ମାଲକାନଗିରି – ମାଲକାନଗିରି ଜିଲ୍ଲାର ଛୋଟ ଛୋଟ ଶିଶୁ, ଗର୍ଭବତୀ ମହିଳାଙ୍କ ସ୍ବାସ୍ଥ୍ୟର ଉନ୍ନତି ପାଇଁ ପୁଷ୍ଟିକର ଛତୁଆ ଯୋଗାଣ ଉପରେ ଗୁରୁତ୍ବ ଦେବା ସାଙ୍ଗକୁ ଏହାକୁ ଅଧିକ ରୁଚିକର କରି ପ୍ରସ୍ତୁତ କରିବାକୁ ରାଜ୍ୟ ସରକାର ବ୍ୟାପକ ପଦକ୍ଷେପ ନେଇଛନ୍ତି । ଏ ନେଇ ବିଭିନ୍ନ ବ୍ଲକ ଅଞ୍ଚଳରେ କାର୍ଯ୍ୟରତ ସ୍ବୟଂ ସହାୟକ ଗୋଷ୍ଠୀଙ୍କ ଛତୁଆ ପ୍ରସ୍ତୁତ କେନ୍ଦ୍ରକୁ ଅଧିକାରି ମାନେ ପରିଦର୍ଶନ କରି ଏହାର ମାନ ପରିକ୍ଷା କରିବା ସହ ଅଧିକ ସ୍ବଚ୍ଛତା ଓ ରୁଚିକର କରିବାକୁ ପରାମର୍ଶ ଦେଉଛନ୍ତି । ଆଜି ବ୍ଲକର ମା ଗୌରୀ ସ୍ବୟଂ ସହାୟକ ଗୋଷ୍ଠୀ ଛତୁଆ ପ୍ରସ୍ତୁତି କେନ୍ଦ୍ରକୁ ୟୁନିସେଫର ପୋଗ୍ରାମ ମ୍ୟାନେଜର ଅକ୍ଷୟ କୁମାର ଲିମାଲ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସ୍ବର୍ଣ୍ଣଲତା ବିସ୍ବାସ, ଡିଟିଏମ୍ ସଂଜିବ କୁମାର ସାହୁ ପ୍ରମୁଖ ପରିଦର୍ଶନ କରିଥିଲେ ।
ସୂଚନାଯୋଗ୍ୟ, ଜିଲ୍ଲାର ୭ ଟି ବ୍ଲକରେ ସମସ୍ତ ଅଙ୍ଗନୱାଡି କେନ୍ଦ୍ର ଜରିଆରେ ଛତୁଆ ଓ ସୁଜି ବାଦାମ ଲଡୁ ପ୍ୟାକେଟେ ଯୋଗାଇ ଦିଆଯାଉଛି । ଏହି କାର୍ଯ୍ୟରେ ସ୍ବୟଂ ସହାୟକ ଗୋଷ୍ଠୀ ନିୟୋଜିତ ହୋଇଥିବା ବେଳେ ଆହୁରି ଅନେକ କାର୍ଯ୍ୟକ୍ରମରେ ଗୋଷ୍ଠୀ ଗୁଡ଼ିକୁ ନିୟୋଜିତ କରିବାକୁ ସରକାରୀ ସ୍ତରରେ ଘୋଷଣା କରାଯାଇଛି ।