ଭୁୁବନେଶ୍ୱର – ପାଣିପାଗ କେନ୍ଦ୍ର ଦ୍ୱାରା ଦିଆ ଯାଇଥିବୀ ସୂଚନା ଅନୁସାରେ ବାତ୍ୟା ଅମ୍ଫନ ପଶ୍ଚିମ ବଙ୍ଗର ଦୀଘା ତଥା ବଙ୍ଗଳାଦେଶର ହଟିଆ ଦ୍ୱୀପ ଦେଇ ସ୍ଥଳପଥକୁ ଅତିକ୍ରମ କରିବାର ସମ୍ଭାବନା ରହିଛି । ଏହି ବାତ୍ୟା ଅମ୍ଫାନକୁ ନେଇ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ ରୂପେ ପ୍ରସ୍ତୁତ ରହିଛନ୍ତି । ତେଣୁ ଲୋକେ ମାନଙ୍କୁ କୌଣସି ପ୍ରକାର ଭୟଭୀତ ହେବାର କୌଣସି କାରଣ ନାହିଁ ବୋଲି କହିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ।
ସେ କହିଛନ୍ତି ଏହା ସ୍ଥଳ ଭାଗକୁ ଅତିକ୍ରମ କଲା ବେଳେ ଉତର ଓଡିଶାର ଜିଲ୍ଲାମାନଙ୍କରେ ୧୧୦ରୁ ୧୨୦ କିମି ବେଗର ପବନ ବହିବାର ସମ୍ଭାବନା ରହିଛି । ସେ କହିଛନ୍ତି ଯେ ପାଣିପାଗ ବିଭାଗ ପକ୍ଷରୁ କୁହା ଯାଇଛି ଯେ ଅମ୍ଫାନ ତାର ଗତିପଥ ବଦଳାଉଛି । ଆଗାମୀ ୧୨ ଘଂଟା ମଧ୍ୟରେ ଅମ୍ଫାନ ରି କର୍ଭ କରି ସାରିବା ପରେ ଏହା ସମ୍ପର୍କରେ ସ୍ପଷ୍ଟ ଚିତ୍ର ମିଳି ପାରିବ ।
ସେ କହିଛନ୍ତି ଯେ ଅମ୍ଫନ ଦ୍ୱାରା ପ୍ରଭାବିତ ହେବାକୁ ଥିବା ଜିଲ୍ଲା ମାନଙ୍କରେ ୧୫ଟି ଓଡ୍ରାଫ ଟିମ ଓ ଏନଡିଆରଏଫର ଦଶଟି ଟିମ ମୁତୟନ କରା ଯାଇଛି । ସ୍ଥିତି ସ୍ପଷ୍ଟ ହେବା ପରେ ସେମାନଙ୍କୁ ସଠିକ ସ୍ଥାନରେ ମୁତୟନ କରା ଯିବ ।
ଅମ୍ଫନ କାରଣରୁ ବିଦ୍ୟୁତ ଭିତିଭୂମିକୁ ସବୁଠାରୁ ଅଧିକ କ୍ଷତି ହେବାର ଆଶଙ୍କା ରହିଥିବା କାରଣରୁ ଏହାକୁ ନେଇ କାମ ଆରମ୍ଭ କରିଛି । ନେସ୍କୋ ଓ ସେସୁ ଆବଶ୍ୟକୀୟ ଉପକରଣ ନେଇ ରଖିବା ଆରମ୍ଭ କରିଛନ୍ତି । ବାତ୍ୟା ପ୍ରଭାବିତ ଅଂଚଳ ମାନଙ୍କରେ ପାନୀୟ ଜଳ ବ୍ୟବସ୍ଥା ଯେପରି ବାଧା ପ୍ରାପ୍ତ ନ ହେବ ସେ ନେଇ ପ୍ରସ୍ତୁତି କରା ଯାଇଛି । ମ୍ୟୁନିସିପାଲଟି ଓ ଏନଏସି ମାନଙ୍କରେ ଜେନେରେଟର ସେଟ ପଠା ଯାଇଛି । ସେହିପରି ପଂଚାୟତିରାଜ ବିଭାଗ ପକ୍ଷରୁ ମଧ୍ୟ ଅନୁରୂପ ଭାବେ ବ୍ୟବସ୍ଥା କରା ଯାଇଛି ।
ଯେଉଁ ଜିଲ୍ଲା ମାନଙ୍କରେ ବାତ୍ୟାର ପ୍ରଭାବ ଅନୁଭୁତ ହେବ ନାହିଁ ସେହି ଜିଲ୍ଲାରୁ ଅଧିକାରୀ ମାନଙ୍କୁ ବାତ୍ୟା ପ୍ରଭାବିତ ହେବାକୁ ଥିବା ଜିଲ୍ଲା ମାନଙ୍କୁ ପଠା ଯାଉଛି ।
ସେ କହିଛନ୍ତି ଯେ ମତ୍ସ୍ୟ ଜୀବୀ ମାନେ ସମୁଦ୍ରରୁ ଚାଲି ଆସିଛନ୍ତି । ସମୁଦ୍ର ଅଶାନ୍ତ ଥିବାରୁ ସେମାନଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରା ଯାଇଛି । ସେମାନଙ୍କୁ ସେମାନଙ୍କର ଡଙ୍ଗା ଟ୍ରଲର ଆଦି ଠିକ ଭାବେ ବାନ୍ଧି ରଖିବାକୁ ପରାମର୍ଶ ଦିଆ ଯାଇଛି, ଯାହା ଫଳରେ ସେମାନଙ୍କର ଡଙ୍ଗା ଆଦି କ୍ଷତିଗ୍ରସ୍ତ ହେବ ନାହିଁ ।
ସେ କହିଛନ୍ତି ଯେ ରାଜ୍ୟରେ ପର୍ଯ୍ୟାପ୍ତ ମାତ୍ରାରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ରହିଛି । ତେଣୁ ଅଯଥା କିଣା କିଣି ନ କରିବାକୁ ସେ ଅପିଲ କରିଛନ୍ତି । କୌଣସି ପ୍ରକାର ଗୁଜବକୁ ବିଶ୍ୱାସ ନ କରିବାକୁ ସେ ଅପିଲ କରିଛନ୍ତି ।
Related Stories
May 15, 2024