ଭୁବନେଶ୍ୱର– ସାମୁଦ୍ରିକ ଝଡ଼ ବାତ୍ୟା ‘ଅମ୍ଫାନ’ ପାଇଁ ଭଦ୍ରକ ଜିଲ୍ଲା ପ୍ରଶାସନ ତରଫରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସ ଟୁଇଟ ଜରିଆରେ ଏହି ସୂଚନା ଦେଇଛନ୍ତି । ଜିଲ୍ଲାର ଚାନ୍ଦବାଲି ଓ ଧାମରା ଅଞ୍ଚଳରେ ଜିଲ୍ଲା ପ୍ରଶାସନ ତରଫରୁ ହାଇଆଲର୍ଟ ଜାରି କରାଯାଇଛି । ସମୁଦ୍ର କୂଳିଆ ଗାଁରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି । ସେହିପରି ବାତ୍ୟା ପରବର୍ତ୍ତୀ ସ୍ଥିତି ମୁକାବିଲା ପାଇଁ ଏନଡିଆରଏଫ, ଓଡ୍ରାଫ ଓ ଅଗ୍ନିଶମ ବାହିନୀକୁ ମୁତୟନ କରାଯାଇଛି । ସେହିପରି ସମୁଦ୍ର ଭିତରକୁ ନ ଯିବା ପାଇଁ ମତ୍ସ୍ୟଜୀବକୁ ସତର୍କ ସୂଚନା ଜାରି କରାଯାଇଛି ।
ଜିଲ୍ଲା ପ୍ରଶାସନ ତରଫରୁ ବାସୁଦେବପୁର ଓ ଚାନ୍ଦବାଲି ବ୍ଲକରେ ୨୦ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ କରାଯିବା ପ୍ରକ୍ରିୟା ଗତକାଲି ଠାରୁ ଆରମ୍ଭ ହୋଇଯାଇଛି । ସେହିପରି ୨୧ ତାରିଖ ଯାଏଁ ସମୁଦ୍ର ଭିତରକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି । ଜିଲ୍ଲାରେ ୫ଟି ଏନଡିଆରଟିମ ମୁତୟନ ଥିବା ବେଳେ ଆବଶ୍ୟକ ପଡ଼ିଲେ ଆହୁରି ମୁତୟନ କରାଯିବ ।
ବାତ୍ୟା ପରେ ପାନୀୟ ଜଲ, ଯୋଗାଣ ସାମଗ୍ରୀ, ବିଦ୍ୟୁତ, ସ୍ୱାସ୍ଥ୍ୟାବସ୍ଥାରେ ଯେଭଳି ଅସୁବିଧା ନହୁଏ, ସେଥିପାଇଁ ଜିଲ୍ଲା ପ୍ରଶାସନ ନଜର ରଖିଛି । ସାଧାରଣ ଜଜଜୀବନ ଯେପରି ପ୍ରଭାବିତ ନହୁଏ, ସେଥିପାଇଁ ଅଧିକାରୀମାନେ ଦୃଷ୍ଟି ରଖିଛନ୍ତି ।