ଭୁବନେଶ୍ୱର । ବ୍ରହ୍ମପୁରରେ ଲକଡାଉନ ନିୟମ ଉଲ୍ଲଂଘନରେ ଗତ ୨୪ ଘଂଟା ମଧ୍ୟରେ ୩ ଜଣଙ୍କୁ ଗିରଫ କରା ଯାଇଛି । ୩ ଟି ମାମଲା ରୁଜୁ କରା ଯାଇଥିବା ସହ ଏହି ଅବଧି ମଧ୍ୟରେ ୧୪୬ ଟି ବାହନରେ ଚାଲାଣ କଟା ଯାଇଥିବା ବ୍ରହ୍ମପୁର ଏସପି ସୂଚନା ଦେଇଛନ୍ତି ।
ସେହିପରି ଏହି ସମୟ ମଧ୍ୟରେ ମାସ୍କ ପିନ୍ଧି ନଥିବା ଅଭିଯୋଗରେ ୧୦୬ ଜଣଙ୍କ ଠାରୁ ଜୋରିମାନା ଆଦାୟ କରା ଯାଇଥିବା ବେଳେ ୧୨ ଲିଟର ମଦ ଜବତ କରା ଯାଇଛି ।
ରାଜ୍ୟରେ ଗତ ୨୪ ଘଂଟାରେ ୧୮ଟି ମାମଲା
ଗତ ୨୪ ଘଂଟାରେ ରାଜ୍ୟରେ କୋବିଡ ଗାଇଡଲାଇନ ଉଲ୍ଲଂଘନକୁ ନେଇ ୧୮ଟି ମାମଲା ରୁଜୁ ହୋଇଛି ବୋଲି ଓଡିଶା ପୋଲିସ ପକ୍ଷରୁ ସୂଚନା ଦିଆ ଯାଇଛି ।
ଓଡିଶା ପୋଲିସ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆ ଯାଇଛି ଯେ ଲକଡାଉନ ଉଲ୍ଲଂଘନକୁ ନେଇ ୧୫ଟି ମାମଲା ରୁଜୁ ହୋଇଥିବା ବେଳେ ହୋମ କ୍ୱାରେଂଟାଇନ ଗାଇଡ ଲାଇନ ଉଲ୍ଲଂଘନ ସମ୍ପର୍କିତ ୨ଟି ମାମଲା ଅନ୍ୟ କାରଣ ପାଇଁ ଗୋଟିଏ ମାମଲା ରୁଜୁ କରା ଯାଇଥିବା ଏଥିରେ ପ୍ରକାଶ କରା ଯାଇଛି ।
ପ୍ରବାସୀ ମାନେ ଟ୍ରେନ ଯୋଗେ ଆସୁଥିବାରୁ ଚରମ୍ପା ଅଂଚଳରେ କର୍ଫ୍ୟୁ ଘୋଷଣା
ପ୍ରବାସୀ ଓଡିଆ ମାନେ ଭଦ୍ରକ ଷ୍ଟେସନରେ ପହଂଚୁଥିବାରୁ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଅପରାହ୍ନ ୨ଟାରୁ ୨୪ ଘଂଟା ପାଇଁ କର୍ଫ୍ୟୁ ଘୋଷଣା କରା ଯାଇଛି । ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସ ଏନେଇ ଘୋଷଣା କରିଛନ୍ତି ।
ଉଲ୍ଲେଖନୀୟ ଯେ ଆଜି ଠାରୁ କାଲି ଯାଏ ଭଦ୍ରକ ଷ୍ଟେସନରେ ଏକାଧିକ ଟ୍ରେନରେ ପ୍ରବାସୀ ଓଡିଆ ମାନେ ପହଂଚିବେ । ଏହାକୁ ଆଖି ଆଗରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଉପରୋକ୍ତ ନିଷ୍ପତି ଗ୍ରହଣ କରା ଯାଇଛି ।