ବାରିପଦା – ମୟୂରଭଞ୍ଜ ବରିଷ୍ଠ ଦେୱାନୀ ଆଦାଲତ ଜଜ୍ ସୁଶୀଲ କୁମାର ସାହୁ ଆଜି ଏକ ନିର୍ବାଚନୀ ମାମଲାର ବିଚାର କରି ପାଟଳୀପୁର ପଂଚାୟତ ସମିତି ସଭ୍ୟ ରାମ ଚନ୍ଦ୍ର ସିଂଙ୍କ ସଦସ୍ୟ ପଦକୁ ବାଯ୍ୟାପ୍ତି କରିବା ସହ ପରାଜିତ ପ୍ରାର୍ଥୀ ଶ୍ରୀକାନ୍ତ ସିଂଙ୍କୁ ନିର୍ବାଚିତ ସଦସ୍ୟ ଭାବେ ରାୟ ଶୁଣାଇଛନ୍ତି । ଖବରର ବିବରଣୀରୁ ପ୍ରକାଶ, ୨୦୧୭ ଫେବୃଆରୀ ୧୩ରେ ପଟାଳୀପୁର ଗ୍ରାମ ପଂଚାୟତର ପଂଚାୟତ ସମିତି ସଦସ୍ୟ ପଦବୀ ନିମନ୍ତେ ନିର୍ବାଚନ ଘୋଷଣା ହୋଇଥିଲା । ବେତନଟୀ ପଂଚାୟତ ସମିତିର ପଂଚାୟତ ନିର୍ବାଚନ ଅଧିକାରୀ ତଥା ବ୍ଲକ ଡେଭଲପମେଣ୍ଟ ଅଧିକାରୀ ପଂଚାୟତ ସମିତର ସଦସ୍ୟ ଭାବେ କାଠପାଳ ଅଞ୍ଚଳର ବିଜେଡ଼ି ସମର୍ଥିତ ପ୍ରାର୍ଥୀ ରାମ ଚନ୍ଦ୍ର ସିଂ ତିନୋଟି ସନ୍ତାନର ପିତା ହୋଇଥିଲେ ମଧ୍ୟ ତାଙ୍କୁ ଚଂଚକତା କରି ନିର୍ବାଚିତ ହୋଇଥିବାର ଘୋଷଣା କରିଥିଲେ । ପ୍ରାର୍ଥୀ ରାମଚନ୍ଦ୍ରଙ୍କ ନାମାଙ୍କନ ପତ୍ରକୁ ଅସିଦ୍ଧ ବା ନାକଚ କରାଇବା ନିମନ୍ତେ ନିର୍ବାଚନ ଆଇନ ଅନୁସାରେ ଅଭିଯୋଗ ଆଣିଥିଲେ ପ୍ରତିଦ୍ୱନ୍ଦି ପ୍ରାର୍ଥୀ ଶ୍ରୀକାନ୍ତ ସିଂ । କିନ୍ତୁ ନିର୍ବାଚନ ଅଧିକାରୀ ଶ୍ରୀକାନ୍ତଙ୍କ ଅଭିଯୋଗକୁ କଣ୍ଣପାତ ନ କରିବା ସହ ଆଇନର ପରିସର ବାହାରକୁ ଯାଇ ରାମଚନ୍ଦ୍ର ସିଂ ନିର୍ବାଚିତ ଘୋଷିତ କରିଥିଲେ । ଫଳରେ ନିର୍ବାଚନ ଅଧିକାରୀଙ୍କ ଉକ୍ତ ଘୋଷଣା ବିରୋଧରେ ପ୍ରତିଦ୍ୱନ୍ଦି ପ୍ରାର୍ଥୀ ଶ୍ରୀକାନ୍ତ ବରିଷ୍ଠ ଦେୱାନୀ ଅଦାଲତରେ ଏକ ନିର୍ବାଚନୀ ମାମଲା(କେଶ ନଂ ୪୯/୧୭) ରୁଜୁ କରିଥିଲେ । ଆଜି ଉକ୍ତ ମାମଲାରେ ଦାଖଲ ହୋଇଥିବା ସମସ୍ତ ଦସ୍ତାବିଜକୁ ତନଖି କରିବା ସହ୍ ଓ ସାକ୍ଷୀମାନଙ୍କ ବୟାନକୁ ଭିତି କରି ଚୁଡ଼ାନ୍ତ ରାୟ ପ୍ରକାଶ କରିଥିଲେ । ମୋକଦ୍ଦମାକୁ ବାରିପଦାର ବରିଷ୍ଠ ଆଇନଜୀବୀ ଚନ୍ଦ୍ର ଶେଖର ଦାସ, ଅସିତ୍ କୁମାର ଓତା ଓ ନରୋତମ ପାଣିଗ୍ରାହୀ ପରିଚାଳନା କରିଥିଲେ ।
Related Stories
December 2, 2024