-
ଉତର ଓଡିଶାର ଉପକୂଳ ଜିଲ୍ଲା ମାନଙ୍କରେ ବହିବ ୧୧୦ରୁ ୧୨୦ କିମି ବେଗରେ ପବନ
ଭୁୁବନେଶ୍ୱର – ବଙ୍ଗୋପ ସାଗରରେ ସୃଷ୍ଟ ବାତ୍ୟା ଅମ୍ଫାନ ଆଗାମୀ ୨୦ ତାରିଖ ଦିନ ପଶ୍ଚିମ ବଙ୍ଗର ଦୀଘା ଓ ବଙ୍ଗଳାଦେଶର ହାତିଆ ଦ୍ୱୀପ ଦେଇ ସ୍ଥଳ ଭାଗ ଅତିକ୍ରମ କରିବ । ଭାରତୀୟ ପାଣିପାଗ ବିଭାଗ ଦ୍ୱାରା ଏହି ପୂର୍ବାନୁମାନ କରା ଯାଇଛି ।
ପାଣିପାଗ ବିଭାଗ ଦ୍ୱାରା ଜାରୀ ବୁଲେଟିନରେ କୁହା ଯାଇଛି ଯେ ବର୍ତମାନ ଅମ୍ଫାନ ଦକ୍ଷିଣ ପୂର୍ବ ବଙ୍ଗୋପ ସାଗରରେ ପାରାଦୀପ ଠାରୁ ୯୬୦ କିମି, ଦୀଘାରୁ ୧୧୧୦ କିମି ଓ ବଙ୍ଗଳାଦେଶକ ଖେପୁପାରା ଠାରୁ ୧୨୩୦ କିମି ଦୂରରେ ରହିଛି ।
ଆଗାମୀ ୨୪ ଘଂଟା ମଧ୍ୟରେ ଏହା ସିଭିୟର ସାଇକ୍ଲୋନିକ ଷ୍ଟର୍ମରୁ ଏକ୍ସଟ୍ରିମଲି ସିଭିୟର ସାଇକ୍ଲୋନିକ ଷ୍ଟର୍ମର ରୂପ ନେବା । ଆଗାମୀ ୧୨ ଘଂଟା ମଧ୍ୟରେ ଏହା ଗତି ପଥ ବଦଳାଇବ । ମଇ ୨୦ ତାରିଖ ଦିନ ସଂଧ୍ୟାରେ ଏହା ପଶ୍ଚିମ ବଙ୍ଗର ଦୀଘା ଓ ବଙ୍ଗଳାଦେଶର ହାତିଆ ଦ୍ୱୀପ ଦେଇ ସ୍ଥଳ ଭାଗ ଅତିକ୍ରମ କରିବ ।
ଏହାର ପ୍ରଭାବରେ ମଇ ୧୮ ତାରିଖ ଠାରୁ ଉପକୂଳ ଓଡିଶାରେ ୪୫ ରୁ ୫୫ କିମି ବେଗରେ ପବନ ବହିବ । ୧୯ ତାରିଖ ଦିନ ଏହା ୭୫ରୁ ୮୫ କିମି ବେଗରେ ପବନ ବହିବ । ୨୦ ତାରିଖ ଦିନ ସଂଧ୍ୟାରେ ଏହାର ପ୍ରଭାବରେ ୧୧୦ରୁ ୧୨୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି