ଭୁବନେଶ୍ୱର – ଅବକାରୀ କମିଶନ ୭ଟି ଯାଂଚ ବାରକୁ ଅନୁମତି ପ୍ରଦାନ କରିଛନ୍ତି । ଗତ କିଛି ଦିନ ଧରି ଏହି ବାରକୁ ବନ୍ଦ କରିଦିଆଯାଇଥିଲା । ବିନା ଲାଇସେନ୍ସରେ ଏହି ବାର ଗୁଡ଼ିକ ଚାଲିଥିବାରୁ ବିଭିନ୍ନ ସମୟରେ ଅବକାରୀ ବିଭାଗ ପକ୍ଷରୁ ଓ ପୋଲିସ ପକ୍ଷରୁ ମିଳିତ ଚଢ଼ାଉ କରାଯାଇ ବନ୍ଦ କରାଯାଇଥିଲା । ବର୍ତମାନ ଏହି ଡ୍ୟାନ୍ସ ବାର ପାଇଁ କେତେକଗୁଡ଼ିଏ କଟକଣା ରଖାଯାଇଛି । ଡ୍ୟାନ୍ସ ବେଳେ ଗ୍ରାହକ ମାନେ ଟଙ୍କା ଉଠାଇପାରିବେ ନାହିଁ । ଡ୍ୟାନ୍ସର ମାନଙ୍କର ପରିଚୟ ପତ୍ର ରହିବ । ଉଦ୍ଦୀପନା ଡ୍ରେସ ପିନ୍ଧିବା ଓ ଅର୍ଦ୍ଧଲଗ୍ନ ଶରୀରକୁ ବାରଣ କରାଯାଇଛି । ୨୧ ବର୍ଷରୁ କମ୍ ବୟସ୍କ ଯୁବତୀଙ୍କୁ ରଖାଯିବ ନାହିଁ ।