ଧର୍ମଶାଳା– କରୋନା ଛନକା ସମସ୍ତଙ୍କ ନିକଟରେ ପଂହଚିଛି । କରୋନାକୁ ପ୍ରତିହତ କରିବା ପାଇଁ ସବୁ ଲୋକେ ସଚେତନ । କରୋନା ଅନେକ ଲୋକଙ୍କୁ କଷ୍ଠ ଦେଇଛି । ହେଲେ ରୋଜଗାର କରିବା ଅପେକ୍ଷା ଏବେ ଜୀବନକୁ ବଂଚାଇବା ପ୍ରଥମ କର୍ତବ୍ୟ ହୋଇଛି । ପେଟ ପାଇଁ ଭିଟା ମାଟି ଛାଡି ଯାଇଥିବା ପ୍ରବାସୀମାନେ ଏବେ ଘର ମୁହାଁ ହୋଇ ସଂଗରୋଧ ଗୃହରେ ରହିଛନ୍ତି । କିଛି ଦିନ ତଳେ ସଂଗରୋଧ ଗୃହରେ ଖାଦ୍ୟ ସଠିକ୍ଭାବେ ଦିଆ ଯାଉ ନଥିବା ବେଳେ ରହିବା ପାଇଁ ସେପରି କିଛି ସୁବନ୍ଦୋବସ୍ତ ନ ଥିବା ନେଇ ଅନ୍ତେବାସୀମାନେ ଅନେକ ଥର ଏହାକୁ ବିରୋଧ କରିଛନ୍ତି । ଯାହାକୁ ନେଇ ଜିଲାପ୍ରଶାସନ ପ୍ରତି ଅଙ୍ଗଳି ନିର୍ଦ୍ଦେଶ ହୋଇଥିଲା । ହେଲେ ଅନେକ ଅନ୍ତେବାସୀ ଏବେ ଅନ୍ୟମାନଙ୍କ ଉଦାହରଣ ପାଲଟିଥିବା ଦେଖିବାକୁ ମିଳିଛି । ଏ ଭଳି ଦୃଶ୍ୟ ଦେଖିବାକୁ ମିଳିଛି ଯାଜପୁର ଜିଲା ଧର୍ମଶାଳା ବ୍ଲକ ମଙ୍ଗଳପୁର ପଂଚାୟତସ୍ଥ କୋଠଡିହ ପ୍ରାଥମିକ ବିଦ୍ୟାଳୟର ସଂଗରୋଧ ଗୃହରେ । ଛତିଶଗଡ,ସୁରତ ଓ ହାଇଦ୍ରାବାଦ ଆଦି ଅଂଚଳରୁ ୧୨ ଜଣ ପ୍ରବାସୀମାନେ ଆସି ଏହି ବିଦ୍ୟାଳୟର ସଂଗରୋଧ ଗୃହରେ ରହିଛନ୍ତି । ଏହି ଅନ୍ତେବାସୀମାନେ ଏକ ସପ୍ତାହରୁ ଅଧିକ ହେବ ଆସି ଏହାରେ ରହିଛନ୍ତି । ହେଲେ କେତେକ ଅନ୍ତେବାସୀ ଏହି ସଂଗରୋଧ ଗୃହକୁ ନିଜ ଘର ବୋଲି ଭାବି ନେଇଛନ୍ତି । ସେମାନେ ସମୟକୁ ଓ କରୋନା ଭୟକୁ ଖାତିର ନ କରି ଏହି ସଂଗରୋଧ ଗୃହକୁ ନିଜ ହାତରେ ସଫା କରିବା ସହିତ ସଂଗରୋଧ ପରିସରରେ ଉଠିଥିବା ଘାସ ସଫା କରୁଥିବା ଦେଖିବାକୁ ମିଳିଛି । ଯାହାକି ଅନ୍ୟ ଅନ୍ତେବାସୀଙ୍କ ପାଇଁ ଉଦାହରଣ ପାଲଟିଛି । ଅନ୍ତେବାସୀ ହୋଇ ମଧ୍ୟ ସେମାନେ ଗୃହ ବନ୍ଦି ହୋଇ ମଧ୍ୟ ସେମାନେ ଜଣେ ଜଣେ କରୋନା ଯୋଦ୍ଧା ବୋଲି ଅଂଚଳବାସୀ ପ୍ରକାଶ କରିଛନ୍ତି ।
Related Stories
November 23, 2024