
ଧର୍ମଶାଳା– କରୋନା ସଂକ୍ରମଣକୁ ନେଇ ଦେଶରେ ୩ୟ ପର୍ଯ୍ୟାୟ ଲକ୍ ଡାଉନ ଜାରି ରହିଛି । ଫଳରେ ଅନେକ ଲୋକମାନଙ୍କୁ ସମସ୍ତ ସୁଖ ଛଡାଇ ନେଇଛି ଏହି କରୋନା । ପେଟ ପାଇଁ ସମସ୍ତଙ୍କ ଚିନ୍ତା । ବିଭିନ୍ନ ଉପାୟରେ ଲୋକେ ରୋଜଗାର କରି ନିଜନିଜର ପରିବାର ପ୍ରତିପୋଷଣ କରିଥାନ୍ତି । ଅନେକ ଲୋକ ଦିନେ ପେଟ ଚିନ୍ତାରେ ଭିଟାମାଟି ଛାଡି ବାହାର ରାଜ୍ୟକୁ ଯାଉଛନ୍ତି । ଆଜି ପ୍ରାଣ ବିକଳରେ ଘର ମୁହାଁ ହୋଇଛନ୍ତି । ଅଭାବ,ଅନଟନ ଓ ଅର୍ଥ ରୋଜଗାର ଚିନ୍ତା ଭିଟା ମାଟିର ମୋହ ଛଡାଇ ନେଇଥିଲା ସିନା,ଆଜି କିନ୍ତୁ ପ୍ରାଣ ବଂଚାଇବା ଚିନ୍ତା ଏମାନଙ୍କୁ ଘର ମୁହାଁ କରାଇଛି । ରାଜ୍ୟ ବାହାରେ ସବୁଠି ବନ୍ଦ । କାମ ମନ୍ଦା ନ ପାଇ ଖାଦ୍ୟ ନ ପାଇ ଉପବାସରେ ପଡି ରହିଛନ୍ତି । ଶେଷରେ ନିଜ ପ୍ରାଣକୁ ବଂଚାଇବାକୁ ଯାଇ ଛଆପିଲା ମାନଙ୍କୁ କାଖରେ ଧରି ରାଜରାସ୍ତାରେ ଚାଲି ଚାଲି ଘରକୁ ଫେରୁଛନ୍ତି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଯାଜପୁର ଜିଲା ୧୬ ନଂ ଜାତୀୟ ରାଜପଥ ଚଣ୍ଡିଖୋଲ ଓ ଜାରକା ଅଂଚଳରେ ଦେଖିବାକୁ ମିଳିଛି । ସହପରିବାରମାନଙ୍କୁ ନେଇ ରାସ୍ତାରେ ଚାଲି ଚାଲିଯାଉଥିବା ବେଳେ ବାଟରେ କେବଳ ଶୁଖିଲା ଖାଦ୍ୟ ଏମାନଙ୍କ ସାହାରା ପାଲଟିଛି । ପେଟର ଭୋକଠାରୁ ଭିଟା ମାଟିରେ ପାଦ ଥାପିବା ଲକ୍ଷ୍ୟ ପଥରେ ଏବେ ପ୍ରବାସୀମାନେ ଘର ମୁହାଁ ହୋଇଛନ୍ତି । ବାଟରେ ଯେଉଁ ସାମାଜିକ କର୍ମୀ ଭେଟିଲେ ପାଣି ତ କିଏ ବିସ୍କୁଟ ଦେଇଥାନ୍ତି ବୋଲି ପଥଚାରୀମାନେ କୋହ ଭରା କଣ୍ଠରେ ପ୍ରକାଶ କରିଛନ୍ତି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO