କେନ୍ଦୁଝର – ବନ୍ୟ ସଂପଦର ପରିପୁର୍ଣ୍ଣ କେନ୍ଦୁଝର କେନ୍ଦୁଝର ଜିଲ୍ଲାରେ କାଠ ମାଫିଆ ମାନେ ବେଶ ସକ୍ରିୟ ରହିଥିଲେ ମଧ୍ୟ ଏହାକୁ ରୋକିବା କିମ୍ବା ବନ୍ଦ କରିବା ଦିଗରେ ଯଥେଷ୍ଟ ପଦକ୍ଷେପ ନେବାରେ ବନ ବିଭାଗର ଅନୁରୁପ ଆଗ୍ରହ ଲକ୍ଷ୍ୟ କରାଯାଉନାହିଁ । ଫଳରେ କାଠ ମାଫିଆ ସେମାନଙ୍କ ଅଭିଯାନରେ ସଫଳ ହେବାରେ ଲାଗିଛନ୍ତି । ଘଞ୍ଝ ଜଙ୍ଗଲ ପରୁପୁର୍ଣ୍ଣ କେନ୍ଦୁଝର ଧିରେ ଧିରେ ଜଙ୍ଗଲ ଶୁନ୍ୟ ହେବାରେ ଲାଗିଛି । ଅନ୍ୟ ପକ୍ଷରେ ଅନେକ ସମୟରେ ସୋ÷÷ନ୍ଦର୍ଯ୍ୟ କରଣ ଓ ରାସ୍ତା ସଂପ୍ରସାରଣ ନାମରେ ମଧ୍ୟ ବ୍ୟାପକ ସଂଖ୍ୟାରେ ମୂଲ୍ୟବାନ ଗଛ ସମୂଳେ ଛେଦନ କରାଯାଉଥିଲେ ମଧ୍ୟ ସେ ସବୁର ଭରଣା କରାଯାଉ ନାହିଁ । ଯାହାବି କେତେ ବେଳେ କେଉଁଠି ଲଗାଯାଉଛି ସବୁ ଅଦରକାରୀ ଅନାବଶ୍ୟକ ଗଛ ସବୁ ଲଗାଯାଉଛି । ଅନ୍ୟ ପକ୍ଷରେ ବନ ବିଭାଗ କେତେବେଳେ କିମିତି ଗୋଟେ ଅଧେ ଧରପଗଡ କରି ବାହା ବା ନେବାର ଅପଚେଷ୍ଟା କରୁଛି । କେନ୍ଦୁଝର ଜିଲ୍ଲାର ତେଲକୋଇ ବନାଞ୍ଝଳ ର ସଂରକ୍ଷିତ ଜଙ୍ଗଲ ମଧ୍ୟରେ ବ୍ୟାପକ ବେଆଇନ ଗଛ କଟା ତଥା ଜଙ୍ଗଲ ଧ୍ୱସଂ ଘଟଣାକୁ ନେଇ ସମଗ୍ର ଜିଲ୍ଲାରେ ଏପରି ରାଜ୍ୟର ପରିବେଶତ ମାନେ ବେଶ ଉଦ୍ବେଗ ପ୍ରକାଶ କରି ଆସୁଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ଓ ବନ ବିଭାଗ ପ୍ରଶାସନ ଏସବୁକୁ ତିଳେ ମାତ୍ର ଗୁରୁତ୍ୱ ଦେବା ଲକ୍ଷ୍ୟ କରାଯାଉ ନାହିଁ । ଇତି ମଧ୍ୟରେ ବୁଧବାର ଦିନ ସକାଳୁ ସମାକୋଇ ସଂରକ୍ଷିତ ଜଙ୍ଗଲୁ ବନ ବିଭାଗ ଲକ୍ଷାଧିକ ଟଙ୍କାର ମୂଲ୍ୟବାନ କାଠ ଜବଦ କରିଛନ୍ତି । ଏହି ସବୁ ମୂଲ୍ୟବାନ କାଠ ତେଲକୋଇ ବନାଞ୍ଝଳ ଅଧିନସ୍ଥ ସମାକୋଇ ସଂରକ୍ଷିତ ଜଙ୍ଗଲ ଗୁଣ୍ଡରିଯୋଡା ଗାଁ କଟେଇନାଳୀ ସାହୀ ସୁନ୍ଦରିଆ ପାହାଡରୁ ଜବଦ କରାଯାଇଛି । ବନ ବିଭାଗର ଅଚାନକ ଚଢାଉ ସମୟରେ ତିନି ଜଣ ଫେରାର ହୋଇ ଯାଇଥିବା ବେଳେ ଜଣଙ୍କୁ ଗିରଫ କରିବାରେ ବନ ବିଭାଗ ସଫଳ ହୋଇଥିଲା । ଗତ କିଛି ଦିନ ହେବ କେନ୍ଦୁଝର ଜିଲ୍ଲା ତେଲକୋଇ ବନାଞ୍ଝଳ ରୁ ବହୂ ପରିମାଣରେ ମୂଲ୍ୟବାନ କାଠ ଚୋରା ଚାଲାମ ହେଉଥିବା ସଂପର୍କରେ ଅଭିଯୋଗ ହୋଇ ଆସୁଥିଲା । ବିଳମ୍ବରେ ହେଲେ ବି ବନ ବିଭାଗ ତତ୍ପରତା କରି କିଛି ପରିମାଣର କାଠ ଜବଦ କରିବାରେ ସଫଳ ହୋଇଛି । ବୁଧବାର ସକାଳ ପ୍ରାୟ ୧୦ ଟା ବେଳକୁ ଜଙ୍ଗଲରୁ କାଠ କଟାଯାଉଥିବା ଖବର ବନ ବିଭାଗକୁ ମିଳିଥିଲା । ଫଳରେ ଦଳବଳ ସହ ବନ ବିଭାଗ ସେହି ସୁନ୍ଦରିଆ ଜଙ୍ଗଲରେ ଅଚାନକ ଚଢାଉ କରିଥିଲା । ଏବଂ କାଠ ସହ କାଠ କଟା ସରଞାମ ସହ ଜଣଙ୍କୁ ଗିରଫ କରିଥିଲା । ଜବଦ କାଠର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ ହେବ ବୋଲି ସୂଚନା ମିଳିଛି । ଏହି ଘଟଣାର ମାଷ୍ଟର ମାଇଣ୍ଡ ସଂପର୍କରେ ତଥ୍ୟ ସଂଗ୍ରହ ଲାଗି ତନାଘନା ଜାରି ରହିଥିବା କଥା ତେଲକୋଇ ର ବନାଞ୍ଝଲ ଅଧିକାରୀ ପିତାମ୍ବର ନାୟକ ଙ୍କ ଠାରୁ ସୂଚନା ମିଳିଛି । ଏବଂ ମାଷ୍ଟର ମାଇଣ୍ଡ ହାତରେ ଲାଗିଲା ପରେ ଅନେକ ତଥ୍ୟ ଲୋକଲୋଚନ ଆସିପାରିବ ବୋଲି ବନ ବିଭାଗ ଆଶା ରଖିଛନ୍ତି ।