ନୂଆଦିଲ୍ଲୀ-କରୋନା ଭାଇରସ ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାର ଆରମ୍ଭ ହୋଇଥିବା ‘ବନ୍ଦେ ଭାରତ ମିଶନ’ ଅଭିଯାନରେ ବିଦେଶରେ ଥବା ଭାରତୀୟମାନଙ୍କୁ ସ୍ୱଦେଶ ଫେରାଇ ଅଣାଯାଉଛି । ଏଥି ପାଇଁ କେନ୍ଦ୍ର ସରକାରଙ୍କ ଏହି ମହତକାଂକ୍ଷୀ ଅଭିଯାନର ପ୍ରଥମ ପର୍ଯ୍ୟାୟ ଜାରି ଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।
କେନ୍ଦ୍ର ସରକାର ବନ୍ଦେ ଭାରତ ମିଶନର ଦ୍ୱିତୀୟ ପର୍ଯ୍ୟାୟରେ ୧୨ଟି ଦେଶକୁ ସାମିଲ କରିଛନ୍ତି । ଏହି ୧୨ଟି ଦେଶ ହେଲା ଫିନଲ୍ୟାଣ୍ଡ, ଦକ୍ଷିଣ କୋରିଆ, ବେଲଜିୟମ, ନ୍ୟୁଜିଲାଣ୍ଡ, ନେଦରଲ୍ୟାଣ୍ଡ, କେନିଆ, ମରିସସ, ସ୍ପେନ, ମିଆଁମାର, ମାଲଦିବସ, ଇଜିପ୍ଟ ଓ ଶ୍ରୀଲଙ୍କା । ଅର୍ଥାତ ଏହି ଦେଶଗୁଡ଼ିକରେ ଫସିଥିବା ଭାରତୀୟ ମାନେ ବନ୍ଦେ ଭାରତ ମିଶନର ଦ୍ୱିତୀୟ ପର୍ଯ୍ୟାୟରେ ଭାରତକୁ ଫେରିପାରିବେ ।