
ଧର୍ମଶାଳା – ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢିବାରେ ଲାଗିଛି । ଏହାକୁ ରୋକିବା ଲାଗି ସରକାରଙ୍କ ପକ୍ଷରୁ ବ୍ୟପକ ଉଦ୍ୟମ ଜାରି ରହିଛଇ । ସବୁ ଆଡେ ଲକ୍ ଡାଉନ । ଯାଜପୁର ଜିଲାକୁ ରେଡ ଜୋନ ଭାବେ ଘୋଷଣା ହୋଇଛି । ଇତିମଧ୍ୟରେ ଯାଜପୁରରେ କରୋନ ଆକ୍ରାନ୍ତ ସଂଖ୍ୟା ୬୦ ଉପରେ ପଂହଚିଛି । ରାଜ୍ୟ ବାହାରୁ ପ୍ରବାସୀ ଓଡିଆମାନେ ଆସୁଛନ୍ତି । ଫଳରେ ସେମାନଙ୍କ ନିଜ ନିଜ ପଂଚାୟତର ସଂଘରୋଧ ଗୃହକୁ ପଠାଇ ଦିଆଯାଇଛି । ଯାଜପୁର ଜିଲା ଧର୍ମଶାଳା ବ୍ଲକ ଦେଓଦା ପଂଚାୟତସ୍ଥ ମାଝିପାଟଣା ଗ୍ରାମର ଜଣେ ସୁରତ ଯୁବକ କରୋନା ଆକ୍ରାନ୍ତ ଚିହ୍ନଟ ହେବା ଫଳରେ ଏହି ଅଂଚଳକୁ ଜିଲା ପ୍ରଶାସନ ପକ୍ଷରୁ ସାନିଟାଇଜେସନ କରାଯାଉଛି । ସଂକ୍ରମଣ ନ ବ୍ୟାପିବା ପାଇଁ ବାରମ୍ବାର ସାନିଟାଇଜେସନ କରାଯାଉଥିବା ଦେଖିବାକୁ ମିଳିଛି । ଆଜି ସକାଳେ ଦେଓଦା ପଂଚାୟତସ୍ଥ ଦେଓଦା ବଳଦେବଜୀଉ ବିଦ୍ୟାପୀଠ, ମଙ୍ଗଳପୁର ପଂଚାୟତସ୍ଥ କୋଠଡିହ ପ୍ରାଥମିକ ବିଦ୍ୟାଳୟ ଓ ବଡ-ରାଏପଡା ବିଦ୍ୟାଳୟକୁ ଚଢେଇଧରା ଅଗ୍ନିଶମ ବିଭାଗ ପକ୍ଷରୁ ସାନିଟାଇଜେସନ କରାଯାଇଛି । ଏହି ସବୁ ବିଦ୍ୟାଳୟକୁ ଅସ୍ଥାୟୀ ସଂଗରୋଧ ଗୃହ କରାଯାଇଥିବା ବେଳେ ଏଠାରେ ପ୍ରବାସୀ ଓଡିଆମାନେ ରହୁଥିବା ଜଣାପଡିଛି ।