ସାନଖେମୁଣ୍ଡି : କରୋନା ସଂକ୍ରମଣ ବିରୋଧୀ ଲକଡାଉନ ୨ୟ ପର୍ଯ୍ୟାୟ ଶେଷ ଅବଧି ପରଠାରୁ ବ୍ଲକ ଅଞ୍ଚଳର ସମସ୍ତ ସଙ୍ଗରୋଧ କେନ୍ଦ୍ରରେ ପ୍ରବାସୀ ଫେରାନ୍ତଙ୍କୁ ରଖାଯାଇଛି। ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ବିଭିନ୍ନ ସଙ୍ଗରୋଧ କେନ୍ଦ୍ରରେ ୨୮୦୦ ଅନ୍ତେବାସୀଙ୍କ କ୍ଵରେଣ୍ଟାଇନ ବ୍ୟବସ୍ତା ହୋଇଥିବା ବ୍ଲକ ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ଏଥି ମଧ୍ୟରେ ମହିଳା ସଂଖ୍ୟା ୧୧୨ ଥିବା ବେଳେ ଶିଶୁ ସଂଖ୍ୟା ୯୦ ଓ ପୁରୁଷଙ୍କ ସଂଖ୍ୟା ୨୫୮୮ ଥିବା ଜଣାପଡିଛି। ଏହି ସ୍ଥିତିରେ ସାନଖେମୁଣ୍ଡି ବିଧାୟକ ଶ୍ରୀ ରମେଶ ଚନ୍ଦ୍ର ଜେନାଙ୍କ ତରଫରୁ ବ୍ଲକ ଅଞ୍ଚଳରେ କ୍ବାରେଣ୍ଟଇନରେ ଥିବା ସମସ୍ତ ମହିଳା ଓ ଶିଶୁ ଅନ୍ତେବାସୀଙ୍କୁ ହର୍ଲିକ୍ସ୍ ପରିପୁରକ ଖାଦ୍ୟ ବଣ୍ଟନର ବ୍ୟବସ୍ତା କରାଯାଇଅଛି। ଆଜି ମାନ୍ୟବର ବିଧାୟକଙ୍କ ନିର୍ବାଚନ ମଣ୍ଡଳୀ ବ୍ୟକ୍ତିଗତ ସଚିବ ଶ୍ରୀ ଚିନ୍ମୟ କୁମାର ହୋତା ପୂର୍ବ ବ୍ୟବସ୍ତା ପ୍ରକାରେ ସମସ୍ତ କ୍ଵରେଣ୍ଟାଇନ କେନ୍ଦ୍ର ପରିଭ୍ରମଣ କରି ସାମାଜିକ ଦୂରତା ଓ ମାସ୍କ ପରିଧାନ ସହିତ ସମସ୍ତ ମହିଳା ଓ ଶିଶୁଙ୍କୁ ହର୍ଲିକ୍ସ୍ ପ୍ରଦାନ କରିଛନ୍ତି। ବିଧାୟକ ଶ୍ରୀ ଜେନା ପ୍ରତି ସଂଗୀରୋଧ ଅନ୍ତେବାସୀଙ୍କ ଭାବଧାରାକୁ ସମ୍ମାନ ଜଣାଇ ପୂର୍ବ ଦିନରେ ସମସ୍ତ ଅନ୍ତେବାସୀଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ
ବ୍ୟବସ୍ତା ପରେ ସମ୍ପ୍ରତି ମହିଳା ଓ ଶିଶୁଙ୍କୁ ହର୍ଲିକ୍ସ୍ ବଣ୍ଟନ କରାଯିବା କେନ୍ଦ୍ର ଅଞ୍ଚଳରେ ସାଧୁବାଦ ପ୍ରଦାନ କରାଯାଇଥିବା ଲକ୍ଷ କରାଯାଉଅଛି
ରିପୋର୍ଟ: ପ୍ରଫୁଲ୍ଲ ସାବତ