
File photo
ଭୁବନେଶ୍ବର: ଖଲିଆପାଲି ଓ ଲୋଇସିଂହା ଷ୍ଟେସନ ମଧ୍ୟରେ ଦୋହରୀକରଣ ସମ୍ବନ୍ଧୀୟ ସଂରକ୍ଷା ଜନିତ ଆଧୁନିକୀକରଣ କାର୍ଯ୍ୟ ପାଇଁ ସମଲେଶ୍ୱରୀ ଏକ୍ସପ୍ରେସ ଆଂଶିକ ବାତିଲ ରହିବ I
A. ସେପ୍ଟେମ୍ବର ମାସ ୨୩ ତାରିଖ ରୁ ଅକ୍ଟୋବର ମାସ ୨ ତାରିଖ ପର୍ଯ୍ୟନ୍ତ ହାଓଡ଼ାରୁ ଛାଡିବାକୁ ଥିବା ୧୮୦୦୫ ହାଓଡ଼ା-ଜଗଦଳପୁର ସମଲେଶ୍ୱରୀ ଏକ୍ସପ୍ରେସ ସମ୍ବଲପୁର ପର୍ଯ୍ୟନ୍ତ ଚଳାଚଳ କରିବ I
B. ସେପ୍ଟେମ୍ବର ମାସ ୨୪ ତାରିଖ ରୁ ଅକ୍ଟୋବର ମାସ ୩ ତାରିଖ ପର୍ଯ୍ୟନ୍ତ ଜଗଦଳପୁରରୁ ଛାଡିବାକୁ ଥିବା ୧୮୦୦୬ ଜଗଦଳପୁର-ହାଓଡ଼ା ସମଲେଶ୍ୱରୀ ଏକ୍ସପ୍ରେସ ଜଗଦଳପୁର ପରିବର୍ତ୍ତେ ସମ୍ବଲପୁର ଠାରୁ ଛାଡିବ I
C. ସେପ୍ଟେମ୍ବର ମାସ ୨୪ ତାରିଖ ରୁ ଅକ୍ଟୋବର ମାସ ୩ ତାରିଖ ପର୍ଯ୍ୟନ୍ତ ଉଭୟ ପାର୍ଶ୍ୱରୁ ୧୮୦୦୫/୧୮୦୦୬ ହାଓଡ଼ା-ଜଗଦଳପୁର-ହାଓଡ଼ା ସମଲେଶ୍ୱରୀ ଏକ୍ସପ୍ରେସ ସମ୍ବଲପୁର ଓ ଜଗଦଳପୁର ମଧ୍ୟରେ ବାତିଲ ରହିବ I
D. ସେପ୍ଟେମ୍ବର ମାସ ୨୪ ତାରିଖ ରୁ ଅକ୍ଟୋବର ମାସ ୩ ତାରିଖ ପର୍ଯ୍ୟନ୍ତ ୧୨୮୯୩/୧୨୮୯୪ ଭୁବନେଶ୍ୱର-ବଲାଙ୍ଗୀର-ଭୁବନେଶ୍ୱର ଇଣ୍ଟର ସିଟି ଏକ୍ସପ୍ରେସ ଉଭୟ ଦିଗରୁ ଭୁବନେଶ୍ୱର ଓ ବରଗଡ଼ ରୋଡ଼ ମଧ୍ୟରେ ଚଳାଚଳ କରିବା ଏବଲ ବରଗଡ଼ ରୋଡ଼ ଓ ବଲାଙ୍ଗୀର ମଧ୍ୟରେ ବାତିଲ ରହିବ I
ଲୋକାଲ ପାସେଞ୍ଜର ଟ୍ରେନ ବାତିଲ :
i. ୫୮୩୦୧ ସମ୍ବଲପୁର-କୋରାପୁଟ ପାସେଞ୍ଜର, ୫୮୩୦୨ କୋରାପୁଟ-ସମ୍ବଲପୁର ପାସେଞ୍ଜର, ୫୮୩୦୩ ସମ୍ବଲପୁର-ଜୁନାଗଡ଼ ରୋଡ଼ ପାସେଞ୍ଜର, ୫୮୨୧୪ ବିଳାସପୁର-ଟିଟିଲାଗଡ଼ ପାସେଞ୍ଜର ଏବଂ ୫୮୨୧୭ ଟିଟିଲାଗଡ଼-ରାଇପୁର ପାସେଞ୍ଜର ସେପ୍ଟେମ୍ବର ମାସ ୨୪ ତାରିଖ ରୁ ଅକ୍ଟୋବର ମାସ ୩ ତାରିଖ ପର୍ଯ୍ୟନ୍ତ ବାତିଲ ରହିବ I
ii. ୫୮୩୦୪ ଜୁନାଗଡ଼ ରୋଡ଼-ସମ୍ବଲପୁର ପାସେଞ୍ଜର, ୫୮୨୧୩ ଟିଟିଲାଗଡ଼-ବିଳାସପୁର ପାସେଞ୍ଜର ଏବଂ ୫୮୨୧୮ ରାଇପୁର-ଟିଟିଲାଗଡ଼ ପାସେଞ୍ଜର ସେପ୍ଟେମ୍ବର ମାସ ୨୫ ତାରିଖ ରୁ ଅକ୍ଟୋବର ମାସ ୪ ତାରିଖ ପର୍ଯ୍ୟନ୍ତ ବାତିଲ ରହିବ I