ଭୁବନେଶ୍ୱର । ସମ୍ବଲପୁରର ରେଢାଖୋଲ ଅଂଚଳର କରୋନା ପଜିଟିଭ ବାହାରିଥିବା ଯୁବକଙ୍କ ନିକଟରେ କୌଣସି ଲକ୍ଷଣ ନ ଥିଲା ବୋଲି କହିଛନ୍ତି ଜିଲ୍ଲାପାଳ ଶୁଭମ ସାକ୍ସେନା ।
ସେ କହିଛନ୍ତି ଯେ ଏହି ୧୮ ବର୍ଷୀୟ ଯୁବକ ଅହମଦାବାଦରୁ ୧୧ ତାରିଖ ଦିନ ଫେରିଥିଲେ ଓ କ୍ୱାରେଂଟାଇନରେ ଥିଲେ ।
କୋଭିଡ-୧ ୯ ନୋଡାଲ ଅଫିସର ଙ୍କ ମୋଟୁ ଅଞ୍ଚଳ ପରିଦର୍ଶନ
ମାଲକାନଗିରି -କୋଭିଡ-୧ ୯ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ମାଲକାନଗିରି ଜିଲ୍ଲା ପାଇଁ ନିଯୁକ୍ତ ହୋଇଥିବା ନୋଡାଲ ଅଫିସର ଏ ମ.ଡି ରସିଦ ଖାନ ଅଚାନକ ମାଲକାନଗିରି ରେପହଞ୍ଚି ମୋଟୁ ସୀମାନ୍ତ ପ୍ରବେଶ ପଥ ପରିଦର୍ଶନ କରିବା ସହ ଏହି ରାସ୍ତା ଦେଇ ଫେରୁଥିବା ସମସ୍ତ ପ୍ରବାସୀ ଶ୍ରମିକ ଭାଇ ଓ ଭଉଣୀ ଙ୍କ ସହିତ ମିଶି ସେମାନଙ୍କର ଖାଇବା ଏବଂ ରହିବା କଥା ପଚାରି ବୁଝି ଥିଲେ। ଏପରିକି ରୋଷେଇ କରି ଦେଉଥିବା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ମାନକ କୁ ଯେମିତି ଜଣେ ହେଲେ ବି ପ୍ରବାସୀ ବିନା ଖାଦ୍ୟ ରେ ନ ଯାନ୍ତିସେଥିପ୍ରତି ଦୃଷ୍ଟି ଦେବାକୁ କହିଥିଲେ । ସୀମାନ୍ତ ମୋଟୁ ଠାରେ ନିୟୋଜିତ ହୋଇଥିବା ପୋଲିସ, ସ୍ବାସ୍ଥ୍ୟ, ପରିବହନ ଏବଂ ସମସ୍ତ ବିଭାଗ ର କର୍ମଚାରି ମାନଙ୍କର ସହିତ ବିଶଦ ଆଲୋଚନା କରିବା ସହିତ ପଞ୍ଜିକରଣ ଏବଂ ପରିବହନ କାର୍ଯ୍ୟ କୁ ନିରୀକ୍ଷଣ କରିଥିଲେ, !ଏହି ସମୟରେ ଜିଲା ଗ୍ରାମ୍ୟ ଉନୟନ୍ନ ସଂସ୍ଥା ର ପ୍ରକଳ୍ପ ନିର୍ଦେଶକ ବାଳମୁକୁନ୍ଦ ଭୁଆଁଏବଂ ମୋଟୁ ତହସିଲଦାର,ଶଶାଙ୍କ ମିଶ୍ର କାଲିମେଳା ତହସିଲଦାର ଆଲୋକ କୁମାର ଅନୁଗୁଳିଆ ,କାଲିମେଳା ଗୋଷ୍ଠି ଉନୟନ୍ନ ଅଧିକାରୀ ଉମାଶଙ୍କର ଦଳାଇ ଙ୍କ ସମତେ ସମସ୍ତ ପ୍ରଶାସନିକ କର୍ମଚାରୀ ଙ୍କୁ କହିଥିଲେ ସବୁ ଜିଲ୍ଲା ର ଅଧିକାରୀ ଙ୍କର ସହିତ ଯୋଗାଯୋଗ କରି ଯାନବାହାନ ର ସୁବ୍ୟବସ୍ଥା ସହିତ ଯେଉଁମାନେ ଆମ ରାଜ୍ୟରୁ ଅନ୍ୟ ରାଜ୍ୟ କୁ ଫେରୁଛନ୍ତି ସେମାନଙ୍କ ପାଈଁ ତୁରନ୍ତ ପାସ ଆଦି କରିବାକୁ ପରାମର୍ସ ଦେଇଥିଲେ। ସ୍ୱଚ୍ଛତା ସାଥୀ ଙ୍କୁ ସମସ୍ତେ ମିଶି ପୋଷାକ ଦେଇ ନିଷ୍ଠାପର ସେବା ପାଈଁ ସାଧୁ ବାଦ ଜଣାଇଥିଲେ। ଶେଷରେ ଏମଭି ୮୧ଗ୍ରାମ ସ୍ଥିତ ସରକାର ଙ୍କ ଦ୍ଵାରା ସ୍ଥାପିତ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର (TMC) ସଙ୍ଗରୋଧ କେନ୍ଦ୍ର କୁ ଯାଇ ପରିଦର୍ଶନ କରି ଖୁସି ହେବା ସହିତ, ଯେଉଁମାନେ ନଦୀ ପାର ହୋଇ ଆସୁଛନ୍ତି ସେମାନଙ୍କୁ ଏଠାକୁ ଆଣି ସାମାଜିକ ଦୂରତା କୁ ବଜାଇ ରଖିବା ଉପରେ ଗୁରୁତ୍ୱ ଦେଇଥିଲେ !
ଚାରି ଜଣଙ୍କୁ ଗିରଫ କଲା ବ୍ରହ୍ମପୁର ପୋଲିସ
ବ୍ରହ୍ମପୁରରେ ଲକଡାଉନ ନିୟମ ଉଲ୍ଲଂଘନରେ ଗତ ୨୪ ଘଂଟା ମଧ୍ୟରେ ଚାରି ଜଣଙ୍କୁ ଗିରଫ କରା ଯାଇଛି । ଦୁଇଟି ମାମଲା ରୁଜୁ କରା ଯାଇଥିବା ସହ ଏହି ଅବଧି ମଧ୍ୟରେ ୧୬୧ ଟି ବାହନରେ ଚାଲାଣ କଟା ଯାଇଥିବା ବ୍ରହ୍ମପୁର ଏସପି ସୂଚନା ଦେଇଛନ୍ତି ।
ସେହିପରି ଏହି ସମୟ ମଧ୍ୟରେ ମାସ୍କ ପିନ୍ଧି ନଥିବା ଅଭିଯୋଗରେ ୧୦୧ ଜଣଙ୍କ ଠାରୁ ଜୋରିମାନା ଆଦାୟ କରା ଯାଇଥିବା ବେଳେ ୬ ଲିଟର ମଦ ଜବତ କରା ଯାଇଛି ।