ଗଞ୍ଜାମ– ଗଞ୍ଜାମ ଜିଲ୍ଲାରେ ଆଜି ଆଉ ୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏଥିସହ ଜିଲ୍ଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩୫୮ କୁ ବୃଦ୍ଧି ପାଇଛି । ଯାହାକି ରାଜ୍ୟର ଅନ୍ୟ ଜିଲ୍ଲା ତୁଳନାରେ ସର୍ବାଧିକ ରହିଛି । ଗତକାଲି ସଂନ୍ଧ୍ୟା ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୩୫୩ ଥିଲା । ଆଜି ଚିହ୍ନଟ ହୋଇଥିବା ସମସ୍ତ ୫ ଜଣ କ୍ୱାରେଂଟାଇନ ସେଂଟରର ବୋଲି ଜଣାପଡିଛି । ନୂଆ ଚିହ୍ନଟ ହୋଇଥିବା ସମସ୍ତ ଆକ୍ରାନ୍ତଙ୍କର ସୁରତ ଲିଙ୍କ୍ ରହିଛି ।
ପ୍ରକାଶ ଥାଉ କି, ଅଦ୍ୟାବଧି ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ସାଢ଼େ ତିନି ଶହ ଟପିଛି ଏବଂ ତିନି ଜଣଙ୍କର ମୃତ୍ୟୁ ଘଟିଛି । ଜିଲ୍ଲାକୁ ପୂର୍ବରୁ ରେଡ଼୍ ଜୋନ୍ ତାଲିକାଭୁକ୍ତ କରାଯାଇଛି । ତେବେ ଜିଲ୍ଲାରେ ଗୋଷ୍ଠୀ ସଂକ୍ରମଣର ଆଶଙ୍କା ନଥିବା ନେଇ ସ୍ୱାସ୍ଥ୍ୟ ବିଭାଗ ଓ ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କୁ ଆଶ୍ୱାସନା ଦିଆଯାଇଛି ।