ଭୁବନେଶ୍ୱର ,୨୪ ସେପ୍ଟେମ୍ବର – କଲେଜ ମାନଙ୍କ ଭଳି ଉଚ୍ଚ ଶିକ୍ଷା ବିଭାଗରେ କର୍ମଚାରୀ ମାନଙ୍କ ପାଇଁ ବାୟୋ ମେଟ୍ରିକ୍ ଉପସ୍ଥାନ ବ୍ୟବସ୍ଥା ରହିବ । ଏହି ବ୍ୟବସ୍ଥା ଅନୁଯାୟୀ କର୍ମଚାରୀ ମାନେ ଦିନ ୧୦ଟା ସଂଧ୍ୟା ୬ଟା ପର୍ଯ୍ୟନ୍ତ କାର୍ଯ୍ୟାଳୟରେ ରହିବେ । ୪ ଘଂଟାରୁ କମ୍ ସମୟ ରହିଲେ ଉକ୍ତ ଦିନକୁ କର୍ମଚାରୀଙ୍କ ଛୁଟି ବୋଲି ଧରାଯିବ । ୧୦ଟା ୩୦ ସୁଦ୍ଧା କର୍ମଚାରୀ ମାନେ କାର୍ଯ୍ୟାଳୟରେ ପହଂଚିବା ଜରୁରୀ । ବିଳମ୍ବରେ ଆସିବାକୁ ପରଦାସ୍ତ କରାଯିବ ନାହିଁ । ମାସକୁ ୩ ଥର ବିଳମ୍ବରେ ଆସିଲେ ଗୋଟିଏ ଦିନ ଛୁଟି ବୋଲି ଧରାଯିବ । ଆସିବା ଓ ଯିବା ବେଳେ ବାୟୋମେଟ୍ରିକ୍ ପଂଚ ଦେବା ବାଧ୍ୟତାମୂଳକ ହେବ ।
Related Stories
November 24, 2024
November 24, 2024