ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ୍ ଅଧିନସ୍ଥ ସମସ୍ତ ସରପଞ୍ଚ, ସମିତି ସଭ୍ୟାସଭ୍ୟ, ଜିଲ୍ଲା ପରିଷଦ ସଭ୍ୟମାନେ ପାତ୍ରପୁର ତହସିଲଦାରଙ୍କ ମନମୁଖି କାର୍ଯ୍ୟ ଓ ଅଦୌତ୍ୟ ସମ୍ପର୍କରେ ଶନିବାର ଦିନ ଗଞ୍ଜାମ ଜିଲ୍ଲାପାଳଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଏହାପରେ ବ୍ରହ୍ମପୁର ଏସ୍ପିଙ୍କୁ ଭେଟି ତହସିଲଦାରଙ୍କ ଏଭଳି କାର୍ଯ୍ୟକୁ ନିନ୍ଦାକରି ଆଉ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ସୂଚନା ଥାଉକି, ଗତ ଶୁକ୍ରବାର ଦିନ କଳବାଡ ଗ୍ରାମ ପଞ୍ଚାୟତ ଅଧିନସ୍ଥ ନୂଆମଇଁସାନପୁର ଗ୍ରାମରେ ଥିବା ସଙ୍ଗରୋଧ କେନ୍ଦ୍ର ନିକଟରେ ଗ୍ରାମର ଯୁବକ ସଂଘର ଯୁବ ସ୍ୱେଚ୍ଛାସେବୀମାନେ ସଫେଇ କରୁଥିବା ବେଳେ ହଠାତ୍ ପାତ୍ରପୁର ତହସିଲଦାର ଶ୍ରୀନିବାସ ବେହେରା ପହଞ୍ôଚ ଗାଡିରୁ ଓହ୍ଲାଇ ତୁମକୁ କିଏ କହିଲା ସଫେଇ କରିବା ପାଇଁ କହି ଅଭଦ୍ର ଭାଷାରେ ଗାଳିଗୁଳଜ କରିବା ସହ ସେ ଓ ତାଙ୍କ ଡ୍ରାଇଭର ମିଶି ଗ୍ରାମର ଯୁବକମାନଙ୍କୁ ବାଡେଇବା ପାଇଁ ଗୋଡାଇଥିଲେ । ପରେ ଯୁବକ ସଂଘର ପିଲାମାନେ ଦୌଡି ପଳାଇଥିଲେ । ଏଭଳି ଘଟଣାରେ ଯୁବକମାନେ ମର୍ମାହତ ହୋଇ ଘଟଣା ସମ୍ପର୍କରେ ଚିକିଟି ତହସିଲଦାର, ବିଡିଓ, ଏସ୍ଡିପିଓଙ୍କ ସହ କେ.ନୂଆଗାଁ ଥାନା ପୋଲିସକୁ ନ୍ୟାୟ ପାଇଁ ଭିକ୍ଷା କରିଥିଲେ । ନ୍ୟାୟ ପାଇବା ପରିବର୍ତ୍ତେ ବ୍ରହ୍ମପୁର ଉପଜିଲ୍ଲାପାଳ, ଚିକିଟି ବିଡିଓ, ଅତିରିକ୍ତ ତହସିଲଦାରଙ୍କ ସହ କେ.ନୂଆଗାଁ ପୋଲିସ ନୂଆଁମଇଁସାନପୁର ଗ୍ରାମକୁ ଯାଇ ସଫେଇ କରୁଥିବା ଯୁବକ ସଂଘର ପିଲାମାନଙ୍କୁ କରୋନା ଆକ୍ରାନ୍ତ କହି କ୍ୱାରାଣ୍ଟାଇନ୍ ସେଣ୍ଟରରେ ଭର୍ତ୍ତି କରିଦେବେ ବୋଲି ଧମକ ଦେଇ ଫେରିଛନ୍ତି । ଫଳରେ କୋଭିଡ-୧୯ କାର୍ଯ୍ୟରେ ସ୍ୱେଚ୍ଛାସେବୀ ଭାବେ କାର୍ଯ୍ୟ କରୁଥିବା ଯୁବକମାନେ ଭୟଭୀତ ହୋଇପଡିଛନ୍ତି । ସୂଚନାଥାଉକି, ପାତ୍ରପୁର ତହସିଲଦାର ନିଜ ବ୍ଲକ୍ ଛାଡି ଚିକିଟି ବ୍ଲକ୍ ଭିତରେ ଅନାଧିକାରରେ ପ୍ରବେଶକରି ଏଭଳି ଗୁଣ୍ଡାରାଜ ଚଳାଇଥିବା ଯୋଗୁ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି । ତେଣୁ ପାତ୍ରପୁର ତହସିଲଦାରଙ୍କ ମନମୁଖି କାର୍ଯ୍ୟକଳାପ ଦିନକୁ ଦିନ ବୃଦ୍ଧି ପାଉଥିବା ଯୋଗୁ ଚିକିଟି ପଞ୍ଚାୟତ ସମିତିର ଅଧ୍ୟକ୍ଷା ଏମ୍.ପଦ୍ମାଙ୍କ ସମେତ ସରପଞ୍ଚ ଆପ୍ପନା ସେଠୀ, କେ.ନିଳବାଇ, ଜି.ଜୟସୁଧା ରେଡ୍ଡୀ, ସଞ୍ଜୁ ପ୍ରଧାନ, ସି.ଏଚ୍ ସୁଧାକର ରେଡ୍ଡୀଙ୍କ ସମେତ ଚିକିଟି ବ୍ଲକ୍ର ବହୁ ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ ସଭ୍ୟାସଭ୍ୟମାନେ ଏସ୍ପିଙ୍କ ନିକଟରେ ପହଞ୍ôଚ ଏହି ଘଟଣାର ନିରପେକ୍ଷ ତଦନ୍ତକରି ଗ୍ରାମର ଯୁବକମାନଙ୍କୁ ନ୍ୟାୟ ପ୍ରଦାନ କରନ୍ତୁ ବୋଲି ଦାବି କରିଥିଲେ । ଏହାର ଅବିକଳ ନକଲ ମୁଖ୍ୟମନ୍ତ୍ରୀ, ୫-ଟି ସଚିବ, ଚିକିଟି ତହସିଲଦାର, ବିଡିଓଙ୍କୁ ପ୍ରଦାନ କରାଯାଇଥିବା ଜଣାପଡିଛି ।
Related Stories
November 23, 2024