
ବ୍ରହ୍ମପୁର: କରୋନା ସହ ସାରା ବିଶ୍ୱ ଲଢେଇ ଚାଲିଥିବାବେଳେ ସେଥିରୁ କିଭଳି ବଞ୍ଚିବା ନିମନ୍ତେ ବିଭିନ୍ନ ସଚେତନ ଅବଲମ୍ବନ କରୁଛନ୍ତି । ଆଉ ଏହି କରୋନା ମହାମାରୀ କୁ ସମୂଳେ ନାଶ କରିବାପାଇଁ ଅହରହ ସମଗ୍ର ଦେଶ ତାର ପ୍ରଚେଷ୍ଟା ଚଳେଇଇଛି । ଆଉ ଏଭଳି କ୍ଷେତ୍ରରେ ଲୋକଙ୍କୁ ବିଭିନ୍ନ କ୍ଷୁଦ୍ର ଓ ମଧ୍ୟମ ଚଳଚିତ୍ର ପ୍ରସ୍ତୁତ କରି ସଚେତନା କରାଯାଉଛି । CIFF ଦ୍ୱାରା ଚଳିତ ବର୍ଷ COVID-19 ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲରେ ସ୍ଥାନିତ ହୋଇଛି ଅନେକ ସଚେତନତା ଧର୍ମୀ ଚଳଚିତ୍ର ତେବେ ଏହି ଅନଲାଇନ ଫିଲ୍ମ ଫେଷ୍ଟିଭାଲରେ ବିଶ୍ୱର 36ଟି ଦେଶରୁ ବହୁ ଚଳଚିତ୍ର ସ୍ଥାନ ପାଇବା ପାଇଁ ମନୋନୟନ ପ୍ରକ୍ରିୟାରେ ସାମିଲ ଥିବା ବେଳେ ଓଡ଼ିଶାରୁ ମାତ୍ର ତିନୋଟି କ୍ଷୁଦ୍ର ଚଳଚିତ୍ର ପ୍ରଦର୍ଶିତ ହୋଇପାରିଛନ୍ତି। ତନ୍ମଧ୍ୟରୁ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରର କିଛି କଳାକାରଙ୍କର ଦ୍ୱାରା ପ୍ରସ୍ତୁତ ଏକ କ୍ଷୁଦ୍ର ଚଳଚିତ୍ର ‘ମର୍ତ୍ତ୍ୟପୁରରେ ଯମରାଜ’ ଯାହା ଅନ୍ତର୍ଜାତୀୟ ଶିଳ୍ପୀ ସ୍ତିତଧି ରଥଙ୍କ ଦ୍ୱାରା ନିର୍ଦ୍ଧେଶୀତ ଏବଂ ଇସା ଭିଜନ ଦ୍ୱାରା ପ୍ରସ୍ତୁତ ସାନ୍ୟାସୀ ମହାରଣାଙ୍କର ପ୍ରଯୋଜିତ ଚଳଚିତ୍ରରେ ମୁଖ୍ୟ ଚରିତ୍ରରେ ସଦାନନ୍ଦ ସାହୁ, ରବୀନ୍ଦ୍ରନାଥ ସାହୁ ଏବଂ କାଁହୁ ବେହେରାଙ୍କ ଦ୍ୱାରା ଅଭିନୀତ ଚଳଚିତ୍ର ବେଶ ପ୍ରଶଂସିତ ହୋଇଛି। ତେବେ ଏଭଳି ବିକଟ ପରିସ୍ଥିରେ ଯେତେବେଳେ ବିଶ୍ୱ ଦେଶ ଏବଂ ଆମ ରାଜ୍ୟ କରୋନା ମହାମାରିରେ ସଂଘର୍ଷ କରୁଛନ୍ତି ସେତେବେଳେ ପୋଲିସ ଏବଂ ଡାକ୍ତରଙ୍କର ଭୂମିକାକୁ ନିଜର ଚଳଚିତ୍ରରେ ବିଶେଷ ସ୍ଥାନ ଦେଇଥିଲେ ଏବଂ ସମ୍ପୂର୍ଣ୍ଣ ଓଡ଼ିଶାରେ ବେଶ ପ୍ରଶଂସିତ ହୋଇଥିଲେ । ଏତେବଡ଼ ଅନୁଷ୍ଠାନ ମାଧ୍ୟମରେ ପ୍ରଦର୍ଶିତ ହୋଇ ଉଚ୍ଚ ପ୍ରଶଂସିତ ହେବା ଅଞ୍ଚଳ ପାଇଁ ଏକ ବଡ ଗୌରବର ବିଷୟ ପାଲଟିଛି। କରୋନା ଯୋଦ୍ଧାଙ୍କୁ ସମର୍ପିତ ଏଇ ଚଳଚିତ୍ରର ସମସ୍ତ କର୍ମକର୍ତା ଓ ଚୟନ ପ୍ରକ୍ରିୟାରେ ସାମିଲ ହେବା ଏବଂ ଏଥିରେ ନିଜକୁ ଅଂଶୀଦାର କରାଇଥିବାରୁ ଖୁସି ପ୍ରକଟ କରିଛନ୍ତି।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO