-
ଗୋଟିଏ ଦିନ ଖୋଲିବ ଆମ୍ବ ବଜାର
-
ଗଚ୍ଛିତ ୨ଶହ ଟନ୍ ଆମ୍ବ ଖାଲି କରିବେ ଦୋକାନୀ

ବ୍ରହ୍ମପୁର : ବ୍ରହ୍ମପୁର ସହରର ଅନ୍ଧପସରାରୋଡରେ ଥିବା ଆମ୍ବବଜାରରେ କରୋନା ସନ୍ଦିଗ୍ଧ ଜଣେ ଯୁବକ ବାହାରିବା ପରେ ସମସ୍ତ ଦୋକାନୀଙ୍କୁ ହୋମ୍ କ୍ୱାରେନେ୍ଟାଇନ୍ରେ ରହିବା ପାଇଁ ବିଏମ୍ସି ନିର୍ଦ୍ଦେଶ ଦେବା ପରେ ଆମ୍ବବଜାରକୁ ମଧ୍ୟ ୨ଦିନ ତଳେ ସିଲ୍ ହୋଇଥିଲା । ତେବେ ଆମ୍ବବଜାରରେ ୨ଶହରୁ ଉର୍ଦ୍ଧ୍ୱ ଟନ୍ ଆମ୍ବ ରହିଯାଇଥିବା ବେଳେ ଦୋକାନୀମାନଙ୍କୁ ପ୍ରାୟ ୨କୋଟି ଟଙ୍କା ନଷ୍ଟି ହେବ ବୋଲି ଲିଖିତ ଆକାରରେ ଆମ୍ବ ବ୍ୟବସାୟୀ ସଂଘ ମାନେ କମିଶନରଙ୍କୁ ଜଣାଇଥିଲେ । ତେବେ ସର୍ତମୂତାବକ ଗୋଟିଏ ଦିନରେ ଉକ୍ତ ବଜାରରେ ଥିବା ସମସ୍ତ ଆମ୍ବକୁ ଦୋକାନୀମାନେ କୌଣସି ପ୍ରକାରେ ମଧ୍ୟ ଖାଲି କରିବା ପାଇଁ କମିଶନର ଚିଠି ମାଧ୍ୟମରେ ନିର୍ଦ୍ଦେଶ ଦେଇଛନ୍ତି । ସହରର ଯେ କୌଣସିି ସ୍ଥାନରେ ଗଚ୍ଛିତ ରଖିବେ କିମ୍ବା ବାହାର ଜିଲ୍ଲାକୁ କି ଅନ୍ୟ କୌଣସି ଖୁଚୁରା ଦୋକାନୀଙ୍କୁ ଦେବେ ।
ସନ୍ଧ୍ୟା ପୂର୍ବରୁ ଦୋକାନୀ ସମସ୍ତ ଆମ୍ବ ସେଠାରୁ ଖାଲି କରିବା ପରେ ଉକ୍ତ ବଜାରକୁ ସମ୍ପୂର୍ଣ୍ଣ ଭାବେ ସାନିଟାଇଜ୍ କରିବେ ବୋଲି ମଧ୍ୟ ନିଷ୍ପତି ହୋଇଛି । ଏହାକୁ ଆମ୍ବ ବଜାର ସଂଘ ମଧ୍ୟ ରାଜି ହୋଇଛନ୍ତି । ବଜାର ମଧ୍ୟରେ ଥିବା ୮୪ଟି ଦୋକାନ ମଧ୍ୟରୁ ପ୍ରାୟ ୩୦ରୁ ଉର୍ଦ୍ଧ୍ୱ ଦୋକାନରେ ଆମ୍ବ ଗଚ୍ଛିତ ରହିଥିବା ଦୋକାନୀମାନେ କହିଛନ୍ତି । ଆମ୍ବ ଗୁଡିକ ଖାଲି କରିବା ପାଇଁ ଭୋର ୪ଟାରୁ ଅପରାହ୍ନ ଗୋଟାଏ ଯାଏଁ ଦୋକାନୀଙ୍କୁ ସମୟ ଦିଆଯିବ । ଏହା ପରେ ପୁରା ବଜାରକୁ ଅଗ୍ନିଶମ ବିଭାଗ ଦ୍ୱାରା ସାନିଟାଇଜ୍ କରାଯିବ । ପରେ ଉକ୍ତ ଆମ୍ବ ବଜାରକୁ ସିଲ୍ କରାଯିବ ବୋଲି ଜଣାପଡିଛି । ପ୍ରଶାସନ ପକ୍ଷରୁ ବୁଧବାର ୭ଶହ ଶ୍ରମିକଙ୍କୁ ହଳଦିଆପଦରରୁ ରାଜ୍ୟର ବିଭିନ୍ନ ସ୍ଥାନକୁ ପ୍ରଶାସନ ଗାଡି କରି ପଠାଇଛି । ମୁଖ୍ୟକଥା ହେଲା ବିଭିନ୍ନ ରାଜ୍ୟରୁ ଲୋକେ ଚାଲି ଚାଲି ଏବଂ କୌଣସି ପ୍ରକାରେ ଏଠାରେ ପଂହଚିବା ପରେ ସେମାନଙ୍କ ଅନୁରୋଧ କ୍ରମେ ଆଜି ସେମାନଙ୍କୁ ସେମାନଙ୍କ ଗନ୍ତବ୍ୟ ସ୍ଥଳକୁ ପଠାଯାଇଛି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO