରରେ \”ଆମ ସ୍ୱାସ୍ଥ୍ୟ ଆମ ଦାୟିତ୍ୱ\’ ନାମକ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କରୋନା ସଂକ୍ରମଣକୁ ରୋକିବାକୁ ହେଲେ ଏଥିରେ ଗୋଷ୍ଠୀ ସହଭାଗିତା ଅତ୍ୟନ୍ତ ଆବଶ୍ୟକ । ତେଣୁ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ସମସ୍ତ ବ୍ୟକ୍ତି ନିଜ ନିଜ ଅଞ୍ଚଳରେ ସଚେତନତା ସୃଷ୍ଟି କରିବାକୁ ଆହ୍ୱାନ ଦେଇଥିଲେ । ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଏମ୍କେସିଜି ମେଡିକାଲ୍ କଲେଜର ଅଧ୍ୟକ୍ଷ ତଥା ଡିନ ପ୍ରଫେସର ଦିପ୍ତିମୟୀ ତ୍ରିପାଠୀ, କମ୍ୟୁନିଟି ମେଡିସିନ୍ର ବିଭାଗୀୟ ମୁଖ୍ୟ ପ୍ରଫେସର ଦୁର୍ଗମାଧବ ଶତପଥୀ, ଏଡିପିଏଚ୍ଓ ଡାକ୍ତର ଏଚ୍.ଏମ୍. ପଣ୍ଡା ଯୋଗଦେଇ ପ୍ରଶିକ୍ଷାର୍ଥୀଙ୍କୁ କରୋନା ସଂପର୍କିତ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଏହି ପ୍ରଶିକ୍ଷଣ ଶିବିରରେ ସମସ୍ତ ଅଙ୍ଗନବାଡି ସୁପରଭାଇଜର, ବିଇଓ, ବ୍ଳକ୍ ପ୍ରୋଜେକ୍ଟ କୋଡିନେଟର୍, ପିଏଚ୍ଇଓ, ଓଏଲ୍ଏମ୍ ସଦସ୍ୟ, ବିଏଲ୍ଏଫ୍ ସଦସ୍ୟ ମାନଙ୍କୁ କରୋନା ଭୂତାଣୁ କିଭଳି ବ୍ୟାପେ, ଏହି ପରିପ୍ରେକ୍ଷୀରେ ହାତ କାହିଁକି ଧୋଇବା ଜରୁରୀ, ମାସ୍କର ଉପାଦେୟତା, ସାମାଜିକ ଦୂରତା କଣ, ଏହାର ଆବଶ୍ୟକତା, ଗୃହ ଏକବାସ ଓ ଏହାର ଆବଶ୍ୟକତା, କୋଭିଡ୍-୧୯ର ଲକ୍ଷଣ, ସୁଷମ ଖାଦ୍ୟ ଓ ବ୍ୟାୟାମ ବିଷୟରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା । ଜିଲ୍ଲା ସାମାଜିକ କଲ୍ୟାଣ ବିଭାଗର ଡିପିସି ଶାଶ୍ୱତ କୁମାର ସାହୁ କାର୍ଯ୍ୟକ୍ରମର ସଂଯୋଜନା କରିଥିବା ବେଳେ ଜିଲ୍ଳାର ବହୁ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀମାନେ ମଧ୍ୟ ଉପସ୍ଥିତ ଥିଲେ ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO