
ଭୁବନେଶ୍ୱର – ବାଲେଶ୍ୱର ଜିଲ୍ଲାର ଖଇରା ପଂଚାୟତର ସରପଂଚ ତାଙ୍କୁ ମିଳିଥିବା ଜିଲ୍ଲାପାଳ ଅଧିକାରକୁ ପ୍ରୟୋଗ କରି ଆଜି ସକାଳ ୬ଟାରୁ ୪୮ ଘଂଟା ପାଇଁ ତାଙ୍କ ପଂଚାୟତକୁ ଶଟ ଡାଉନ ଘୋଷଣା କରିଛନ୍ତି । ବାହାର ରାଜ୍ୟରୁ ପ୍ରବାସୀ ମାନେ ବହୁ ସଂଖ୍ୟାରେ ଆସୁଥିବାରୁ ଏହି ଶଟ ଡାଉନ ଘୋଷଣା କରା ଯାଇଥିବା ସେ କହିଛନ୍ତି । ଉଲ୍ଲେଖନୀୟ ଯେ ରାଜ୍ୟ ସରକାର ସରପଂଚ ମାନଙ୍କୁ ରାଜ୍ୟ ସରକାର ଜିଲ୍ଲାପାଳ ଅଧିକାର ପ୍ରଦାନ କରିଛନ୍ତି ।
ଗତ ୨୪ ଘଂଟାରେ ରାଜ୍ୟରେ ହେଲା ୪୫୭୯ ନମୁନାର ପରୀକ୍ଷଣ
ରାଜ୍ୟରେ ଗତ ୨୪ ଘଂଟାରେ କରୋନା ପାଇଁ ମୋଟ ୪୫୭୯ନମୂନାର ପରୀକ୍ଷଣ କରା ଯାଇଛି । ଏହା ଫଳରେ ରାଜ୍ୟରେ ବର୍ତମାନ ଯାଏ ୬୮୦୫୭ ନମୁନାର ପରୀକ୍ଷା କରା ଯାଇ ସରିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆ ଯାଇଛି ।
ବିଭାଗ ପକ୍ଷରୁ କୁହା ଯାଇଛି ଯେ ବର୍ତମାନ ସୁଦ୍ଧା ରାଜ୍ୟରେ ୪୩୭ ଟି ମାମଲା ସାମନାକୁ ଆସିଛି । ଏଥି ମଧ୍ୟରୁ ତିନି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୮୫ ଜଣ ସୁସ୍ଖ ହୋଇ ସାରିଛନ୍ତି । ରାଜ୍ୟରେ ମୋଟ ୩୪୯ଟି ସକ୍ରିୟ ମାମଲା ରହିଛି ।
ମାଲେଶିଆରୁ ୧୮୦ ଭାରତୀୟଙ୍କୁ ଆଣିଲା ଏୟାର ଇଣ୍ଡିଆର ସ୍ୱତନ୍ତ୍ର ବିମାନ
ବନ୍ଦେ ଭାରତ ମିଶନ ଅଭିଯାନରେ ଏକ ବିମାନ ମାଲେଶିଆରୁ ୧୮୦ ଜଣ ଭାରତୀୟଙ୍କୁ ନେଇ ଚେନ୍ନାଇ ବିମାନବନ୍ଦର ପହଞ୍ଚିଛି । କ୍ୱାଲାଲମ୍ପୁରରୁ ଆସିଥିବା ଏହି ବିମାନ ୩ ଜଣ ନବଜାତ ମଧ୍ୟ ଯାତ୍ରୀ ଥିଲେ । ଏୟାର ଇଣ୍ଡିଆର ଏକ୍ସପ୍ରେସ ଆଇଏକ୍ସ ୬୮୭ ଏହି ବିମାନ ମଙ୍ଗଳବାର ଭୋର ସକାଳୁ ଚେନ୍ନାଇ ବିମାନବନ୍ଦରରେ ପହଞ୍ଚିଥିଲା ।
ଜାତୀୟ ଗଣମାଧ୍ୟମ ସଂସ୍ଥାର ରିପୋର୍ଟ ଅନୁସାରେ ବନ୍ଦେ ଭାରତ ମିଶନ ଅଭିଯାନ ଆରମ୍ଭ ହୋଇଥିବା ବେଳେ ବିଦେଶରେ ଫସିଥିବା ପ୍ରବାସୀ ଭାରତୀୟଙ୍କ କେନ୍ଦ୍ର ସରକାର ସ୍ୱଦେଶ ଫେରାଇ ଆଣିବାର ଯୋଜନା କରୁଛନ୍ତି । ଦିନକ ପୂର୍ବରୁ ସୋମବାର ଏକ ବିମାନ ଲଣ୍ଡନରୁ ଭାରତ ପହଞ୍ଚିଥିଲା । ଏଥିରେ ମୋଟ ୩୨୦ ଜଣ ଭାରତୀୟ ନାଗରିକ ଥିଲେ । ଏୟାର ଇଣ୍ଡିଆର ବିମାନ ବେଙ୍ଗାଲୁରୁ ପହଞ୍ଚିଥିଲା । ଏହି ବିମାନ କେମ୍ପେଗୌଡ଼ା ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିଥିଲା । ତେବେ ବନ୍ଦେ ଭାରତ ମିଶନ ଅଭିଯାନରେ ପ୍ରଥମ ବିମାନ ଦୁବାଇ ଓ ଆବୁଧାବୀରୁ କେରଳ ପହଞ୍ଚିଥିଲା ।