ଭୁବନେଶ୍ୱର : ବିଭିନ୍ନ ସ୍କୁଲରେ ଶିକ୍ଷା ଗ୍ରହଣ କଲେ ମଧ୍ୟ ଛାତ୍ରଛାତ୍ରୀ ଟ୍ୟୁସନ୍ ଓ କୋଚିଂ ସେଂଟର ଉପରେ ନିର୍ଭର କରିଥାନ୍ତି । କରୋନା ମହାମାରୀ ଲକ୍ ଡାଉନ୍ ଯୋଗଁ ଶିକ୍ଷାର ବିକାଶ ଉପରେ ପ୍ରଭାବ ପକାଇଛି । କେବଳ ବିଦ୍ୟାଳୟର ଅନ୍ ଲାଇନ୍ ପାଠରେ ଛାତ୍ରଛାତ୍ରୀଙ୍କ ଅଧିକ ବିକାଶ ହୋଇ ପାରିବ ନାହିଁ । ଛାତ୍ରଛାତ୍ରୀଙ୍କ ଶିକ୍ଷା ଗ୍ରହଣରେ କୋଚିଂ ସେଂଟରର ବଡ଼ ଭୂମିକା ରହିଛି । ଏଣୁ କୋଚିଂ ସେଣ୍ଟର ଖୋଲିବାକୁ ସରକାର ଅନୁମତି ପ୍ରଦାନ କରନ୍ତୁ। ଏଥିପାଇଁ ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ କଲେ ରାଷ୍ଟ୍ରପତି ପୁରଷ୍କାରପ୍ରାପ୍ତ ଶିକ୍ଷକ।
ଓଡ଼ିଶା କୋଚିଂ ଏଣ୍ଡ୍ ଟ୍ରେନିଙ୍ଗ୍ ଏକାଡେମୀକ୍ ଆସୋସିଏସନ୍ ମାଧ୍ୟମରେ ଶିକ୍ଷକ ମନେ କହିଛନ୍ତି ଯେ, କୋଚିଂ ସେଣ୍ଟର ଶିକ୍ଷା ଦ୍ୱାରା ଦକ୍ଷତା ବିକାଶ ସହ ସୁଦୃଡ଼ ଶିକ୍ଷା ପାଇପାରିଥାନ୍ତି । ଛାତ୍ରଛାତ୍ରୀ କୋଚିଂ ସେଂଟରରେ ବିଭିନ୍ନ ପରୀକ୍ଷା କରାଯାଇ ବିଦ୍ୟାର୍ଥୀଙ୍କ ମାନସିକ ଦକ୍ଷତା ମଧ୍ୟ ବୃଦ୍ଧି କରାଯାଇଥାଏ । ବର୍ତମାନ ଟ୍ୟୁସନ୍ ଓ କୋଚିଂ ସେଂଟର ବନ୍ଦ ଦ୍ୱାରା ଛାତ୍ରଛାତ୍ରୀଙ୍କ ବହୁ ସମସ୍ୟା ହେଉଛି । କୋଚିଂ ସେଣ୍ଟର ଘର ଭଡ଼ା ଦେବାକୁ ବଡ଼ ସମସ୍ୟା ହେଉଛି। ଏଣୁ ଏହାକୁ କୋହଳ କରିବାକୁ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ ।
କେବଳ ଏତିକି ନୁହେଁ ଟ୍ୟୁସନ୍ ଓ କୋଚିଂ ସେଂଟର ଦ୍ୱାରା ଅଗଣିତ ଶିକ୍ଷିତ ବେକାର ରୋଜଗାରପନ୍ଥା ବନ୍ଦ ହୋଇଛି । ଟ୍ୟୁସନ୍ ଓ କୋଚିଂ ସେଂଟର ବନ୍ଦ ଦ୍ୱାରା ଶିକ୍ଷାର ଅଧୋଗତି ହୋଇ ବେକରୀ ବୃଦ୍ଧି ପାଉଛି । ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦୂରତା ରଖି ଶିକ୍ଷା ଦାନ କରିବା ପାଇଁ କୋଚିଂ ସେଂଟର ଗୁଡ଼ିକ ଖୋଲିବା ପାଇଁ ଅନୁମତିର ଆବଶ୍ୟକ ରହିଛି । ଏଣୁ ରାଜ୍ୟ ସରକାର କୋଚିଂ ସେଂଟର ଗୁଡ଼ିକ ଖୋଲିବା ପାଇଁ ଅନୁମତି ପ୍ରଦାନ କରନ୍ତୁ ବୋଲି ଓଡ଼ିଶା କୋଚିଂ ଏଣ୍ଡ୍ ଟ୍ରେନିଙ୍ଗ୍ ଏକାଡେମୀକ୍ ଆସୋସିଏସନ୍ ପକ୍ଷରୁ ସରକାରଙ୍କୁ ନିବେଦନ କରାଯାଇଛି । ଏଥିରେ ସଂସ୍ଥାର ସଭାପତି ତଥା ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ପ୍ରସନ୍ନ କୁମାର ଚୌଧୁରୀ, ସମ୍ପାଦକ ତଥା ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ପ୍ରଭାତ ତ୍ରିପାଠୀ, ଉପଦେଷ୍ଠା ବିଶ୍ୱରଞ୍ଜନ ଦାସ, ରାଜେଶ ମହାକୁଡ଼, ଗଦାଧର ଦାସ ଓ ସଭ୍ୟମାନେ
ଉପସ୍ଥିତଥିଲେ ।