
ଭଞ୍ଜନଗର/ଆସ୍କା – ଆଜି ଭଞ୍ଜନଗର ଉପଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମିଂଜ଼ ଙ୍କ ନିର୍ଦ୍ଧେଶ କ୍ରମେ ଆସ୍କା ର ବିଭିନ୍ନ ସୁନା ଦୋକାନ, ପେଟ୍ରୋଲ ପମ୍ପ, ଇଲେକଟ୍ରିକ ଦୋକାନ ଏବଂ ଲୁହା ଦୋକାନ ଉପରେ ଚଢାଉ କରାଯାଇଥିଲା | ସୂଚନା ଅନୁଯାୟୀ , ଦୋକାନରେ ବ୍ୟବହାର ହେଉଥିବା ଓଜନ ଯନ୍ତ୍ର ର ନବୀକରଣ ନକରି ବ୍ୟବହାର କରିବା ଏଵଂ ପ୍ୟାକେଟ
ରେ ଅତିରିକ୍ତ ଷ୍ଟିକର ଲଗାଇ ବିକ୍ରି କରିବା ଯୋଗୁଁ ତିନି ଜଣ ବ୍ୟବସାୟୀ ଙ୍କ ଠାରୁ ମାପ ଓ ଓଜନ ନିୟମ ଖିଲାପ ଆଧାରରେ କାର୍ଯାନୁଷ୍ଠାନ ସ୍ୱରୂପ 19, 000 ଟଙ୍କା ଜୋରିମାନା ଆଦାୟ କରାଯାଇଛି |ଚଢାଉ ଦେଖି ଅଧିକାଂଶ ସୁନା ଦୋକାନୀ ସେମାନଙ୍କ ଦୋକାନ ବନ୍ଦ କରିଦେଇ ଥିଲେ | ପେଟ୍ରୋଲ ପମ୍ପ ମାନଙ୍କରେ ସଠିକ ପରିମାଣ ର ଇନ୍ଧନ ଦିଆଯାଉଥିବା ଦେଖାଯାଇଛି | ଆଗକୁ ମଧ୍ୟ ଏମିତି ଲୁଟୁଥିବା ବ୍ୟବସାୟୀ ଙ୍କ ପ୍ରତି ଦୃଢ କାର୍ଯାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଭଞ୍ଜନଗର ଉପଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମିଂଜ଼ କହିଛନ୍ତି | ଚଢାଉ ରେ ମାଜିଷ୍ଟ୍ରେଟ ଭାବେ ଆସିକା ଭାରପ୍ରାତ ତହସିଲଦାର ଆଶୁତୋଷ ଗୌରବ କର ଉପସ୍ଥିତ ଥିଲେ | ଅନ୍ୟ ମାନଙ୍କ ମଧ୍ୟରେ ସହକାରୀ ନିୟନ୍ତ୍ରକ ବିନୟ କୁମାର ଦାସ, ନିରୀକ୍ଷକ ବିଶ୍ୱଜିତ ପଣ୍ଡା, ଗଣେଶ ଡାକୁଆ ଏବଂ ସ୍ଥାନୀୟ ପୋଲିସ ଏହି ଚଢାଉ ରେ ସହଯୋଗ କରିଥିଲେ ||