
-
ଛାତ୍ରନେତା ଶୁଭମ ସାଇ ମହାପାତ୍ର ନେଲେ ନେତୃତ୍ଵ
ବାଲେଶ୍ବର, (କୃଷ୍ଣ କୁମାର ମହାନ୍ତିଙ୍କ ଠାରୁ) କରୋନା ଯୋଗୁଁ ରାଜ୍ୟରେ ସୃଷ୍ଟି ହୋଇଥିବା ରକ୍ତ ସଂକଟ ଦୂର କରିବା ନିମନ୍ତେ ଆଜି ବାଲେଶ୍ବର ବିଜୁ ଯୁବ ଛାତ୍ର ଜନତାଦଳ ତରଫରୁ ସ୍ଥାନୀୟ ମୁଖ୍ୟ ଚିକିତ୍ସାଳୟର ରକ୍ତ ଭଣ୍ତାରରେ ଏକ ରକ୍ତଦାନ କାର୍ଯ୍ୟକ୍ରମର ଆୟାଜିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମକୁ ବାଲେଶ୍ବର ଜିଲ୍ଲା ବିଜୁ ଜନତାଦଳର ସଭାପତି ତଥା ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା ଉଦ୍ଘାଟନ କରିଥିଲେ। ଛାତ୍ରନେତା ଏବଂ ଫକୀରମୋହନ କଲେଜର ପ୍ରାକ୍ତନ ସଭାପତି ଶୁଭମ ସାଇ ମହାପାତ୍ରଙ୍କ ନେତୃତ୍ବରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ବିଜୁ ଜନତା ଦଳର ବରିଷ୍ଠ ନେତା ଆଶିଷ ଘୋଷ, ଶୁଭେନ୍ଦୁ ମଙ୍ଗରାଜ, ମନୋଜ କୁମାର ରାଉତ(ଫକାଲୁ), ସିମନ ଦାସ ମହାପାତ୍ର, ସଂଜୀବ ଦାସ, ଭାଗବତ ସାହୁ, ମନୋଜ ଆଚାର୍ଯ୍ୟ, ସଲିମ ରାଜା ପ୍ରମୁଖ ଯୋଗ ଦେଇଥିଲେ।
ଏହି କାର୍ଯ୍ୟକ୍ରମରେ ଅନେକ ସ୍ବେଚ୍ଛାସେବୀ ଯୋଗ ଦେଇ ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ। ଏଥିରେ ୪୦ ୟୁନିଟ୍ ରୁ ଉର୍ଦ୍ଧ୍ବ ରକ୍ତ ସଂଗ୍ରହ କରା ଯାଇଥିଲା। ଭବିଷ୍ୟତରେ ମଧ୍ୟ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯିବ ବୋଲି ଛାତ୍ର ନେତା ଶୁଭମ ସାଇ ମହାପାତ୍ର ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଛାତ୍ରନେତା ହ୍ରିତିକ୍ ନାୟକ, ଅଭିଜିତ ବିଶ୍ବାଳ, ସତ୍ୟ ଶଙ୍କର ମହାନ୍ତି, ଅଭିଷେକ ବେହେରା, ରିମା ଯୋଶେଫ୍, ବିଭୁଦତ୍ତ ପରିଡ଼ା, ଶାଶ୍ବତ ବେହେରା, ବିକାଶ ବଂଶଲ ବେହେରା, ଜଗନ୍ନାଥ ବେହେରା, ଅଭିଜିତ୍ ଦାସ ପ୍ରମୁଖ ପରିଚାଳନା କରିଥିଲେ।